
ଏକ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଅନେକ ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ପିକଅପ୍ ଭ୍ୟାନ୍ରେ ଯାତ୍ରା କରୁଥିବା ଲୋକଙ୍କ ଏବଂ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଜଣେ ବ୍ୟକ୍ତି ଗାଡ଼ି ଅତିକ୍ରମ କରିବା ପାଇଁ ଟୋଲ୍ ଗେଟ୍ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି। ୟୁଜର ମାନେ ଏହି ଭିଡିଓକୁ ଏପରି ସେୟାର କରୁଛନ୍ତି ଯେପରି ଘଟଣାଟି ଭାରତରେ ଘଟିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ବାଂଲାଦେଶର ଏକ ପୁରୁଣା ଘଟଣା ଯାହାକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ଭାରତର ଏକ ଘଟଣା।
ଆମ ଅନୁସନ୍ଧାନ:
ଭିଡିଓଟିକୁ ଭଲ ଭାବରେ ଦେଖିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ପିକଅପ୍ ଭ୍ୟାନର ରେଜିଷ୍ଟ୍ରେସନ୍ ପ୍ଲେଟ୍ ସବୁଜ ରଙ୍ଗର ଏବଂ ରେଜିଷ୍ଟ୍ରେସନ୍ ନମ୍ବର ଧଳା ରଙ୍ଗରେ ଲେଖାଯାଇଛି। ଭାରତରେ, କେବଳ ହାଲୁକା ଇଲେକ୍ଟ୍ରିକ୍ ମୋଟର ଯାନରେ ସବୁଜ ରେଜିଷ୍ଟ୍ରେସନ୍ ପ୍ଲେଟ୍ ଥାଏ। ତେଣୁ, ଏହା ଆମ ସନ୍ଦେହକୁ ବୃଦ୍ଧି କଲା ଯେ ଭିଡିଓଟି ପ୍ରକୃତରେ ଭାରତର କି ନାହିଁ।

ଉପରୋକ୍ତ ସୂଚନା ପାଇ, ଆମେ ବାଂଲାଦେଶରେ ଯାନବାହନର ବିଭିନ୍ନ ରେଜିଷ୍ଟ୍ରେସନ୍ ପ୍ଲେଟ ଖୋଜିଲୁ। ଆମେ ଜାଣିଲୁ ଯେ ବାଂଲାଦେଶରେ ସବୁଜ ରେଜିଷ୍ଟ୍ରେସନ୍ ପ୍ଲେଟ ବାଣିଜ୍ୟିକ ଉଦ୍ଦେଶ୍ୟରେ ଏବଂ ଧଳା ରେଜିଷ୍ଟ୍ରେସନ୍ ପ୍ଲେଟ ବ୍ୟକ୍ତିଗତ ଯାନବାହନ ପାଇଁ ବ୍ୟବହୃତ ହୁଏ। ଏହି ଲାଇସେନ୍ସ ପ୍ଲେଟଗୁଡ଼ିକରେ ଦୁଇଟି ଧାଡ଼ିରେ ଚାରୋଟି ପ୍ରମୁଖ ଅଂଶ କ୍ରମ ଅଛି। ପ୍ରଥମ ଧାଡ଼ି ଯାନର କ୍ଷେତ୍ର ନାମ ଏବଂ ପ୍ରକାର ବର୍ଣ୍ଣନା କରେ ଏବଂ ଦ୍ୱିତୀୟ ଧାଡ଼ି ଯାନବାହନ ଶ୍ରେଣୀ ଏବଂ ପଞ୍ଜିକରଣ ନମ୍ବର ବର୍ଣ୍ଣନା କରେ।
ଭାଇରାଲ ଭିଡିଓର ଏକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୧୯ ସେପ୍ଟେମ୍ବର ୨୦୨୪ ର ଏକ ରିପୋର୍ଟ ମିଳିଲା ଯେଉଁଥିରେ ସମାନ ଘଟଣାର ଏକ ଫୋଟୋ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଢାକା ଏଲିଭେଟେଡ୍ ଏକ୍ସପ୍ରେସୱେର କୁରିଲ୍ ଟୋଲ୍ ପ୍ଲାଜାରେ ଏହି ଘଟଣା ଘଟିଥିଲା। ଗାଡ଼ିଟି ଟୋଲ୍ ଦେବାକୁ ମନା କରିବା ପରେ ଝଗଡ଼ା ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ, ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ ନିଷିଦ୍ଧ। ଟୋଲ୍ ସ୍ୱୟଂଚାଳିତ ଭାବରେ ପିକଅପ୍ ଭ୍ୟାନରେ ଯାତ୍ରୀମାନଙ୍କୁ ଚିହ୍ନଟ କରିଥିଲା ଏବଂ ଗାଡ଼ିକୁ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ଦେଇନଥିଲା।
ସମାନ ଘଟଣାର ଭିଡିଓ ଆପଣ ନିମ୍ନ ୟୁଟ୍ୟୁବ ଚ୍ୟାନାଲରେ ଦେଖି ପାରିବେ। କ୍ୟାପ୍ସନରେ ଲେଖା ଯାଇଛି, “ଢାକା ଏଲିଭେଟେଡ ଏକ୍ସପ୍ରେସୱେ ଟୋଲ ପ୍ଲାଜାରେ ଭଙ୍ଗାରୁଜା”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ବାଂଲାଦେଶର ଏକ ପୁରୁଣା ଘଟଣା ଯାହାକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ଭାରତର ଏକ ଘଟଣା।

Title:ବାଂଲାଦେଶରେ ଟୋଲ୍ ପ୍ଲାଜା ଭଙ୍ଗାରୁଜା କରୁଥିବା ଲୋକଙ୍କ ଭିଡିଓକୁ ଭାରତର ଏକ ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult:Missing Context
