କୋଲ୍ଡ ଡ୍ରୀଙ୍ଗ୍ସରେ ଇବୋଲା ଭୂତାଣୁ ମିଶାଇ ସଂକ୍ରମିତ କରାଯାଉଛି ? ଅଲଗା ଅଲଗା ସମୟର ଫୋଟୋ କୁ ମିଶାଇ ମିଥ୍ୟା ଦାବିରେ ଖବର ଭାଇରାଲ

False Social

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକଙ୍କ ମୃତ ଶରୀର ପଡ଼ିଥିବାର ଦେଖାଯାଉଛି। ଏହା ଛଡ଼ା ଥଣ୍ଡା ବୋତଲ ଏବଂ ପୁଲିସ ତଦନ୍ତ କରୁଥିବାର ଦେଖାଯାଉଛି। ଭାଇରାଲ ଫୋଟୋ ସହ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଲୋକମାନେ ମାଜା , ଫାଣ୍ଟା, କୋକାକୋଲା, ଇତ୍ୟାଦି ଥଣ୍ଡା ପାନୀୟ ପୀ ମୃତ୍ୟୁବରଣ କରିଛନ୍ତି। ବାଇଦ୍ରାବାଦ ପୋଲିସ ସୂଚନା ଦେଇଛନ୍ତି ଯେ, ଦୟାକରି ଆଗାମୀ କିଛି ଦିନ ପାଇଁ ମାଜା, ଫାଣ୍ଟା,7ଅପ, କୋକା କୋଲା, ମାଉଣ୍ଟ ଡିଆ, ପେପସି ଇତ୍ୟାଦୀ କୌଣସି ଥଣ୍ଡା ପାନୀୟ ପିଅନ୍ତୁ ନାହିଁ କାରଣ ଏହି କମ୍ପାନିଗୁଡିକରେ ଜଣେ ଶ୍ରମିକ ଏଥିରେ ଇବୋଲା ନାମକ ବିପଦପୂର୍ଣ୍ଣ ଜିବାଣୁର ଦୁଷିତ ରକ୍ତକୁ ମିଶ୍ରୀତ କରିଛି। 

ଏହା ସହ ଭାଇରାଲ ପୋଷ୍ଟରେ ଲେଖାଯାଉଛି ଯେ, ଗତକାଲି NDTV ଚ୍ୟାନେଲରେ ଏହି ଖବର କୁହାଯାଇଥିଲା। ତୁମେ ଏହି ସନ୍ଦେଶକୁ ତୁମ ପରିବାର ଏବଂ ସାଙ୍ଗମାନଙ୍କ ସହ ସେୟର କରନ୍ତୁ। 

ଏହି ଖବର ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ହାଇଦ୍ରାବାଦରେ ମାଜା , ଫାଣ୍ଟା, କୋକାକୋଲା, ଇତ୍ୟାଦି ଥଣ୍ଡା ପାନୀୟ ପୀ ମୃତ୍ୟୁବରଣ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ପ୍ରଥମ ଫୋଟୋ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋର ପ୍ରଥମ ଫୋଟୋକୁ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। pak101 ପେଜରେ ପ୍ରକାଶିତ ଖବର ଅନୁସାରେ ଭାଇରାଲ ଫୋଟୋ ପାକିସ୍ତାନର ଗୁଜରାନୱାଲାରେ ନକଲି କୋକାକୋଲା କାରଖାନାର ବିସ୍ଫୋରଣ ସମୟର ଅଟେ। 2015 ମସିହାରେ ଏହି ବିଷୟରେ ଏକ ଖବର ପ୍ରକାଶିତ କରାଯାଇଥିଲା। 

ଦ୍ୱିତିୟ ଫୋଟୋ-

ଦ୍ୱିତିୟ ଫୋଟୋ ଆମକୁ antiviral ପେଜରେ ମିଳିଲା। ଭାଇରାଲ ଫୋଟୋ 4 ବର୍ଷ ପୁରୁଣା ଅଟେ। ଖବର ଅନୁସାରେ ଖେରୀ – ଲକ୍ଷ୍ମପୁର ଖେରୀର ପାସୱାନ ପୋଲିସ ଷ୍ଟେସନ ପରିସରର ଜାତୀୟ ରାଜପଥ 24 ଉଚୋଲିଆ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକରେ ଏକ ଯାଦୁ ଧକ୍କା ହେତୁ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଥିଲେ। 

ଫୋଟୋ-3

ଭାଇରାଲ ଫୋଟୋ ଆମେ 10 ଜାନୁଆରୀ 2015 ରେ ପ୍ରକାଶିତ ଏକ NDTV ରିପୋର୍ଟ ପାଇଲୁ। ଫଟୋର କ୍ୟାପସନ ଅନୁଯାୟୀ, ୱାଗା ସୀମାରେ ବୋମା ବିସ୍ଫୋରଣରେ ନିହତ ହୋଇଥିବା ଲୋକଙ୍କ ଫୋଟୋ । ୱାଗା ସୀମା ବୋମା ବିସ୍ଫୋରଣ ସହିତ ଜଡିତ କୀ ଶବ୍ଦ ଖୋଜିବାରେ, ଆମେ ଏହା ସହ ଜଡିତ TOI ରିପୋର୍ଟ ମଧ୍ୟ ପାଇଲୁ।  ଏହି ଆତ୍ମଘାତୀ ଆକ୍ରମଣରେ 55 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି।

ଫୋଟୋ-4

Deccan herald ପେଜରେ ଭାଇରାଲ ଫୋଟୋ 2017ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଚିତ୍ରରେ ଦେଖାଯାଇଥିବା ଶବଗୁଡ଼ିକ ତେଲେଙ୍ଗାନାର ମାମିଲ୍ଲାଗଡାର ଏକ ପରିବାରର ଅଟେ। ଋଣ ପରିଶୋଧ କରିବାରେ ଅସମର୍ଥ ହୋଇ ପରିବାରର 6 ଜଣ ସଦସ୍ୟ ଆତ୍ମହତ୍ୟା କରିଥିଲେ। 

1976 ମସିହାରେ କଙ୍ଗୋରେ ଇବୋଲା ଜୀବାଣୁ ପ୍ରଥମେ ମିଳିଥିଲା। ଏହା ପରେ, ଏହି ଜୀବାଣୁ ସମୟ ସମୟରେ ଲୋକଙ୍କ ମଧ୍ୟରେ ପହଞ୍ଚିବାରେ ଲାଗିଲା ଏବଂ ସେମାନଙ୍କ ମୃତ୍ୟୁର କାରଣ ହୋଇଗଲା। କିନ୍ତୁ 2014 ରୁ 2016 ମଧ୍ୟରେ ଇବୋଲା ଜୀବାଣୁ ଏହାର ସବୁଠାରୁ ବିପଜ୍ଜନକ ରୂପରେ ଦେଖା ଦେଇଥିଲା। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଅନୁଯାୟୀ, ଏହି ତିନି ବର୍ଷ ମଧ୍ୟରେ ତିନିଟି ଆଫ୍ରିକୀୟ ଦେଶରେ 11,310 ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ଭାରତରେ ବହୁତ କମ ଇବୋଲା ରୋଗର ରିପୋର୍ଟ ହୋଇଥିଲା। ଏହା ବ୍ୟତୀତ ଭାଇରାଲ ଦାବିରେ କୁହାଯାଇଛି ଯେ ଶୀତଳ ପାନରେ ସଂକ୍ରମିତ ରକ୍ତ ମିଶ୍ରଣ ବିଷୟରେ NDTV ରିପୋର୍ଟ କରିଛି। କିନ୍ତୁ ଆମେ NDTV ରୁ ସେପରି କୌଣସି ଖବର ପାଇଲୁ ନାହିଁ।

ଜୁଲାଇ 2019 ରେ ହାଇଦ୍ରାବାଦ ପୋଲିସ ଏକ ଟୁଇଟରେ ଏହି ମିଥ୍ୟା ଦାବିକୁ ଅସ୍ୱୀକାର କରି କହିଛି ଯେ ସେମାନେ କୌଣସି ବାର୍ତ୍ତା ଦେଇନାହାଁନ୍ତି।

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଅଲଗା ଅଲଗା ଜାଗା ଏବଂ ଅଲଗା ସମୟର ଫୋଚୋକୁ ମିଶାଇ ହାଇଦ୍ରାବାଦ ପୋଲିସ ଇବୋଲା ସଂକ୍ରମଣ ନେଇ ବାର୍ତ୍ତା ଦେଇଥିବାର ମିଥ୍ୟା ଖବର ଭାଇରାଲ କରାଯାଉଛି। 

Avatar

Title:କୋଲ୍ଡ ଡ୍ରୀଙ୍ଗ୍ସରେ ଇବୋଲା ଭୂତାଣୁ ମିଶାଇ ସଂକ୍ରମିତ କରାଯାଉଛି ? ଅଲଗା ଅଲଗା ସମୟର ଫୋଟୋ କୁ ମିଶାଇ ମିଥ୍ୟା ଦାବିରେ ଖବର ଭାଇରାଲ

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *