କ’ଣ ଦୀପାବଳୀ ଦିନ ହାତରେ ରକେଟ୍ ଜାଳିବାବେଳେ କଲେକ୍ଟର ଟିନା ଦାବିଙ୍କ ସହ ଏକ ଦୁର୍ଘଟଣା ଘଟିଛି? ଜାଣନ୍ତୁ ସତ୍ୟ।

Partly False Social

ବର୍ତ୍ତମାନ ଅସିଆଲ ମିଡିଆରେ ଜୈସଲମେର କଲେକ୍ଟର ଟିଣା ଦାବିଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ଏଥିରେ ଦାବି କରାଯାଉଛି ଯେ ଦୀପାବଳି ଦିନ ସେ ତାଙ୍କ ହାତରେ ଏକ ରକେଟ ଜାଳିଥିଲେ। ସେତେବେଳେ ହଠାତ୍ ତାଙ୍କ ମୁହଁରେ ବାଣର ନିଆଁ ପଡ଼ିଯାଇଥିଲା, ହେଲେ ଏଥିରୁ ସେ ନିଜକୁ ରକ୍ଷା କରି ଦେଇଛନ୍ତି।

କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ଫାଇଲ ଯେ ଭାଇରାଲ ଭିଡିଓ ଦୀପାବଳିର ନୁହେଁ ବରଂ ଦଶହରା ସମୟର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ପୋଷ୍ଟରେ ଦାବି କରା ଯାଇଛି ଯେ, “ଦୀପାବଳୀରେ ବାଣ ଫୁଟାଉ ଫୁଟାଉ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଆଇଏଏସ୍ ଟିନା ଡାବି। ଟିନା ଡାବି ନିଜ ହାତରେ ବାଣ ଫୁଟାଉଥିବା ବେଳେ ହଠାତ୍ ତାଙ୍କ ମୁହଁରେ ବାଣର ନିଆଁ ପଡ଼ିଯାଇଥିଲା ହେଲେ ଏଥିରୁ ନିଜକୁ ରକ୍ଷା କରି ଦେଇଛନ୍ତି ।”

Facebook | Archive | Website | Archive

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୬ ଅକ୍ଟୋବରରେ ରାଜସ୍ଥାନ ତକ୍ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏହି ଭିଡିଓ ଜୟସଲମର୍ କଲେକ୍ଟର ଟିନା ଡାବି ଦଶହରାରେ ରାବଣକୁ ଜାଳିବା ସମୟର ଅଟେ। ନିମ୍ନଏ ଆପଣ ମାନେ ଭିଡିଓ ଦେଖି ପାରିବେ। 

Archive

ଦୈନିକ ଭାସ୍କର ରିପୋର୍ଟ ଅନୁଯାୟୀ ଜୈସଲମେର ରେ ଦଶହରା ଦିନ ଟିଣା ଦାବି ୩୫ ଫୁଟ୍ ରାବଣ ଏବଂ ୩୦ ଫୁଟ୍ କୁମ୍ଭକରଣ ଏବଂ ମେଘନାଦକୁ ପୁନମ ସିଂ ଷ୍ଟାଡିୟମରେ ଜାଲିଥିଲେ। ଭାଇରାଲ ଭିଡିଓ ଦୈନିକ ଭାସ୍କର ୱେବସାଇଟରେ ମଧ୍ୟ ପ୍ରସାରିତ ହୋଇଛି। 

Archive

ଏଥିରୁ ଆମେ କହିପାରିବା ଯେ ଏହି ଭିଡିଓ ଦିୱାଲୀ ନୁହେଁ ଏବଂ ଟିନା ଡାବିଙ୍କୁ କୌଣସି ଆଘାତ ହେଇନାହିଁ। ସେ ଦଶହରାରେ ରାବଣ ଦାହ ପାଇଁ ପୁନମ ସିଂ ଷ୍ଟାଡିୟମକୁ ଆସିଥିଲେ। ଏହି ଭିଡିଓର ଦୀପାବଳି ସମୟର ଭିଡିଓ ଦାବି ମିରଥ୍ୟା ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଟିନା ଦାବି ବାଣ ଜଳାଉଥିବା ଦୃଶ୍ୟ ଦୀପାବଳି ସମୟର ନୁହେଁ ବରଂ ଦଶହରା ସମୟର ଅଟେ। ସେ ଦଶହରାରେ ରାବଣ ଦାହ ପାଇଁ ପୁନମ ସିଂ ଷ୍ଟାଡିୟମକୁ ଆସିଥିଲେ।

Avatar

Title:କ’ଣ ଦୀପାବଳୀ ଦିନ ହାତରେ ରକେଟ୍ ଜାଳିବାବେଳେ କଲେକ୍ଟର ଟିନା ଦାବିଙ୍କ ସହ ଏକ ଦୁର୍ଘଟଣା ଘଟିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *