କ’ଣ ଲାଲ କିଲା ଶହଜାହାନଙ୍କ ନିର୍ମାଣ କରି ନାହାନ୍ତି? କ’ଣ ଏହାରନିର୍ମାଣ ୧୨ମ ସଦିରେ ହେଇଥିଲା ଓ ଏହା ପୃଥିବୀରାଜଙ୍କ ମହଳ ଥିଲା? କ’ଣ ଏହାର ପ୍ରକୃତ ନାମ ଲାଳକୋଟ ଥିଲା? ଜାଣନ୍ତୁ ସତ।

False Social

ଛୋଟ ବେଳୁ ଓ ସ୍କୁଲରୁ ଆମେ ଲାଲ କିଲା ବିୟୟରେ ସୁଣୀ ଓ ପଢୀ ଆସିଛୁ। ଆମକୁ ଛୋଟ ବେଳୁ ଏହା ଶିକ୍ଷା ଯାଇଅଛି ଯେ ଲାଲ କିଲା ମୁଗଳ ରାଜା ଶାହଜାହାନ ବନାଇଥିଲେ। ବର୍ତମାନ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲୁଅଛି। 

୭ ଜାନୁଆରୀ ୨୦୨୦ ରେ ତ୍ରିଦୀପ କୁମାର ନନ୍ଦି ନିଜ ଏକାଉଣ୍ଟରେ ଗୋଟିଏ ଫୋଟୋପୋଷ୍ଟ କରି ଏହା ଦାବି କରିଅଛନ୍ତି ଯେ ଲଣ୍ଡନରେ ଥିବା ଅକ୍ସଫର୍ଡ ସଙ୍ଘରାଳୟ ଗୋଟିଏ ପେଣ୍ଟିଙ୍ଗ ଅଛି ଯେଉଁ ତିରେ ଏହା ଲେଖା ଯାଇଅଛି ଯେ ଶାହଜାହାନ ୧୬୨୮ ମସିହାରେ ଲାଲ କିଲାରେ ରାଜଦୁତଙ୍କୁ ଭେଟୁଛନ୍ତି। ଏହି ପୋଷ୍ଟରେ ଏହା ପ୍ରଶ୍ନ ମଧ୍ୟ କରା ଯାଇଅଛି ଯେ ଯଦି ଲାଲ କିଲାର ନିର୍ମାଣ ୧୬୩୮ରେ ହେଇଥିଲା ତ ଶାହଜାହାନ ୧୬୨୮ ମସିହାରେ କେଉଁ ପରି ଲାଲ କିଲାରେ ରାଜଦୁତଙ୍କ ସହିତ ଭେଟୁଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟଦାବି କରା ଯାଇଅଛି ଯେ ଲାଲ କିଲା ୧୨ମ ସଦିରେ ପୃଥିବୀରାଜଙ୍କ ମହଳ ଥିଲା ଓ ଏହାର ନାମ ସେହି ସମୟରେ ଲାଳକୋଟ ଥିଲା। 

fb.jpg

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ “ରେଡ ଫୋର୍ଟ ଆରକ୍ୟୋଲଜିକାଳ ସର୍ଭେ ଅଫ ଇଣ୍ଡିଆ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ସାଇଟରେ ଲାଲ କିଲା ବିଷୟରେ ଗୋଟିଏ ଅନୁଛେଦ ମିଳିଲା। 

ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ୧୬୩୮ ମସିହାରେ ଶାହଜାହାନ ନିଜ ରାଜ୍ୟର ରାଜଧାନୀ ଆଗ୍ରା ରୁ ଦିଲ୍ଲୀ ଘୁଞ୍ଚାଇଥିଲେ ଓ ଶାହଜାନାବାଦ ର ନିଭ ସ୍ଥାପିତ କରିଥିଲେ। ଲାଲ କିଲା ଦିଲ୍ଲୀର ଉତ୍ତର ଦିଗରେ ଅଛି ଓ ଯମୁନା ନଦୀ କୁଳରେ ବନା ଯାଇଅଛି। ଏହାର ନିର୍ମାଣର କାର୍ଯ୍ୟ ୧୬୩୯ ମସିହାରେ ଆରମ୍ଭ ହୋଇଥିଲା ଓ ସେଶ ହେବା ପାଇଁ ୯ ବର୍ଷ ସମୟ ଲାଗିଥିଲା। ଲାଲ କିଲା, ଆଗ୍ରା କିଲା ଠାରୁ ବହୁ ରୂପେ ଅଲଗା ଥିଲା ଓ ଉନ୍ନତ ମଧ୍ୟ ଥିଲା। ଏହାର ଦୁଇଟି ଦ୍ଵାର ଥିଲା, ଗୋଟିଏ ପଶ୍ଚିମ ଦିଗରେ ଓ ଅନ୍ୟ ଦକ୍ଷିଣ ଦିଗରେ ଥିଲା। ଏହା ଛଡା ୧୬୪୪ ମସିହାରେ ଦିଲ୍ଲୀରେ ଭାରତର ସବୁ ଠାରୁ ବଡ଼ ମସ୍ଜିଦର ନିର୍ମାଣ ଆରମ୍ଭ କରିଥିଲେ ଓ ଏହି ମସ୍ଜିଦର କାମ ୧୬୫୦ ମସିହାରେ  ସେଶ ହୋଇଥିଲା। ଏହି ମସ୍ଜିଦକୁ ଆମେ ଯାମି-ମସ୍ଜିଦ ନାମରେ ଜାଣିଛୁ। 

ASI.jpg

Archeological Survey of India | Archive

ଆମକୁ ଏହି ବିଷୟରେ ୟୁନେସକୋ ସାଇଟରୁ ମଧ୍ୟ ତଥ୍ୟ ମିଳିଲା। ଏହି ସାଇଟରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଲାଲ କିଲା ଶାହଜାନାବାର ରାଜ ମହଳ ଭାବେ ନିର୍ମାଣକରା ଯାଇଅଥିଲା। ବିରାଟ ଲାଲ ପଥରରେ ନିର୍ମାଣ ହୋଇଥିବା ଯୋଗୁ ଏହି ମହଳର ନାମ ଲାଲ କିଲା ରକ୍ଷା ଯାଇଅଛି। ଏହା ଗୋଟିଏ ପୁରୁଣା କିଲା “ସଲିମଗଡ” ପାଖରେ ଅଛି। ଏହି ମହଳ ଭିତରେ ଥିବା ଅନେକ ଘର ଅଛି ଯେଉଁଟା ପରସ୍ପର ସହିତ ଅନେକ ଧାଡିର ବରଣ୍ଡାରେ ଯୋଡି ହେଇ ରହିଛି ଓ ଏହି ବାରଣ୍ଡା ମଝିରେ ପାଣି ବହେ। ଏହା ଯୋଗୁ ଏହାର ନାମ Nahr-i-Behist (ସ୍ଵର୍ଗର ଝରଣା) ରକ୍ଷା ଯାଇଅଛି। ଲାଲ କିଲା ଶହଜାହାନଙ୍କ ନେତୃତ୍ଵରେ ନିର୍ମାଣ କରା ଯାଇଥିଲା। ଏହା ମୁଗଳ, ଫାର୍ସି, ତିମୁରିଦ ଓ ହିନ୍ଦୁ ସଭ୍ୟତା କୁ ମିଶେଇ ବନା ହେଇଛି। 

UNESCO.jpg

UNESCO | Archive

ଏହା ପରେ ଆମେ ଗୁଗୁଲରେ ଯାଇ ଲାଲକୋଟ ମହଳର ଫୋଟୋ ସର୍ଚ କରିଲୁ। ଆମକୁ ଆରକ୍ୟୋଲଜିକାଳ ସର୍ଭେ ଅଫ ଇଣ୍ଡିଆ ସାଇଟରୁ ଲାଲକୋଟ ମହଳର ଫୋଟୋ ମିଳିଲା। ଏହି ଫୋଟୋଦେଖି ଆମେ ଜାଣିବାକୁ ପାଇଲୁ ଯେ ଏହା ଲାଲ କିଲା ଠାରୁ ପୁରା ଅଲଗା ଏବଂ ଏହି ଦୁଇଟା ଦିଲ୍ଲୀର ଅନ୍ୟ ଅନ୍ୟ ଅଞ୍ଚଲରେ ଅଛନ୍ତି। 

lalkot.jpg

Archeological Survey Of India | Archive

ଶେଷକଥା:

 ଆମେ ଅନୁସନ୍ଧାନରୁ ଏହା ଜାଣିବାକୁ ପାଇଲୁ ଯେ ଲାଲ କିଲାର ନିର୍ମାଣ ଶାହଜାହାନଙ୍କ ଦ୍ଵାରା ୧୬୩୯ ମସିହାରେ ଆରମ୍ଭ ହେଇ ୧୬୪୮ ମସିହାରେ ସେଶ ହେଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଯେ ଲାଲ କିଲାର ନିର୍ମାଣ ୧୨ମ ସଦିରେ ପୃଥିବୀରାଜ କରିଥିଲେ ଓ ଏହାର ନାମ ଲାଳକୋଟ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। 

Avatar

Title:କ’ଣ ଲାଲ କିଲା ଶହଜାହାନଙ୍କ ନିର୍ମାଣ କରି ନାହାନ୍ତି? କ’ଣ ଏହାରନିର୍ମାଣ ୧୨ମ ସଦିରେ ହେଇଥିଲା ଓ ଏହା ପୃଥିବୀରାଜଙ୍କ ମହଳ ଥିଲା? କ’ଣ ଏହାର ପ୍ରକୃତ ନାମ ଲାଳକୋଟ ଥିଲା? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *