ରାଲିରେ ଭଙ୍ଗା ଚେୟାରର ଫୋଟୋ ୨୦୨୫ ବିହାର ନିର୍ବାଚନର ନୁହେଁ। 

Missing Context Political

ବିଜେପି ର ଏକ ସଭାରେ ଭାଙ୍ଗା ଚେୟାର ର ଏକ ଫୋଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଏହି ଫୋଟୋଟି କୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟର ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ବିଜେପି ବାଲାଙ୍କ ବିହାର ର ହାଲତ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ସର୍ବପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୭ ଅକ୍ଟୋବର ୨୦୨୦ ରେ ଏକ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। 

ଏହା ସହିତ ସୂଚନା ଦିଆଯାଇଥିଲା ଯେ, “ଯୁବକ ଯୁବତୀଙ୍କ ସ୍ୱପ୍ନକୁ ନିଯୁକ୍ତି ନ ଦେଇ ଏକ ସମୃଦ୍ଧ ଦେଶର ଦୃଷ୍ଟିକୋଣ, ନରେନ୍ଦ୍ର ମୋଦି କ’ଣ ଠିକ୍ କଥା?

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଇଟିଭି ଭାରତ ୱେବସାଇଟରେ ଏକ ରିପୋର୍ଟ ମିଳିଲା। ଏହା ସହିତ ସୂଚନା ଦିଆଯାଇଥିଲା ଯେ, “ବେଲହାର ବ୍ଲକ ମୁଖ୍ୟାଳୟ ସ୍ଥିତ ଜାମା ମଇଦାନରେ JDU ପ୍ରାର୍ଥୀ ମନୋଜ ଯାଦବଙ୍କ ସମର୍ଥନରେ ବିଜେପି ନେତା ଦିନେଶ ଲାଲ ଯାଦବ ନିରହୁଆ ଏବଂ ରାମ କୃପାଳ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ରାଲିରେ ଏକ ବିଶାଳ ଜନସମାବେଶ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ନିରହୁଆ କହିଥିଲେ ଯେ ବିହାରର ସର୍ବାଙ୍ଗୀନ ବିକାଶ ପାଇଁ NDA ମେଣ୍ଟ ସରକାର ଏକମାତ୍ର ବିକଳ୍ପ।” ତଥାପି, ରିପୋର୍ଟରେ ଆମେ ଚେୟାର ଭାଙ୍ଗିବା କିମ୍ବା କୌଣସି ବିଭ୍ରାଟ ସୃଷ୍ଟି କରିବାର କୌଣସି ଉଲ୍ଲେଖ ପାଇଲୁ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। 

Avatar

Title:ରାଲିରେ ଭଙ୍ଗା ଚେୟାରର ଫୋଟୋ ୨୦୨୫ ବିହାର ନିର୍ବାଚନର ନୁହେଁ।

Fact Check By: Siddharth Sahu 

Result:Missing Context

Leave a Reply

Your email address will not be published. Required fields are marked *