
ଗତ କିଛି ଦିନ ତଳେ ଓଡ଼ିଶାର ଜଣେ କମେଡ଼ିଆନ ଅର୍ଥାତ୍ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେ ମିଷ୍ଟର ନୋନସେନ୍ସ ନାମକ ଏକ ଟିଭି ସୋରେ ହାସ୍ୟ କଳାକାର ଭାବେ କାମ କରିଥିଲେ। ଏଥି ମଧ୍ୟରେ ଅନ୍ୟ ଏକ ଓଡ଼ିଶାର ଜଣା ଶୁଣା ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କର ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ଏବଂ ହ୍ୱାଟ୍ସ ଆପରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କର ଦେଇ ଲେଖା ଯାଇଛି ଯେ, ଆଜି ଅକ୍ଷୟ ତୃତୀୟା ଏତେ ଭଲ ଦିନରେ ତାଙ୍କର ଦେହାନ୍ତ ହୋଇ ଯାଇଛି। ତାଙ୍କ ଆତ୍ମାକୁ ପ୍ରଭୁ ଶାନ୍ତି ଦିଅନ୍ତୁ। ଏହା ଏକ ଟିକଟକ ଭିଡ଼ିଓ। ଭିଡ଼ିଓକୁ ଅନେକ ଥର ସେୟାର କରାଯାଇଛି। ତଳେ ଭିଡିଓ ଦେଖନ୍ତୁ।
ତେବେ କଣ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମୃତ୍ୟୁ ହୋଇଛି। ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆମ୍ଭରେ ଆମେ ଏହି ଖବରରୁ ନେଇ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର ମୃତ୍ୟୁକୁ ନେଇ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆ News odia ଚ୍ୟାନେଲରେ 27 ଏପ୍ରିଲରେ ବାଇଟ୍ ଦେଇଥିବାର ଆମେ ପାଇଲୁ। ଭିଡ଼ିଓର 10.15 ମିନିଟ୍ ରେ ସେ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟ ରଞ୍ଜନ ଅର୍ଥାତ୍ ଚଞ୍ଚ ମିଷ୍ଟର ନୋନସେନ୍ସ ସୋରେ ଏକ ମୁଖ୍ୟ ଭୂମିକା ନିଭାଉଥିଲେ। ତାଙ୍କ ଲାଗି ସୋକୁ ଅଧିକ ଲୋକ ଦେଖିବା ପସନ୍ଦ କରୁଥିଲେ। କିନ୍ତୁ ତାଙ୍କ ଦେହ ଖରାପ ହେବାରୁ ଆମେ ମିଷ୍ଟର ନୋନସେନ୍ସରେ ତାଙ୍କ ଭୂମିକୁ ବନ୍ଦ କରି ଦେଇଥିଲୁ ଏବଂ ଆଶା କରିଥିଲୁ ତାଙ୍କ ଦେହ ଭଲ ହେବା ପରେ ସେ ପୁଣି ସୋକୁ ଫେରି ଆସିବେ। କିନ୍ତୁ ତାଙ୍କର ମୃତ୍ୟୁ ଆମ ପାଇଁ ଅନେକ ଦୁଃଖ ଦେଇ ଯାଇଛି। ତେଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ 27 ଏପ୍ରିଲରେ ପ୍ରକାଶିତ ହୋଇଥିବା Mayuri tvରେ ଏକ ଭିଡ଼ିଓ ମିଳିଲା। ଭିଡ଼ିଓରେ ପ୍ରଜ୍ଞା ଖଟୁଆ ଲାଇଭ ଆସି ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ନ୍ୟୁଜ ଫେକ ଅଟେ। ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ସହିତ କୋରୋନା ମହାମାରି ସମୟରେ ଏପରି ଫେକ୍ ନ୍ୟୁଜ ଭାଇରାଲ କରୁଥିବା ଲୋକଙ୍କୁ ସେ ନିନ୍ଦା କରିଛନ୍ତି ଏବଂ ଏପରି ଫେକ୍ ନ୍ୟୁଜ ଭାଇରାଲ ନ କରିବା ପାଇଁ ଅନୁରୋଧ କରିଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଓଡ଼ିଆ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାର ହେଉଛି। ପ୍ରଜ୍ଞା ଖଟୁଆ ଲାଇଭ ଆସି ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ନ୍ୟୁଜ ଫେକ ଅଟେ। ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି।

Title:ଓଡ଼ିଆ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାର ହେଉଛି।
Fact Check By: Saritadevi SamalResult: False