
ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଥିବା ଏକ ପୋଷ୍ଟ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାରେ ଜନ୍ମ ହେଲା ଭୂତ ଛୁଆ। ଏବଂ ଏହା ପୁରୀର ନିମାପଡ଼ା ଠାରେ ଘଟିଛି।
news 38 timesରେ ଏହି ଖବର ପ୍ରକାସିତ କରାଯାଇଛି। ପ୍ରକାସିତଚ ଖବରରେ ଲେଖାଯାଇଛି ଯେ,ଏହି ଘଟଣାଟି ପୁରୀର ନିମାପଡ଼ା ଠାରେ ଘଟିଛି। ରାତି ୧୧ ଟା ସମୟ ହୋଇଥାଏ।ବର୍ଷା ଏତେ ଜୋରେ ହେଉଥିଲା ଯେ ଘରୁ କେହି ବାହାରି ପାରୁ ନଥିଲେ।ସେହି ସମୟରେ ଜଣେ ମହିଳାଙ୍କର ଗ-ର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଘରୋଇ ହସ୍ପିଟାଲ କୁ ନେଇକି ଗଲେ।
ହସ୍ପିଟାଲ୍ ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ବାହାରେ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ।ତେଣୁ ବ୍ୟକ୍ତି ଜଣଙ୍କ ବାହାରେ ଅପେକ୍ଷା କରିଲେ।କିଛି ସମୟ ଅପେକ୍ଷା ପରେ ତାଙ୍କ ସ୍ତ୍ରୀ ଯେଉଁ ରୁମ୍ ରେ ଥିଲେ ସେହି ରୁମ୍ ରୁ ଏକ ଭୟଙ୍କର କାନ୍ଦିବାର ଚିତ୍କାର ଶୁଣା ଗଲା। ସତେ ଯେମିତି ଗୋଟେ ଛୁଆର ତଣ୍ଟି କୁ କିଏ ଚିପି ଦେଉଛି।ଏହି ଶବ୍ଦ ଶୁଣିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ପାଖକୁ ଯାଇଥିଲେ।

ତେବେ କଣ ପୁରିରେ ଏହି ଏଲିଅନ ଛୁଆ ଜନ୍ମ ନେଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 776ରୁ ଅଧିକ ଲୋକ ଦେଖିସାରିଛନ୍ତି।
ଅନୁସନ୍ଧାନ-
ଭାଇରାଲ ଫୋଟୋକୁ ଆମେ ରିଭର୍ସ ଇମେଜ କରିବାରୁ ଭାଇରାଲ ଫୋଟୋ ଆମକୁ PUNJAB KESARI MPର ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 4 ଜୁନ 2022ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ମଧ୍ୟପ୍ରଦେଶର 4 ଜୁନରେ ରତ୍ଲାମ ଜିଲ୍ଲାରେ ଜଣେ ମହିଳା ଏଲିଅନ ପରି ଦେଖାଯାଉଥିବା ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ କହିଛନ୍ତି ଯେ ଏହି ସମସ୍ୟା ଏକ ଜେନେଟିକ ସମସ୍ୟା। ଏହି କାରଣରୁ ଶିଶୁର ଶରୀରର ଚର୍ମ ବିକଶିତ ହୋଇପାରିଲା ନାହିଁ। ଯେଉଁଥିପାଇଁ ଶିଶୁର ଶରୀରର ଶିରା ଦୃଶ୍ୟମାନ ହେଉଛି।
ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ରତ୍ଲାମର ସିଭିଲ୍ ହସ୍ପିଟାଲରେ ‘କୋଲୋଡିଅନ୍’ ନାମକ ଏକ ବିରଳ ଜେନେଟିକ୍ ଅବସ୍ଥା ଥିବା ଏକ ଶିଶୁ ଜନ୍ମ ହୋଇଥିଲା। ଏହି ରିପୋର୍ଟଗୁଡିକ ଏଠାରେ, ଏଠାରେ ଏବଂ ଏଠାରେ ପଢ଼ା ଯାଇପାରିବ। ତେଣୁ ଏହି ଘଟଣା ପୁରୀରେ ନୁହେଁ ମଧ୍ୟପ୍ରଦେଶରେ ଘଟିଛି।

ଆଇସିୟୁ ଦାୟିତ୍ୱରେ ଥିବା ଡକ୍ଟର ନାଭେଦ୍ କୁରେଶି କହିଛନ୍ତି ଯେ, ବାରଭଡା ନିବାସୀ ଜଣେ ମହିଳା ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରୀ ଭାଷାରେ, ଏହିପରି ଶିଶୁମାନଙ୍କୁ କୋଲୋଡିଅନ୍ ଶିଶୁ କୁହାଯାଏ। ଏହା ଏକ ଜେନେଟିକ୍ ସମସ୍ୟା। ଏହି ରୋଗରେ, ଗର୍ଭଧାରଣ ସମୟରେ ଶିଶୁର ଚର୍ମ ବିକଶିତ ହୁଏ ନାହିଁ ଏବଂ ଶିଶୁର ଶରୀରରେ ଚର୍ମର ଅଭାବ ହେତୁ ଏହାର ଅଂଶ ଫୁଲିଯାଏ। ଶିରା ବାହାରେ ଦୃଶ୍ୟମାନ ହୁଏ। ଏପରି ଶିଶୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଶିଶୁର ଆଙ୍ଗୁଠି ଏବଂ ଯୈନାଙ୍ଗ ମଧ୍ୟ ସଂପୂର୍ଣ୍ଣ ବିକଶିତ ହୋଇନାହିଁ। ଯଦି ଯୈନାଙ୍ଗଗୁଡିକ ସଠିକ୍ ଭାବରେ ବିକଶିତ ହୋଇନଥାଏ, ବର୍ତ୍ତମାନ ଏହି ଶିଶୁ ପୁରୁଷ କିମ୍ବା ମହିଳା ତାହା ସନ୍ଦେହଜନକ।
ପୁରୀରେ ଜନ୍ମନେଲା ଭୂତ ଛୁଆ. .
ଏହାକୁ ନେଇ ଆମେ ସୋସିଆଲ ମି଼ଡିଆରେ ଅଲଗା ଅଲଗା କିବର୍ଡ ମାଧ୍ୟମରେ ଖବରର ସଂଧାନ କରିଲୁ। କିନ୍ତୁ ଆମକୁ ଏପରି କୌଣସି ଖବର ମିଲିଲା ନାହିଁ। ଏହା ଛଡ଼ା ଆମେ ପୁରୀର ସ୍ଥାନିୟ ସାଂବାଦିକଙ୍କ ସହ ମଧ୍ୟ ସଂପର୍କ କିରଲୁ। ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ପୁରୀରେ ଏପରି କୌଣସି ଘଟଣା ଘଟି ନହିଁ। ଭାଇରାଲ ଖବର ମିଥ୍ୟା ଅଟେ।
ଶେଷକଥା–
ଆମେ ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ପୁରୀରେ ଭୂତ ଛୁଆ ଜନ୍ମନେଇଥିବାର ଭାଇରାଲ ଖବର ମିଥ୍ୟା ଅଟେ। ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ। 4 ଜୁନରେ ରତ୍ଲାମ ଜିଲ୍ଲାରେ ଜଣେ ମହିଳା ଏଲିଅନ ପରି ଦେଖାଯାଉଥିବା ଶିଶୁକୁ ଜନ୍ମ ଦେଇଛନ୍ତି।

Title:କ’ଣ ପୁରୀରେ ଜନ୍ମନେଲା ଭୂତ ଛୁଆ ? ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ।
Fact Check By: Saritadevi SamalResult: False
