କ’ଣ ଭିଡିଓରେ ଖଣ୍ଡା ସହିତ ପ୍ରଦର୍ଶନ କରୁଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଅଟନ୍ତି? ଜାଣନ୍ତୁ ସତ୍ୟ। 

False Political

ବର୍ତ୍ତମାନ ଜଣେ ମହିଳା ଲୋକଙ୍କ ମଧ୍ୟରେ ଖଣ୍ଡା ଧରି ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ହେଉଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପାଇଲା। ଭିଡିଓରେ ଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ନୁହଁନ୍ତି, ବରଂ ଗୁଜୁରାଟର ଜଣେ ସମାଜସେବି ନିକିତାବା ରାଠୋର ଅଟନ୍ତି। ଏହି ଭିଡିଓର ରାଜସ୍ଥାନ ସହିତ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଆଜ୍ଞା, ଏହି ଶେରିନୀ କିଏ ଚିଂହୁଛନ୍ତି ତ !!  ରାଜସ୍ଥାନର ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ” 

Facebook | Archive

ଆମ ଅନୁସନ୍ଧ୍ଯାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମାକୁ ସମାନ ଭିଡିଓ ଆମକୁ ୨୨ ଜାନୁଆରୀ ରେ ନିକିତାବା ରାଠୋର ନାମକ ଜଣେ ମହିଳାଙ୍କ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ସେ ଲେଖିଛନ୍ତି, “ଗୋଟିଏ ନାମ ଜୟ ଶ୍ରୀ ରାମ ସମସ୍ତଙ୍କ ପାଇଁ।”

ସମାନ ଭିଡିଓ ତାଙ୍କର ଇଂଷ୍ଟାଗ୍ରାମ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। 

ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ନିକିତାବା ରାଠୋରଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ତାଙ୍କର ଅଟେ। ଏହି ଭିଡିଓଟି ଅହମ୍ମଦାବାଦର ନରୋଡା ଠାରେ ଜାନୁଆରୀ ୨୨ ରେ ଆୟୋଜିତ ହୋଇଥିବା ଏକ ସମାରୋହର ଅଟେ ଯେଉଁ ଦିନ ଭଗବାନ ରାମଙ୍କ ମନ୍ଦିର ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୧ ହଜାର ଦୀପ ଜଳାଯାଇଥିଲା।

ଶେଷକଥା

ଆମ ଅନୁସନ୍ଧାନରେ ଆମେ ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପାଇଲା। ଭିଡିଓରେ ଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ନୁହଁନ୍ତି, ବରଂ ଗୁଜୁରାଟର ଜଣେ ସମାଜସେବି ନିକିତାବା ରାଠୋର ଅଟନ୍ତି।

Avatar

Title:କ’ଣ ଭିଡିଓରେ ଖଣ୍ଡା ସହିତ ପ୍ରଦର୍ଶନ କରୁଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଅଟନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *