
କୋରୋନା ପାଇଁ ବର୍ତମାନ ଅନେକ ଲୋକ ନିଜ ଜୀବନ ହରେଈ ସାରିଲେଣି ଏବଂ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସାଂଘାତିକ ଅବସ୍ତାରେ ଅଛି। କୌଣସି ଔଷଧ ନ ବାହାରିଥିବା ରୁ ଏହି ରୋଗର ବୃଦ୍ଧି ଉପରେ କୌଣସି ଲଗାମ ନାହିଁ। ଧୀରେ ଧୀରେ ସବୁ ଦେଶରେ ନିଜ ଆତଙ୍କ ବିସ୍ତାର କରୁଛି କୋରୋନା। ଦେଶ ବିଦେଶରେ ବୈଜ୍ଞାନିକ ମାନେ ଏହି ରୋଗର ଟୀକା ଆବିଷ୍କାର କରିବା ପାଇଁ ଲାଗି ପଡ଼ିଛନ୍ତି, ସେହି ସମୟରେ କୋରୋନା ଯୋଗୁ ଲୋକଙ୍କ ସ୍ଥିତି ଗମ୍ଭୀର ହେଇ ଚାଲିଛି।
ବର୍ତମାନ ସମୟରେ କୋରୋନା ନେଇ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଏହି ଭିଡିଓ ଟି ଇରାନ ଦେଶର। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଗୋଟିଏ ବିରାଟ ଜାଗାରେ କେତେ ଲୋକ ବୁଲୁଛନ୍ତି ଓ ତାଙ୍କ ମଧ୍ୟରେ କିଛି ଗାଡ଼ିରେ ମୃତ ଲୋକଙ୍କ ଶବ ନିୟା ଯାଉଅଛି। ଏହି ଭିଡିଓରେ ଗୋଟିଏ ଆରବୀ ଭାଷା ଗୀତ ମଧ୍ୟ ଶୁଣିବାକୁ ମିଳିଛି। ଏହି ଭିଡିଓ ୩୦ ମାର୍ଚରେ ଜଣେ ଫେସବୁକ ୟୁଜର କୋଶଳ ମିଡିଆ ଅନଲିମିଟେଡ ନାମକ ଫେସବୁକ ପେଜରେ ଏହି ଭିଡିଓ ପୋଷ୍ଟ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଭିଡିଓ କୁ ଇନଭିଦ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଏହି ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ମକ୍କା ହଜ ନାମକ ଗୋଟିଏ ୟୁଟ୍ୟୁବ ଛେନାଲ ମିଳିଲା। ଏହି ଛେନାଲରେ ୧୬ ଅଗଷ୍ଟ ୨୦୧୯ ମସିହାରେ ପୋଷ୍ଟ କରା ଯାଇଥିବା ଭିଡିଓ ମିଳିଲା। ଏହି ଭିଡିଓରେ ଏହା ବର୍ଣନା କରା ଯାଇଅଛି ଯେ ସାଉଡି ଆରବରେ ହଜ ସମୟରେ ୫୮ ଲୋକଙ୍କ ମୃତ୍ୟୁ ହେଇଥିଲା।
ଏହା ପରେ ଆମକୁ ଆଉ ଗୋଟିଏ ପୋଷ୍ଟ ମିଳିଲା। ଏହି ଭିଡିଓଟି ୮ ମାସ ତଳେ ପୋଷ୍ଟ କରା ଯାଇଅଛି।
୧୩ ମାର୍ଚ ରେ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ପତ୍ରିକାରେ ଛାପି ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଚୀନରେ କୋରୋନାର ପ୍ରଥମ କେସ ୧୭ ନଭେମ୍ବର ହେଇଥିଲା ବୋଲି ଜଣା ପଡିଛି। ବର୍ତମାନ ସୁଧା ଚୀନର ଅଧିକାରୀ ମାନେ ଏହା ଖୋଜି ପାଇଛନ୍ତି ଯେ ଗତ ବର୍ଷ ଚୀନରେ ୨୬୬ କୋରୋନା କେସ ଦେଖିବା କୁ ମିଳିଥିଲା। ଚୀନ ସରକାର କହିବା ଅନୁଯାୟୀ ହୁବାଇ ପ୍ରାନ୍ତର ଜଣେ ୫୫ ବର୍ଷୀୟ ବ୍ୟକ୍ତି ୧୭ ନଭେମ୍ବର ୨୦୧୯ ମସିହାରେ କୋରୋନା ଆକ୍ରାନ୍ତ ହୋଇଥିଲେ।
୩୦ ମାର୍ଚରେ ଇକୋନୋମିକ ଟାଇମସ ରେ ଛାପି ଥିବାଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଲାନସେଟ ମେଡିକାଲ ଜର୍ନାଲ ଏହା ଦାବି କରିଅଛି ଯେ କୋରୋନା ଭାଇରସ ରୁ ଆକ୍ରାନ୍ତ ହେଇଥିବା ବ୍ୟକ୍ତି ଡିସେମ୍ବର ୧ ରେ ଜଣା ପଡ଼ିଥିଲା। ପ୍ରଥମ ୨୭ କୋରୋନା ସନ୍ଦିଗ୍ଧ ରୋଗୀଙ୍କ ମଧ୍ୟରୁ ୱେଇ ନାମକ ବ୍ୟକ୍ତିଙ୍କ ପ୍ରଥମେ ଚିହ୍ନଟ ହୋଇଥିଲା। ତାଙ୍କୁ ପେସେଣ୍ଟ ଜିରୋ ନାମ ଡିୟା ଯାଇ ଥିଲା। ୱେଇଙ୍କ କହିବା ଅନୁଯାୟୀ ଯଦି ସରକାର କୋରୋନା ଚିହ୍ନଟ କରିବାରେ ବିଳମ୍ବ କରି ନ ଥାନ୍ତେ, ତାହାଲେ ଏହିକି ଖ୍ଯାତି ହେଇ ନ ଥାନ୍ତା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଥିବା ଭିଡିଓ ସାଉଡି ଆରବରେ ହଜର ଫୋଟୋ। ଏହି ଫୋଟୋରେ ଗାଡ଼ିରେ ନିୟା ଯାଉଥିବା ଶବ ଇରାନର ଦୃଶ୍ୟ ନୁହେଁ। ହଜ ସମୟରେ ହେଇଥିବା ୫୮ ଲୋକଙ୍କ ମୃତ୍ୟୁ ହେବା ଯୋଗୁ ତାଙ୍କ ଶବ ନିୟା ଯାଉ ଥିଲା। ଏହା ଗୋଟିଏ ପୁରୁଣା ଭିଡିଓ ଯେଉଁଟା ଅଗଷ୍ଟ ୨୦୧୯ ମସିହା ରେ ୟୁଟ୍ୟୁବରେ ପୋଷ୍ଟ କରା ଯାଇଥିଲା। ଏହି ଭିଡିଓର ଇରାନ ବା କୋରୋନା ଭାଇରସ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ ଇରାନ ଦେଶରେ କୋରୋନା ପାଇଁ ହେଇଥିବା ମୃତ ଲୋକଙ୍କ ଅନ୍ତିମ ସଂସ୍କାର ର ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False