ଜାଣନ୍ତୁ ରାହୁଲ ଗାନ୍ଧି ଭାଇରାଲ ଭିଡିଓର ସତ୍ୟ।

False Social

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ଗୋଟେ ସପ୍ତାହ ପୂର୍ବରୁ   Debasish Grahacharya ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ କଟାକ୍ଷ୍ୟ କରି ଲେଖା ଯାଇଛି ଯେ,ପ୍ରବଳ ନିଶାର ପ୍ରଭାବ। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ନିଜ ଭାଷଣରେ କହୁଛନ୍ତି ଯେ, ହିନ୍ଦୁସ୍ତାନର ଯୁବା ପିଢ଼ି କେବଳ ହିନ୍ଦୁସ୍ତାନକୁ ନାହିଁ ବରଂ ପୁରା ଦେଶକୁ ବଦଳି ପାରିବ। ରାହୁଲ ଗାନ୍ଧିଙ୍କର ଏଭଳି କଥାକୁ ସୋସିଆଲ ମିଡିଆରେ ଜୋର ଦାର ମଜାକ ବନା ଯାଉଛି। ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ବିଚାର ଧାରାକୁ ନେଇ ମଧ୍ୟ କଟାକ୍ଷ୍ୟ କରାଯାଉଛି। ତେଳେ ଭିଡିଓ ଦେଖନ୍ତୁ।

Archive

ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଭାଇରାଲ ଭିଡିଓର ପୁରା ଭିଡିଓ ମିଳିଲା। ଭାଇରାଲ ଭିଡିଓ ଆମକୁ କଂଗ୍ରେସ ୟୁଟ୍ୟୁବ ଚ୍ୟାନେଲରୁ ମିଳିଲା। ଭିଡିଓ 28 ଜାନୁଆରି 2020ରେ ପୋଷ୍ଟ କରିଯାଇଥିଲା। ରାହୁଲ ଗାନ୍ଧି ଭାଷଣ ଦେଉଥିବା ଏହି ଭିଡିଓ ୟୁବା ଆକରୋସ ରାଲି ଜୟପୁରର ଅଟେ। ଭିଡିଓ ତଳେ ଦେଖନ୍ତୁ।

ଭିଡିଓର 2.41 ମିନିଟରୁ 2.50 ମିନିଟ ପର୍ଯ୍ୟନ୍ତ ଭାଇରାଲ ଭିଡିଓର କ୍ଲିପ ଦେଖିବାକୁ ମିଳୁଛି। ଆମକୁ ମିଳିଥିବା ଭିଡିଓରେ ରାହୁଲ ଗାନ୍ଧି ଭୁଲରେ କହିଥିବା କଥାକୁ ଠିକ କରୁଥିବାର ଦେଖା ଯାଉଛି। କିନ୍ତୁ ଭାଇରାଲ ଭିଡିଓରେ ଏହି କ୍ଲିପ କାଟି ଦିଆ ଯାଇଛି। ରାହୁଲ ଗାନ୍ଧି କହୁଛନ୍ତି ଯେ, “ପୁରା ଦେଶ ଏବଂ ଦୁନିଆ ଏହି କଥାକୁ ମାନିକି ଚାଲୁଛି ଯେ, ହିନ୍ଦୁସ୍ତାନର ଯୁବା ପିଢ଼ି କେବଳ ହିନ୍ଦୁସ୍ତାନକୁ ନାହିଁ ବରଂ ଦେଶକୁ ମଧ୍ୟ ବଦଳାଇ ପାରିବ। ଦୁନିଆକୁ ବଦଳାଇ ପାରିବ,କ୍ଷ୍ୟମାକରିବେ ,ଦେଶକୁ କେବଳ ନୁହେଁ ଦୁନିଆକୁ ବଦଳାଇ ପାରିବ

ହିନ୍ଧି ଅର୍ଥ-“पूरा देश और दुनिया इस बात को मान के चलती है की हिंदुस्तान का युवा, हिंदुस्तान को ही नहीं देश को भी बादल सकता है। दुनिया को बादल सकता है, सॉरी, देश को नहीं दुनिया को बादल सकता है।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାହୁଲ ଗାନ୍ଧିଙ୍କ ଅଧା ଭିଡିଓ  ଭାଇରାଲ ହେଉଛି । କିନ୍ତୁ ପ୍ରକୃତ ଭିଡିଓରେ ରାହୁଲ ଗାନ୍ଧି ତାଙ୍କ ଭୁଲ ସୁଧାରୁଥିବାର ଦେଖା ଯାଉଛି। 

Avatar

Title:ଜାଣନ୍ତୁ ରାହୁଲ ଗାନ୍ଧି ଭାଇରାଲ ଭିଡିଓର ସତ୍ୟ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *