
୩୧ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟରଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଅନେକ ସମୟରେ ଯୁବତୀ ମାନଙ୍କର ସେକ୍ସ କରିବାର ଇଚ୍ଛା ଆବଶ୍ୟକତାରୁ ଆଦିକ ବଢି ଯାଇଥାଏ। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଯୁବତୀଙ୍କର ଦିନ କୁ ୫୦ – ୧୦୦ ଥର ସେକ୍ସ କରିବାର ଇଛା ଜାଗ୍ରତ ହୋଇଥାଏ। ଏହି ରୋଗର ନାମ ହେଉଛି ପିଜିଦିଏ। ଏହି ରୋଗର ଲକ୍ଷଣ ଏହା ଯେ ଯୁବତୀଙ୍କର ସେକ୍ସ କରିବାକୁ ଅଧିକା ଇଚ୍ଛା ହୁଏ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସର୍ଭେ ଅନୁସାରେ ମେନୋପଜ ଆରମ୍ଭ ହେବା ପୂର୍ବରୁ ମହିଳାଙ୍କ ପାଖରେ ଏହି ଲକ୍ଷଣ ଦେଖିବାକୁ ମିଳିଥାଏ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେକ୍ସ କରିଲେ ଏହି ରୋଗ ଦୂର ହେଇ ଯାଏ।
ଏହି ପୋଷ୍ଟଟି କୁ ଫେସବୂକ ମାଧ୍ୟମରେ ମଧ୍ୟ ଭାଇରାଲ କରା ଯାଇଅଛି। କେବଳ ୨ ଦିନ ମଧ୍ୟରେ ଏହି ପୋଷ୍ଟଟିକୁ ୧୦୦୦ ଲାଇକ୍ସ ଓ ୨୨ ଥର ଶେୟାର କର ଯାଇ ସାରିଛି।
ଏହି ବିଷଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “କ୍ୟୋର ଅଫ ପିଜିଏଡି” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ କିଛି ତଥ୍ୟ ସାମନା କୁ ଆସିଲା।
ଜାନୁଆରୀ ୨୦୧୨ ମାସିହାରେ ରିସର୍ଚ ଗେଟ ସାଇଟରେ ପିଜିଏଡି ରୋଗ ବିଷୟରେ ହେନୋଭର ମେଡିକାଲ ସ୍କୁଲର ଡାକ୍ତରଙ୍କର ଗୋଇଏ ରିସର୍ଚ ପେପର ଛପିଛି। ଡାକ୍ତର ଏଚ.ସି.କୃଗର ଟିଳମେନ ଏହି ରୋଗ ବିଷୟରେ ଅନୁସନ୍ଧାନ କରିଲା ପରେ ଏହା କହିଛନ୍ତି ଯେ ଏହି ରୋଗ ଯୋଗୁ ଗୋଟିଏ ମହିଳାକୁ ଅନେକ ପିଡା ସହିବାକୁ ପଡେ। ଏହି ରୋଗକୁ ବର୍ତମାନ ପର୍ଯ୍ୟନ୍ତ ଭଲ ଭାବେ ବୁଝି ହୋଇନାହିଁ ଓ କୌଣସି ସଟୀକ ଚିକିତ୍ସା ମଧ୍ୟ ବାହାରି ନାହିଁ। ଏହି ରୋଗ ଲାଗି ରହିଲେ ଆତ୍ମହତ୍ୟା କରିବାର ମଧ୍ୟ ସମ୍ଭାବନା ଅଛି। ଏହି ରୋଗର ଚିକିତ୍ସା କରିବା ବହୁତ କଷ୍ଟ ଓ ଏବେ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନାହିଁ। ଡାକ୍ତର ଟିଲମେନ ଦୁଇଟି ମହିଳାଙ୍କର ଚିକିତ୍ସା କରିଛନ୍ତି।
ପ୍ରଥମ ମହିଳା: ଜଣେ ୩୬ ବର୍ଷୀୟ ମହିଳା ନିଜ ଗୁପ୍ତଅଙ୍ଗର ଲାଗି ରହି ଥିବା ପିଡାରୁ ହଇରାଣ ହେଇଥିଲେ। କେବେ କେବେ ଏହି ମହିଳା ସପ୍ତାହ କୁ ୩ ଥର ଏହି ରୋଗ ଯୋଗୁ ହେଉଥିବା ପିଡା ପାଇଁ ରାତିରେ ଉଠି ପଡୁଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଶାରୀରିକ ସମ୍ବନ୍ଧ ରଖିଲା ପରେ ଯେଉଁ ଭାବେ ଗୁପ୍ତଅଙ୍ଗ ଫୁଲି ଯାଇଥାଏ ସେହି ପରି ଏହି ମହିଳାଙ୍କ ଗୁପ୍ତଅଙ୍ଗ ମଧ୍ୟ ଫୁଲି ଯାଇଥିଲା। ପ୍ରଥମେ ଏହି ମହିଳା ଦିନକୁ ଅନେକ ଥର ପରିଶ୍ରା ଯିବା ଆରମ୍ଭ କରିଲେ ଓ ତା ପରେ ତାଙ୍କ ଗୁପ୍ତଅଙ୍ଗରେ ଟିକେ ଟିକେ ଜାତାରଣା ହେବା ଆରମ୍ଭ କରିଥିଲା। ଏହି ମହିଳା ଜଣେ ମୂତ୍ରବ୍ୟବସ୍ଥା ସମ୍ବନ୍ଧିତ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ସେହି ଡାକ୍ତରଙ୍କ ଔସଧରୁ ମହିଳା ଜଣ ଠିକ ହେଇ ପାରିଲେଣି। ଏହା ପରେ ସେ ମନୋଚିକିତ୍ସକ ପାଖକୁ ଚିକିତ୍ସା ପାଇଁ ଗଲେ। ଡାକ୍ତରଙ୍କ କହିବା ନୁଯାୟୀ ମହିଳା ଜଣ ମାନସିକ ଭାବେ ପୁରା ଠିକ ଥିଲେ। ପିଜିଏଡି ରୋଗ ଲକ୍ଷଣ ଦେଖିଲା ପରେ ଡାକ୍ତର ତାଙ୍କୁ ଦୁଲୋକ୍ଷେଟିନ ନାମକ ଔଷଧ ଦେଇଥିଲେ। ଏହି ଔଷଧ ଖାଇଲାର ଗୋଟିଏ ସପ୍ତାହ ପରେ ମହିଳା ଠିକ ହେବା ଆରମ୍ଭ କରି ଦେଇ ଥିଲେ। ଏହି ଔଷଧ ଯୋଗୁ ତାଙ୍କ ପ୍ରେମ ଜୀବନରେ ମଧ୍ୟ କିଛି ଫରକ ପଡି ନଥିଲା।
ଦୁଇତ୍ୟ ମହିଳା: ଜଣେ ୪୧ ବର୍ଷୀୟ ମହିଳା ନିଜ ସାଙ୍ଗର ମୃତ୍ୟୁ ପରେ ବିଶଦରେ ପଳାଇ ଯାଇଥିଲେ ଓ ଔଷଧ ଖାଉଥିଲେ। ଔଷଧ ଖାଇବାର ପ୍ରାୟ ୧୦ ଦିନ ପରେ ତାଙ୍କୁ ଲାଗିଲା ଯେ ତାଙ୍କ ପେଣ୍ଟ ଟାଇଟ ହେଇଗଲାଣି ଏବନ ତାଙ୍କ ଗୁପ୍ତଅଙ୍ଗ ମଧ୍ୟ ଫୁଲି ଯାଇଅଛି। ନିଜ ସ୍ଵାମୀ ସହିତ ପରବର୍ତିତ ଅନ୍ତରାଙ୍ଗ ମୁହୂର୍ତ ପରେ ପରିଶ୍ରା ଲାଗିବା ଆରମ୍ଭ କରିଲା ଓ ଆହୁରି ଶାରୀରିକ ସମବନ୍ଦ ରଖିବା ଇଛା ହେଲା। କିଛି ସପ୍ତାହ ପରେ ଏହି ସବୁ ଲକ୍ଷଣ ଆହୁରି ବଢି ଗଲା। ବିଶଦ ରୋଗ ଔଷଧ ବନ୍ଦ କରିବା ପରେ ମଧ୍ୟ ଏହି ଲକ୍ଷଣ ଦୂରେଇଲା ନାହିଁ ଓ ତାଙ୍କ ମନରେ ବାରମ୍ବାର ଆତ୍ମହତ୍ୟା କରିବା ପାଇଁ ଆସିଲା। ଏହା ସବୁ ଦେଖି ମହିଳା ଜଣ ଚିକିତ୍ସା କରାଇବା ପାଇଁ ଡରି ଯାଇଥିଲେ। ଏହା ପରେ ଡାକ୍ତର ତାଙ୍କୁ ଏପିଲେପସି ପାଇଁ ପୃଗାବାଲିନ ଔଷଧ ଦେଲେ। ୨ ସପତଜ ପରେ ପିଜିଏଡି ର ସବୁ ଲକ୍ଷଣ ଦୂରେଇ ଗଲା।
୧୨ ଜାନୁଆରୀରେ ଫ୍ରି ପ୍ରେସ ଜର୍ନାଲ ପତ୍ରିକାରେ ଲେଖା ଯାଇଅଛି ଯେ ଅନେକ ଲୋକ ପିଜିଏଡି କୁ ମଜାକ ଓ ଥଟା କଥା ବୋଲି ଭାବନ୍ତି କିନ୍ତୁ ଏହି ରୋଗ ମହିଳା ମାନଙ୍କ ମଧ୍ୟରେ ହୁଏ ଓ ଏହି ରୋଗ ଯୋଗୁ ସେମାନେ କୌଣସି ସମୟରେ ଉତ୍ତେଜିତ ହୋଇଯାନ୍ତି। ଏହି ରୋଗର ସମ୍ବନ୍ଧ ନ୍ୟୁରୋଳୋଜି ସମସ୍ଯା ସହିତ ଜୁଡି ହୋଇହି। ମାସାଚୁସେତ୍ସ ଜେନେରାଲ ହସ୍ପିଟାଲ ଦ୍ଵାରା କରା ଯାଇଥିବା ଗବେଷଣାରୁ ଏହା ହଣା ପଡିଛି ଯେ ପିଜିଏଡି ରୋଗ ଗୁପ୍ତଅଙ୍ଗକୁ ରକ୍ତ ପହଞ୍ଚାଇବା ନର୍ବ ସକ୍ରିୟ ଭାବେ କାମ ନକରିଲେ ଓ ମେରୁଦଣ୍ଡ ତଳ ଅଙ୍କ୍ଷରେ ଆଘାତ ପହଞ୍ଚିଲେ ହୋଇଥାଏ। ନ୍ୟୁରୋଲୋଜିକାଳ ଚିକିତ୍ସା ମାଧ୍ୟମରେ ଏହି ରୋହକୁ ଠିକ କରା ଯାଇ ହେବ। ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଲୋକଙ୍କୁ ଏହା ବୁଝିବାକୁ ପଡିବ ଯେ ପିଜିଏଡି ଗୋଟିଏ ନ୍ୟୁରୋଲୋଜିକାଲ ରୋଗ, ଏହା ମାନସିକ ରୋଗ ନୁହେଁ। ଅନେକ ଡାକ୍ତର ଏହି ରୋଗ ବିଷୟରେ ଜାଣି ନାହାନ୍ତି। ସେଥିପାଇଁ ଏହି ରୋଗକୁ ଚିହ୍ନିବା ଅତ୍ୟନ୍ତ ମୁସ୍କିଲ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଡାକ୍ତରଙ୍କ ଗବେଷଣା ଅନୁଯାୟୀ ପିଜିଏଡି ରୋଗର ଚିକିତ୍ସା କିଛି ଔଷଧ ଏବଂ ନ୍ୟୁରୋଲୋଜିକାଲ ଚିକିତ୍ସା ଦ୍ଵାରା ସମ୍ଭବ ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ରୋଗ ଶାରୀରିକ ସମ୍ବନ୍ଧ ରଖିଲେ ଠିକ ହେଇ ଯାଏ, ଗୋଟିଏ ମିଥ୍ୟା କଥା।

Title:କ’ଣ କେବଳ ଶାରୀରିକ ସମ୍ବନ୍ଧ ରଖିଲେ ମହିଳା ମାନଙ୍କ ମଧ୍ୟରେ ହୌଥିବା ରୋଗ ପି.ଜି.ଏ.ଡି. ଭଲ ହେଇ ଯାଏ? ଜାଣନ୍ତୁ ସତ।
Fact Check By: Siddharth SahuResult: False