
Photo Credit: National Issue 24
୧ ଏପରିଲ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀରେ ମୁସଲମାନ ସମୁଦାୟ ଲୋକେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଦିଲ୍ଲୀ ରେ ନିଜମୁଦ୍ଦିନ ଘଟଣାରେ ଯୋଗ ଦେଇ ଥିବା ଲୋକଙ୍କ କୋରୋନା ଚିହ୍ନଟ ଏବଂ ସ୍କ୍ରିନିଙ୍ଗ କରିବା ପାଇଁ ଆସିଥିଲେ। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ କିଛି ସ୍ୱାସ୍ଥ୍ୟ କର୍ମଚାରୀ ରାସ୍ତାରେ ଚାଲୁ ଥିବା ସମୟରେ ତାଙ୍କୁ କିଛି ଲୋକେ ପଥର ମାଡ଼ କରୁଛନ୍ତି ଓ ସେହି ସମୟରେ ଏହି ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଡାକ୍ତରଙ୍କ ଦଳ ନିଜ ପଜୀବନ ରକ୍ଷା କରିବା ପାଇଁ ଖସି ପଳାଉଛନ୍ତି।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଇନଭିଡ ଗୁଗୁଲ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଗୋଟିଏ ଗୋଟୁଏ କରି ଅନେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଗୋଟିଏ ଫ୍ରେମ ଦ୍ଵାରା ଏହି ଭିଡିଓ ଜଡ଼ିତ କିଛି ତଥ୍ୟ ମିଳିଲା।
୩ ଏପ୍ରିଲ ଦି ୱୀକ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବୁଧୁବାର ଦିନ ଇନ୍ଦୋର ସହର ର ତତପତ୍ତି ବଖାଳ ଆଞ୍ଚଲରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେଲା ପରେ ମଧ୍ୟ ସେ ମାନେ ପୁନର୍ବାର ସେହି ଆଞ୍ଚଲକୁ ଯାଇ ଲୋକଙ୍କ କୋରୋନା ସଙ୍କ୍ରାମଣ ପରୀକ୍ଷା କରିଲେ। ଏହି ପଥର ମାଡ଼ରେ ଦୁଇଟି ମହିଳା ଡାକ୍ତର ଆଘାତ ହେଇଛନ୍ତି। ଘଟଣା ପରଦିନ ଯେତେବେଳେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ସେହି ଆଞ୍ଚଲକୁ ଗଲେ ସେତେବେଳେ ସ୍ଥାନୀୟ ଲୋକେ ତାଙ୍କୁ କ୍ଷମା ମାଗି କହିଲେ ଯେ କିଛି ଯୁବକ ଦଳ ଲୋକଙ୍କୁ ଭ୍ରମିତ କାରୀ ଦେଇଥିଲେ। ପୋଲିସ ଭିଡିଓ ମାଧ୍ୟମରୁ ୧୦ ଟି ଲୋକଙ୍କୁ ଚିହ୍ନଟ କରିସାରିଛି ଏବଂ ତାଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ ମଧ୍ୟ କରି ସାରିଛି। ଟାଇମସ ଅଫ ଇଣ୍ଡିଆ ଅନୁଯାୟୀ ବର୍ତମାନ ସେଠାରେ ଶାନ୍ତିପୂର୍ଣ ସ୍ଥିତି ଅଛି ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ନିଜ କାମ କରୁଛନ୍ତି।
ଏହା ପରେ ଆମକୁ ୨ ଏପ୍ରିଲ ରେ ୟୁଟ୍ୟୁବରେ ଇଣ୍ଡିଆ ଟୁଡେ ନ୍ଯୁଜ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ ଡାଃ ଜାଇକା ସୟଦଙ୍କ ସହ ସାକ୍ଷାତକାର ରେ କିଛି ପ୍ରଶ୍ନ ପଚରା ଯାଇଛି। ଇନ୍ଦୋର ରେ ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ପଥର ମାଡ଼ ହୋଇଥିଲା ଡାଃ ଜାଇକା ସେହି ଦଳର ଜେନ ଡାକ୍ତର ଥିଲେ। ଡାଃ ଜାଣିକା କହିଛନ୍ତି ଯେ ସେ ଆଉ ତାଙ୍କ ଦଳ ଗତ ୫ ଦିନରୁ ସେହି ଆଞ୍ଚଲରେ କାମ କରୁ ଥିଲେ। ତାଙ୍କ ଦଳକୁ ସୂଚନା ମିଳି ଥିଲା ଯେ ଜଣେ ୬୫ ବର୍ଷୀୟ ଲୋକ “ହମିଦ” କୋରୋନା ସଙ୍କ୍ରାମଣ ଶିକାର ହେଇ ନିଜ ଜୀବନ ହରାଇଥିଲେ। ପ୍ରଥମ ଦିନରୁ ସେ ଆଉ ତାଙ୍କ ଦଳ ସେଠିକାର ସସ୍ଥାନୀୟ ଲୋକଙ୍କ ପରୀକ୍ଷା କରୁଥିଲେ। ୪ ରୁ ୫ ଦିନ ଟକ ଲୋକେ ସକରାତ୍ମକ ପ୍ରତିକ୍ରିୟା ଦେଇ ଥିଲେ। କିନ୍ତୁ କାଲୀ ଯେତେବେଳେ ଆମେ ସେହି ସ୍ଥାନ କୁ ଯାଇ ଥିଲୁ ସେତେବେଳେ ଆମକୁ ଜଣେ ଅଟୋ ଡ୍ରାଇଭରଙ୍କ ମାଁଙ୍କ ପରୀକ୍ଷା କରିଲୁ। ୫ ମିନିଟ ପରେ ଲୋକେ ଭିଡ଼ ହେଇ ଆସିବାଡ଼ ଆମେ ଦେଖିବାକୁ ପାଇଲୁ। ପାଖା ପାଖି ୧୦୦ ରୁ ୨୦୦ ଲୋକଙ୍କ ଦଳ ଥିଲା। ସେମାନେ “ଏମାନଙ୍କୁ ମାର” ଚିଲେଇ ଆମ ଆଡ଼କୁ ବଢି ଆସୁଥିଲେ। ସେମାନେ ବହୁତ ଅପମାନଜଣକ ଶବ୍ଦ ମଧ୍ୟ ବ୍ୟବହାର କରୁଥିଲେ। ଆମେ ଯେମିତି ସେମିତି ନିଜକୁ ବଞ୍ଚାଇ ତେହସିଲଦାର “ସି.ଏସ. ହୁଦ୍ଦା” ସାରଙ୍କ ଗାଡ଼ିରେ ବସି ଆମେ ସେଠାରୁ ଖସି ପଳାଇ ଆସିଲୁ। ସେଠିକାର ଲୋକେ ଆମ ଉପରେ ରାଗି ଏପରି କାମ କାହିଁକି କରିଲେ, ସେ ସୂଚନା ଆମେ ଦେଇ ପାରିବୁ ନାହିଁ। ମୋର ଅନ୍ୟ ସାଥି ମାନେ ମଧ୍ୟ ଇନ୍ଦୋର ର ଅନ୍ୟ ଆଞ୍ଚଲରେ ବହୁତ କଠିନ ପରିଶ୍ରମ କରୁଛନ୍ତି।
୨ ଏପ୍ରିଲରେ ଅନି ନ୍ୟୁଜ ମଧ୍ୟ ଟୁଇଟରରେ ଏହି ଭିଡିଓ ପୋଷ୍ଟ କରି ଏହା କହିଛି ଯେ ଇନ୍ଦୋର ର ତତପତ୍ତି ବଖାଳ ଆଞ୍ଚଲରେ କୋରୋନା ଚିହ୍ନଟ ପରୀକ୍ଷା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଉପରେ ସ୍ଥାନୀୟ ଲୋକେ ପଥର ମାଡ଼ କରିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ଥାନାରେ ମାମଲା ମଧ୍ୟ ରୁଜୁ କରା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଘଟଣା ଦିଲ୍ଲୀର ନୁହେଁ। ଏହା ଇନ୍ଦୋର ସହର ର ତତପତ୍ତି ବଖାଳ ଆଞ୍ଚଲର ଅଟେ। ଏହି ଘଟଣାକୁ ଦିଲ୍ଲୀ ନିଜମୁଦ୍ଦିନ ଜମାତ ଘଟଣା ସହିତ ଜୁଡ଼ି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି। ଏହି ଘଟଣାର ଦିଲ୍ଲୀ ସହିତ କୌଣସି ସମ୍ବନ୍ଧ ନାହିଁ। ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଏପରି ମିଥ୍ୟା ଗୁଜବ ନ କରନ୍ତୁ।

Title:କ’ଣ କୋରୋନା ସ୍କ୍ରିନିଙ୍ଗ ପରୀକ୍ଷା କରିବା ପାଇଁ ଯାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଥର ଫିଙ୍ଗି ମାରିଲେ ଦିଲ୍ଲୀର ମୁସଲମାନ ଲୋକେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False