କ’ଣ ବିଜେପି ସରକାରଙ୍କ ରାଜରେ ନକଲି ନୋଟ ଗୁଜରାଟରେ ଛପା ହେଉଥିବା ରୁ ପୋଲିସ ଏହାକୁ ଜବତ କରିଛି? ଜାଣନ୍ତୁ ସତ।

False Social

ଏହି ପୋଷ୍ଟରେ ବହୁ ପରିମାଣର ୨୦୦୦ ଟଙ୍କା ନୋଟ ପୋଲିସ ବରାମଦ କରିଥିବା ଦେଖା ଯାଉଛି। କିଛି ଘଣ୍ଟା ପୂର୍ବରୁ ୧୨ ଫେବ୍ରୁଆରିରେ ତରବେଜ ଖାନ ନାମକ ଜେନ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପୋଲିସ ଦ୍ଵାରା ବରାମଦ କରା ଯାଇଥିବା ନକଲି ନୋଟ ବିଜେପି ସରକାର ରାଜରେ ଗୁଜରାଟରେ ଛପା ଯାଇଅଛି, ପାକିସ୍ତାନରେ ନୁହେଁ।  ଏହି ଫୋଟୋ ସୋସିଆଲ ମିଡିଆରେ ୧୪ ଜାନୁଆରୀରେ ଯାଇଡ ପିୟାନ ନାମକ ଜେନ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ପୋଷ୍ଟ କରିଥିଲେ। 

fb.jpg

Facebook | Archive

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨ ନଭେମ୍ବର ରେ ଫାଇନାନ୍ସିଆଲ ଏକ୍ସପ୍ରେସରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଏହି ଘଟଣା ଖମ୍ମାମ ଜିଲାର ଭେମସୁର ମଣ୍ଡଳ ଆଞ୍ଚଲରେ ଘଟିଛି। କିଛି ଲୋକ ୨୦୦୦ ଟଙ୍କା ନୋଟ ବଦଳରେ ରେଜା ନେଇ ୨୦% କମିଶନ ଦେଉ ଥିଲେ। ତେଲେଙ୍ଗାନା ପୋଲିସ ଏହି ଦଳର ୫ ଟି ଲୋକଙ୍କୁ ଗିରଫ କରିଛି। ପୋଲିସ ୨୦୦୦ ଟଙ୍କାର ୩୨୦ ବନ୍ଦଳ ଜବତ କରିଛି। ଏହାର ମୂଲ୍ୟ ୬.୪ କୋଟି ଟଙ୍କା ଅଟେ। 

Financial Express.jpg

Financial Express | Archive

ଫୋଟୋ ସହିତ ଏହି ଖବର ତେଲେଙ୍ଗାନା ଟୁଡେରେ ମଧ୍ୟ ଚାପିଅଛି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପୋଲିସ ୨୦୦୦ ଟଙ୍କା ନୋଟର ୩୫୦ ବନ୍ଦଳ ଜବତ କରି ଏହା ପଛରେ ଗୋଟିଏ ପରିବାର ର ୪ ଲୋକଙ୍କୁ ଗିରଫ କରିଛି। ପୋଲିସ କମିଶନର ତଫସିର ଇକ୍ବାଳ କହିଛନ୍ତି ଯେ ଜଳି ନୋଟ କାରୋବାର ର ମୁଖ୍ୟ ସ୍ଥାନ ସାଥୁପାଲି ଜିଲା ଥିଲା। କମିଶନରଙ୍କ କହିବା ଅନୁଯାୟୀ, ଦୋଷୀ ନକଲି ନୋଟର ବନ୍ଦଳ ଉପରେ ଗୋଟିଏ ଅସଲି ନୋଟ ରଖୀ ଲୋକଙ୍କ ଠାରୁ ପଇସା ଖୁଲା କରୁଥିଲେ। 

telengana today.jpg

Telengana Today | Archive 

ଏହି ବିଷୟରେ ୨ ନଭେମ୍ବର ୨୦୧୯ ରେ ଦି ଟାଇମସ ଅଫ ଇଣ୍ଡିଆ ମଧ୍ୟ ନିଜ ଫେସବୁକ ଛେନାଲରେ କହିଛି। 

https://www.youtube.com/watch?v=4–fZXaYKGU

ଶେଷକଥା:

ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ନକଲି ନୋଟ ଜବତ କରାଯାଇଥିବା ଘଟଣା ତେଲେଙ୍ଗାନା ରାଜ୍ୟରେ ୨ ନଭେମ୍ବରରେ ୨୦୧୯ ରେ ଘଟିଚି। ଗୁଜରାଟ ର ସୁରତ ଜିଲାରେ ପୋଲିସ ଏହି ନକଲି ନୋଟ ଜବତ କରିବା କଥା ମିଥ୍ୟା ଅଟେ।  

Avatar

Title: କ’ଣ ବିଜେପି ସରକାରଙ୍କ ରାଜରେ ନକଲି ନୋଟ ଗୁଜରାଟରେ ଛପା ହେଉଥିବା ରୁ ପୋଲିସ ଏହାକୁ ଜବତ କରିଛି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False