
ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।
ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି ଭିଡିଓକୁ ଏକ ବାସ୍ତବିକ ମାମଲା ଭାବି ଲୋକମାନେ ସାମ୍ପ୍ରଦାୟିକ ଘଟଣା ଦାବି ସହିତ ସେୟାର କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ ଯାହା ଏକ ବାସ୍ତବିକ ଘଟଣା ନୁହେଁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୮ ମେ ୨୦୨୪ ରେ ଗୋଟିଏ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା।
ଭିଡିଓ ସହିତ ପୋଷ୍ଟରେ ଉଲ୍ଲେଖ କରା ଯାଇଛି ଯେ ଏହି ପେଜରେ ସ୍କ୍ରପ୍ଟେଡ୍ ଡ୍ରାମା ଏବଂ ପାରୋଡି ଭିଡିଓ ପୋଷ୍ଟ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ମନୋରଞ୍ଜନ ଏବଂ ସଚେତନତା ବିସ୍ତାର କରିବା। ଏହା ସ୍ପଷ୍ଟ କରେ ଯେ ଭିଡିଓରେ କୌଣସି ସାମ୍ପ୍ରଦାୟିକ କୋଣ ନାହିଁ। ନିମ୍ନରେ ଆପଣ ମାନେ ସମ୍ପୂର୍ର୍ଣ ଭିଡିଓ ଦେଖି ପାରିବେ ଯାହା ଶେଷରେ ମଧ୍ୟ ଲେଖା ଯାଇଛି ଯେ ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ।
ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫେସବୁକ ପେଜରେ ଏପରି ଅନେକ ସ୍କ୍ରିପ୍ଟେଡ୍ ଭିଡିଓ ପୋଷ୍ଟ ହେଇଛି ଯାହା କେବଳ ନୋରଞ୍ଜନ ଏବଂ ସଚେତନତା ବିସ୍ତାର କରିବା ଉଦ୍ଦେଶ୍ୟ ରେ ସୃଷ୍ଟି କରା ଯାଇଛି। ନିମ୍ନରେ ଆପଣ ମାନେ ଏହି ପରି ଅନ୍ୟ ଏକ ଭିଡିଓ ଦେଖି ପାରିବେ।
ଏହି ଭିଡିଓରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତାଙ୍କୁ ଦେଖି ପାରିବେ। ଏହା ସ୍ପଷ୍ଟ କରୁଛି ଯେ ଭାଇରାଲ ଭିଡିଓରେ ଗୁପ୍ଚୁପ୍ ବିକ୍ରେତା ଜଣେ ଅଭିନେତା।
ଏହା ବ୍ୟତୀତ ଏହି ଭିଡିଓକୁ ‘ଆଇଡିଆ ଫ୍ୟାକ୍ଟ୍ରି‘ ନାମକ ଏକ ଫେସବୁକ୍ ପେଜ୍ ମଧ୍ୟ ସେୟାର କର ଯାଇଛି। ଭାଇରାଲ୍ ଭିଡିଓ ପରି ସ୍କ୍ରିପ୍ଟିଡ୍ ଭିଡିଓ ମଧ୍ୟ ଏହି ଫେସବୁକ୍ ପେଜରେ ଅପଲୋଡ୍ ହୋଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଗୁପ୍ଚୁପ୍ ବିକ୍ରେତାକୁ ମୁସ୍ଲିମ ଲୋକ ଦର୍ଶାଇ ଅପରିଷ୍କାର ଗୁପ୍ଚୁପ୍ ଲୋକଙ୍କୁ ବିକ୍ରି କରୁଥିବା ଭିଡିଓକୁ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। ଏହା ଏକ ବାସ୍ତବିକ ଘଟଣା ନୁହେଁ। ଲୋକଙ୍କୁ ସଚେତନା ଏବଂ ତାଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମିତ ଏହି ଭିଡିଓ ସ୍କ୍ରିପ୍ଟେଡ୍ ଅଟେ।

Title:ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।
Fact Check By: Siddharth SahuResult: False
