
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ପୋଲିସକର୍ମୀଗୋଟିଏ ଟ୍ରକକୁ ଗୋଡ଼ାଇଛନ୍ତି। କିଛି ସମୟ ପରେ ସେହି ଟ୍ରକ୍ ଏକ ସ୍ଥାନରେ ଅଟକି ଯାଉଛି ଏବଂ ପୋଲିସ ତାକୁ ଘେରିଛନ୍ତି।
ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ଘଟଣା ହରିୟାଣା ରାଜ୍ୟର ଅଟେ ଯେତେବେଳେ ରାଜ୍ୟ ପୋଲିସ ଗୌ ଚୋରା ଚାଲାଣ ଟ୍ରକକୁ ଜବତ କରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ହରିୟାଣାର ନୁହେଁ, ବରଂ ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ଅଟେ।
କ’ଣ ଦାବି କର ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “୧00 ସ୍ପିଡ଼ରେ ଦୌଡୁଛି ହରିୟାଣା ପୋଲିସ ଗୋରୁ ଗାଡି ପଛରେ ଗୋମାତା ଙ୍କୁ ଉଦ୍ଧାର କରିବାକୁ ଯାଉଥିବାରୁ ହରିୟାଣା ପୋଲିସ ବନ୍ଧୁଙ୍କୁ ୧00 ସଲାମ”
ସମାନ ଭିଡିଓ ଆପଣ ମାନେ ଏଠାରେ ମଧ୍ୟ ଭାଉରାଲ ହେଉଥିବା ଦେଖି ପାରିବେ।
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଏବିପି ନ୍ୟୁଜ୍ ୱେବସାଇଟରେ ୫ ସେପ୍ଟେମ୍ବର ୨୦୨୨ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ପୋଲିସ ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ଗୋଟିଏ ଗୌ ଚୋରା ଚାଲାଣ ଟ୍ରକକୁ ଗୋଡାଇବା ପରେ ତାହାକୁ ଜବତ କରିଥିଲା। ଏହି ଘଟଣା ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ଘଟିଥିଲା।
ୟୁଟ୍ୟୁବରେ ସର୍ଚ୍ଚ କରିଲା ପରେ ଆମକୁ ନ୍ୟୂଜ ନେସନ୍ସି ଚ୍ୟାନାଲରେ ୬ ସେପ୍ଟେମ୍ବର ୨୦୨୨ ରେ ଏହି ଘଟଣା ନେଇ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଘଟଣାଟି ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ଅଟେ ଯେଉଁଠାରେ ପୋଲିସ ଗାଈ ଭରି ରହିଥିବା ଗୋଟିଏ ଟ୍ରକକୁ ଜବତ କରିଥିଲା। ପ୍ରାୟ ୨୦ କିଲୋମିଟର ଟ୍ରକର ପିଛା କରିବା ପରେ ପୋଲିସ ଏହାକୁ ଧରିବାରେ ସକ୍ଷମ ହୋଇଥିଲା। ପୋଲିସ ସେହି ଟ୍ରକରୁ ୧୫ ଗାଈକୁ ଉଦ୍ଧାର କରିଥିଲା। ଗୌ ଚୋରା ଚାଳନର ସୂଚନା ହିନ୍ଦୁ ସଂଗଠନ ଦ୍ଵାରା ପୋଲିସକୁ ଦିଆ ଯାଇଥିଲା।
ପୋଲିସ ଠାରୁ ବଞ୍ଚିବା ପାଇଁ ଟ୍ରକ୍ ଜନଗହଳି ସ୍ଥାନରେ ପ୍ରବେଶ କରିଥିଲା। ପୋଲିସ ଚେତାବନୀ ଦେବା ପରେ ମଧ୍ୟ ସେହି ଟ୍ରକ୍ ଅଟକି ନଥିଲା। ହିନ୍ଦୁ ସଂଗଠନ ଲୋକେ ମଧ୍ୟ ପୋଲିସ ସହିତ ଏହି ଟ୍ରକର ପିଛା କରିଥିଲେ। ଏହି ଗାଈ ମାନଙ୍କୁ ପଞ୍ଜାବରୁ ବିହାର ନିଆ ଯାଉଥିଲା।
ଦି ପ୍ରିଣ୍ଟ ପତ୍ରିକା ଅନୁଯାୟୀ ପୋଲିସ ଗୌ ଚୋରା ଚାଲାଣ କରୁଥିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ପଞ୍ଜାବର ସଂରୁର ଜିଲ୍ଲାର ବାସିନ୍ଦା ଅଟେ। ଟ୍ରକରେ ୧୫ ଟି ଗୋରୁ ଥିଲେ ଯାହା ମଧ୍ୟରୁ ୩ ଟି ଗାଈ ଏବଂ ୧୨ ଶଣ୍ଢ ଥିଲେ। ଡ୍ରାଇଭର ବିରୁଦ୍ଧରେ ମାମଲା ରୁଜୁ କରା ଯାଇଛି ଏବଂ ସମସ୍ତ ଗୌ ମାନଙ୍କୁ ଗୌଶାଳା ସୁରକ୍ଷିତ ପଠା ଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଘଟଣାଟି ଗୌ ଚୋରା ଚାଲାଣର ଅଟେ, କିନ୍ତୁ ଘଟଣାଟି ହରିୟାଣାର ହେଇଥିବା ଦାବି ଭୁଲ ଅଟେ। ଏହି ଘଟଣା ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଘଟିଥିଲା।

Title:କ’ଣ ଗୌ ଚୋରା ଚାଲାଣକାରୀଙ୍କୁ ପୋଲିସ ଗୋଡାଉଥିବା ଏହି ଭିଡିଓ ହରିୟାଣାର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
