ଇରାନ ସହିତ ବର୍ତ୍ତମାନର ଯୁଦ୍ଧର ଫୁଟେଜ୍ ଭାବରେ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ପୁରୁଣା ଆକ୍ରମଣର ଭିଡିଓ ଭାଇରାଲ୍

International Israel-Iran war Misleading

ସମ୍ପ୍ରତି ଏକ କୋଠା ଉପରେ ହୋଇଥିବା ବିମାନ ଆକ୍ରମଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓଟି ଇସ୍ରାଏଲ ଦ୍ଵାରା ଇରାନ ଉପରେ ଆକ୍ରମଣର ଏକ ଦୃଶ୍ୟ ଦେଖାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇସ୍ରାଏଲର ମିସାଇଲ ମାଡ଼… ଇରାନରେ ହାହାକାର

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ୨୦୨୪ ର ଇସ୍ରାଏଲ-ଲେବାନନ୍ ଯୁଧ୍ୟର କ୍ଲିପ୍ କୁ ସମ୍ପ୍ରତିରେ ଇରାନ ଉପରେ ମିସାଇଲ ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ ଭିଡିଓ ର ସ୍କ୍ରିନସଟ୍ ସହିତ ସମାନ ଏକ ଫଟୋ ୨୨ ନଭେମ୍ବର ୨୦୨୪ ରେ ଗଲ୍ଫ ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟରେ ଅନୁଯାୟୀ, “ଦକ୍ଷିଣ ବେରୁତରେ ବିମାନ ଆକ୍ରମଣ ହୋଇଥିଲା, ଯେଉଁଥିରେ ଏକ ୧୧ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କାରଣ ଇସ୍ରାଏଲ ଲେବାନିଜ୍ ଆତଙ୍କବାଦୀ ଗୋଷ୍ଠୀ ହିଜବୋଲାର ଗଡ଼ ଉପରେ ମାରାତ୍ମକ ବୋମାମାଡ଼ ଜାରି ରଖିଥିଲା।”

ଲେବାନିଜ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଦେଶର ଦକ୍ଷିଣରେ ଇସ୍ରାଏଲୀ ଆକ୍ରମଣରେ ୫ ଜଣ ହିଜବୋଲା-ସମ୍ବନ୍ଧିତ ପାରାମେଡିକ୍ ପ୍ରାଣ ହରାଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଏବଂ ହିଜବୋଲା ଗୁଳି ବିନିମୟ ଆରମ୍ଭ କରିବା ପରଠାରୁ ଲେବାନନରେ ୨୨୬ ଜଣ ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର ଅକ୍ରିୟ ସର୍ଚ୍ଚ କରିବା ପରେ ଆମେ ଏଏଫପି ନ୍ୟୁଜ୍ ସଂସ୍ଥାର ୟୁଟ୍ୟୁବ ଚ୍ୟାନାଲରେ ୨୦୨୪ ରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ ଯାହା ଭାଇରାଲ କ୍ଲିପର ଏକ ଲାମ୍ବା ଭିଡିଓ ଥିଲା। ଭିଡିଓର ବର୍ଣ୍ଣନାରେ ଲେଖାଯାଇଛି, “ଏଏଫ୍ପିଟିଭି ଫୁଟେଜରେ ଇସ୍ରାଏଲୀ ସେନାର ସ୍ଥାନାନ୍ତର ଡାକରା ପରେ ବେରୁତର ଦକ୍ଷିଣ ଉପନଗରରେ ଏକ କୋଠାରେ ଇସ୍ରାଏଲୀ ଆକ୍ରମଣର ମୁହୂର୍ତ୍ତ ଦେଖାଯାଉଛି। ଦକ୍ଷିଣ ବେରୁତର ସହିତ ଲେବାନନର ଦକ୍ଷିଣ ଏବଂ ପୂର୍ବରେ ଥିବା ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଇସ୍ରାଏଲୀ ଦ୍ୱାରା ତୀବ୍ର ଆକ୍ରମଣ ପରେ ଏହି ଚଢାଉ କରାଯାଇଛି, ଯେଉଁଠାରେ ଇସ୍ରାଏଲ କହିଛି ଯେ ଏହା ଇରାନ-ସମର୍ଥିତ ହିଜବୋଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛି।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଅଟେ। ୨୦୨୪ ର ଇସ୍ରାଏଲ-ଲେବାନନ୍ ଯୁଧ୍ୟର କ୍ଲିପ୍ କୁ ସମ୍ପ୍ରତିରେ ଇରାନ ଉପରେ ମିସାଇଲ ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।

Avatar

Title:ଇରାନ ସହିତ ବର୍ତ୍ତମାନର ଯୁଦ୍ଧର ଫୁଟେଜ୍ ଭାବରେ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ପୁରୁଣା ଆକ୍ରମଣର ଭିଡିଓ ଭାଇରାଲ୍

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *