
କୋରୋନା ଥମିବା ନାମ ନେଊଁ ନାହିଁ। ଏହି ରୋଗ କାରଣରୁ ସାରା ବିଶ୍ଵ କ୍ଷତିଗ୍ରସ୍ତ ହେଇଛି। ପ୍ରତ୍ଯେକ ଦିନ ନୂଆ ନୂଆ ଲୋକଙ୍କ ପୀଡ଼ିତ ହେଇ ଥିବା ଖବର ଦେଖିବା କୁ ମିଳୁଛି। ଭାରତରେ ମଧ୍ୟ କୋରୋନା କାୟା ପାଲଟି ସାରିଲାଣି। କୋରୋନା କୁ ରୋକିବା ପାଇଁ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛି। ଇଟାଲୀ, ଆମେରିକା ଏବଂ ଇରାନରେ ମୃତ ଲୋକଙ୍କ ସଂଖ୍ୟା ବଢି ଚାଲିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ଦେଖିବାକୁ ମିଳୁଛି।
ଏହି ପରି ଗୋଟିଏ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୯ ମାର୍ଚରେ ପାସା ଗାନ ନାମକ ଜେନ ଫେସବୁକ ୟୁଜର ଇଣ୍ଟେଲେକ୍ଚୁଆଲ୍ସ ଅଫ ଦି ୱାର୍ଲ୍ଡ ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ କଟକ ରେ ହେଇଥିବା ମଦମୃତ୍ୟୁ ପରେ ଦୃତିୟ ଥର ପାଇଁ ଏହା ଦେଖିବା କୁ ମିଳିଛି ଇଟାଲୀ ରେ ମରଶରୀର କୁ ଆଳିୟାଗଦା ରେ ପକେଇ ଶବ ସତ୍କାର କରା ଯାଉଅଛି।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓଟି କୁ ଇନଭିଦ ଗୁଗୁଲ କ୍ରୋମ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ୟାଣ୍ଡେକ୍ସରେ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମଆକୁ ଏହି ଭିଡିଓ ଜଡିତ କିଛି ତଥ୍ୟ ମିଳିଲା।
୨୯ ଜାନୁଆରୀରେ ଆଇ.ଏମ.ସି.ଇ. ଚାଇନା ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହି ଫିଲ୍ମ ବିଷୟରେ କୁହା ଯାଇଅଛି। ଫିଲ୍ମର କାହାଣୀ ବର୍ଣନା କରିଲା ସହିତ ଏହି ଫିଲ୍ମର ଅନେକ ଫୋଟୋ ମଧ୍ୟ ଏହି ଅନୁଛେଦରେ ଦିୟା ଯାଇଅଛି। ଏହି ସବୁ ଫୋଟୋ ମଧ୍ୟରୁ ଆମକୁ ଦାବି କରା ଯାଇଥିବା ଭିଡିଓର କିଛି ଫୋଟୋ ଦେଖିବା କୁ ମିଳିଲା।
ଏହା ପରେ ଆମକୁ ଏହି ବିଷୟନେଇ ଆହୁରି ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ଏହା କୁହା ଯାଇ ଅଛି ଯେ ଫିଲ୍ମର ନାମ ହେଲା “ଫ୍ଲୁ” ଓ ଏହା ୨୦୧୩ ମସିହାରେ ରିଲିଜ ହେଇଥିଲା। ଏହା ଦକ୍ଷିଣ କୋରିୟା ଦେଶର ଫିଲ୍ମ ଏବଂ ଫିଲ୍ମର ନିର୍ଦେଶକଙ୍କ ନାମ ହେଉଛି “କିମ ସୁ ସୁ।“
ଏହି ଫିଲ୍ମ ଇଶୟରେ ଆମକୁ ଆଇ.ଏମ.ବି.ଡି ସାଇଟରୁ ମଧ୍ୟ ଜଣା ପଡ଼ିଲା। ଆଇ.ଏମ.ବି.ଡି ସାଇଟରେ ଏହି ଫିଲ୍ମର କିଛି ଫୋଟୋ ଦିୟା ଯାଇଅଛି ଯେଉଁଟା ଭିଡିଓରେ ଥିବା ଦୃଶ୍ୟ ସହିତ ସମାନ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭିଡିଓରେ ଦେଖା ଯାଇଥିବା ଦଦୃଶ୍ୟ ଇଟାଲୀ ବା କୋରୋନା ସମ୍ବନ୍ଧିତ ଘଟଣାର ଭିଡିଓ ନୁହେଁ। ଏହି ଭିଡିଓଟି ୨୦୧୩ ମସିହା ରେ ଦକ୍ଷିଣ କୋରିୟାର ଗୋଟିଏ ଫିଲ୍ମର ଗୋଟିଏ କ୍ଲିପ ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହା କୋରୋନା ଭାଇରସ ଯୋଗୁ ଇଟାଲୀ ରେ ମୃତ ଲୋକଙ୍କ ଶବ ସତ୍କାର ର ଭିଡିଓ ହୋଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ କ୍ରେନ ସାହାଜ୍ଯତା ରେ ଶବ କୁ ନିଷ୍କାସନ କରୁ ଥିବା ଭିଡିଓ ଇଟାଲୀ ର ଅଟେ? କ’ଣ ଏହି ଶବ ଇଟାଲୀରେ କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ? ଜାଣନ୍ତୁ ସତ୍ୟ
Fact Check By: Siddharth SahuResult: False