
ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମ ଲୋକମାନେ ଫେରିବା ପାରେ ଦେଶରେ କୋରୋନା ସଂକ୍ରମଣର ଆତଙ୍କ ବଢ଼ି ଯାଇଛି। ଦେଶର ଅଲଗା ଅଲଗା ଜାଗାରୁ ପୋଲିସ ନିଜାମୁଦ୍ଦିନ ଯାଇଥିବା ମୁସ୍ଲିମମାନଙ୍କୁ ଖୋଜି ତାଙ୍କର କୋରୋନା ସଂକ୍ରମଣର ପରିକ୍ଷା କରାଉଛି। ସେଥି ମଧ୍ୟରୁ କିଛି ମୁସ୍ଲିମ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ସୂଚନା ମିଳୁଛି। ଏଥି ମଧ୍ୟରେ 3 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ ଭିଡିଓରେ ଏକ ଭ୍ୟାନ ଭିତରେ ଜଣେ ଯୁବକ ପୁଲିସ କର୍ମିଙ୍କ ଉପରେ ଛେପ ପକାଉଥିବାର ଦେଖା ଯାଉଛି। ଯୁବକ ଜଣକ ଛାପ ପକାଇବା ମାତ୍ରକେ ସେଠାରେ ଉପସ୍ଥିତ ଥିବା ପୋଲିସମାନେ ଯୁବକୁ ମିରୁଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଦିଲ୍ଲୀରୁ ଧରା ପଡିଥିବା କୋରନା ସଂକ୍ରମିତ ମୁସଲମାନ ମାନେ ପୋଲିସ୍ ମାନଙ୍କ ଉପରେ ଛେପ ପକାଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 792 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 161 କମେଣ୍ଟ ଏବଂ 253 ଲାଇକ ମିଳିଛି। ତଳେ ଭିଡିଓ ଲିଙ୍କ ଦେଖନ୍ତୁ।
ତେବେ କ’ଣ ଦିଲ୍ଲୀରେ ଧରା ପଡ଼ିଥିବା କୋରୋନା ସଂକ୍ରମଣ ପିଡ଼ିତ ପୋଲିସ କର୍ମି ଉପରେ ଛେପ ପାଇଥିଲେ? ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧଆନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଫୋଟୋ ମଧ୍ୟରୁ କିଛି ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Times of india ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଭାଇରାଲ ଭିଡିଓ ୟୁଟ୍ୟୁବରେ 2 ମାର୍ଚ୍ଚରେ ପୋଷ୍ଟ କରାଯାଇଥିଲା। ପୋଷ୍ଟ ଅନୁସାରେ ଭାଇରାଲ ଭିଡିଓ ମୁମ୍ୱାଇର ଅଟେ। ଭାଇରାଲ ଭିଡିଓରେ ଥିବା ଯୁବକ ମୁମ୍ୱାଇ ପୋଲିସ କର୍ମି ଉପରେ ଛେପ ପକାଉଥିବାର ଖବର ପ୍ରକାଶିତ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଦିଲ୍ଲୀର ନୁହେଁ। ତଳେ ଭିଡିଓ ଲିଙ୍କ ଦେଖନ୍ତୁ।
ଭିଡ଼ିଓ ସମ୍ପର୍କରେ ଅଧିକ ତଥ୍ୟା ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ 29 ଫେବୃଆରିରେ News 18 ମହାରାଷ୍ଟ୍ରର ନ୍ୟୁଜ ପେଜରେ ମଧ୍ୟ ଏହି ଖବର ପ୍ରକାଶିତ ହୋଇଥିବାର ମିଳିଲା। ଖବର ଅନୁସାରେ 26 ବର୍ଷର ଯୁବକ Mohamma ନାମକ ଜଣେ ଅପରାଧିକୁ ତାଙ୍କ ଘରୁ ଆଶିଥିବା ଖାଦ୍ୟ ନ ମିଳିବାରୁ ରାଗି ଯାଇ ପୋଲିସ୍ କର୍ମିଙ୍କୁ ପ୍ରଥମେ ଅଶ୍ଳୀଳ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲା ଏବଂ ପରେ ପୋଲିସ କର୍ମିଙ୍କ ଉପରେ ଛେପ ପକାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-News 18 । Archive
ଏହା ଛଡ଼ା ଏହି ନ୍ୟୁଜ ଆମକୁ Mumbai Mirrorରେ ପାଇଲୁ। ପୋଷ୍ଟର ଅୁସାରେ ଭିଡିଓରେ ଥିବା ଯୁବକ ଅଭିଯୁକ୍ତଙ୍କ ନାମ ମହମ୍ମଦ ସୋହେଲ ଶକତ ଅଲି ଅଟେ। ତାଙ୍କୁ ଦିଂଣ୍ଡୋସି କୋର୍ଟକୁ ନିଆଯାଇଥିଲା। ସେଠାରେ ଘରୁ ଆସିଥିବା ଖାଦ୍ୟ ନ ମିଳିବାରୁ ସେ ବିରକ୍ତ ହୋଇଥିଲା ଏବଂ ପୋଲିସଙ୍କ ଉପରେ ଏହାର ରାଗ ରଖା ଛେପ ପକାଇଥିଲା। 29 ଫେବୃଆରୀରେ ପିଟିଆଇ ଏହି ଘଟଣା ବିଷୟରେ ଜଣାଇଥିଲା। The week ଏବଂ Nav Bharat times ରେ ସମ୍ପୁର୍ଣ୍ଣ ଖବର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Mumbai Mirror । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡ଼ିଓ ଦିଲ୍ଲର ନୁହେଁ ବରଂ ମୁମ୍ବାଇର ଅଟେ। ଭିଡିଓରେ ଥିବା ଯୁବକକୁ କୋରୋନା ଭାଇରସ ହୋଇ ନାହିଁ। ଅପରାଧି ଯୁବକ ଘରୁ ଆସିଥିବା ଖାଦ୍ୟ ତାକୁ ନ ମିଳିବାରୁ ସେ ରାଗିଯାଇ ପୋଲିସ କର୍ମି ଉପରେ ଛେପ ପକାଇଥିଲା। ଭାଇରାଲ ଭିଡ଼ିଓ ଫେବୃଆରି ମାସର ଅଟେ।

Title:ମୁମ୍ୱାଇ ଭିଡ଼ିଓକୁ ଦିଲ୍ଲୀରେ ଧରା ପଡ଼ିଥିବା ମୁସ୍ଲିମ କୋରୋନା ପିଡ଼ିତ ପୁଲିସ କର୍ମି ଉପରେ ଛେପ ପକାଇବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False