ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋରେ ଥିବା ରୋଗୀ ବ୍ୟକ୍ତି ହେଉଛନ୍ତି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିସନ୍ ର ଅଧ୍ୟକ୍ଷ ଶ୍ରୀମତ ସ୍ଵାମୀ ଶ୍ମରଣ୍ଣାନନ୍ଦ ଜି ମହାରାଜ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କୋଲକାତାର ଏକ ଚିକିତ୍ସାଳୟରେ ସାକ୍ଷାତ କରିବାକୁ ଯାଇଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଅତ୍ୟନ୍ତ ଦୁଃଖଦ!! ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ। ଅମର ଆତ୍ମା ର ସଦ୍ଗତି ହେଉ।

Facebook

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୫ ମାର୍ଚ୍ଚ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଫିସିଆଲ ଟୁଇଟର ହେଣ୍ଡେଲରେ ପୋସ୍ତ ହେଇଥିବା ମିଳିଲା। ଟୁଇଟ କରି ସେ କହିଥିଲେ, “କୋଲକାତାରେ ପହଞ୍ଚିବା ପରେ ଡାକ୍ତରଖାନା ଯାଇ ରାମକୃଷ୍ଣ ମଠ ତଥା ରାମକୃଷ୍ଣ ମିଶନ୍ ର ସଭାପତି ଶ୍ରୀମତି ସ୍ୱାମୀ ସ୍ମାରାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲି।

Upon reaching Kolkata, went to the hospital and enquired about the health of the President of Ramakrishna Math and Ramakrishna Mission, Srimat Swami Smaranananda ji Maharaj.

We are all praying for his good health and quick recovery. pic.twitter.com/2jammDbWsH

— Narendra Modi (@narendramodi) March 5, 2024

୫ ମାର୍ଚ୍ଚ ୨୦୨୪ ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ଗସ୍ତ କରିଥିଲେ, ଯେଉଁଠାରେ ସେ ରାମକୃଷ୍ଣ ମିଶନ ସେବା ପ୍ରତୀଥାନରେ ଅସୁସ୍ଥ ସ୍ଵାମୀ ଶ୍ମରଣ୍ଣାନନ୍ଦ ଜି ମହାରାଜଙ୍କ ସହ ସାକ୍ଷାତ କରିଥିଲେ। ତାହା ପରଦିନ ସେ ପଶ୍ଚିମବଂର ଉତ୍ତର ୨୪ ପରଗାନାଶର ବାରାସାତ ରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ଖରାପ ସ୍ୱାସ୍ଥ୍ୟ ହେତୁ ୯୫ ବର୍ଷୀୟ ସ୍ଵାମୀ ଶ୍ମରଣ୍ଣାନନ୍ଦ ଜି ମହାରାଜ ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଏକ ଫେସବୁକ ପୋଷ୍ଟ ମିଳିଲା। ୧ ଅକ୍ଟୋବର ୨୦୨୪ ର ଏହି ପୋଷ୍ଟରେ ଏକ ବିବୃତ୍ତି ଜାରି କରା ଯାଇଛି ଯେଉଁଥିରେ ଲୋକଙ୍କୁ ସୂଚିତ କରା ଯାଇଛି ଯେ ମହନ୍ତ ଶ୍ରୀ ନୃତ୍ୟଗୋପାଳ ଦାସଜି ମହାରାଜଙ୍କର ସ୍ୱାସ୍ଥ୍ୟ ନେଇ ସୋସିଆଲ ମିଡିଆରେ କିଛି ଗୁଜବ ପ୍ରଚାର ହେଉଛି। ବିବୃତ୍ତି ରେ ଲେଖା ଯାଇଛି, “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଧ୍ୟକ୍ଷ ମହନ୍ତ ଶ୍ରୀ ନୃତ୍ୟଗୋପାଳ ଦାସଜି ପୂର୍ଣ୍ଣ ସ୍ଵସ୍ଥ ଅଛନ୍ତି ଏବଂ ଅଯୋଧ୍ୟାରେ ନିଜ ବାସଭବନରେ ଅଛନ୍ତି। ୧ ଅକ୍ଟୋବର ରେ ସୋସିଆଲ ମିଡିଆରେ ନୃତ୍ୟଗୋପାଳ ଦାସଜିଙ୍କ ସ୍ଵାଷ୍ଠ ନେଇ ମିଥ୍ୟା ପ୍ରଚାର ହୋଇଛି ଯାହା ଏକ ଚିନ୍ତାର ବିଷୟ।” ଏହା ସହିତ ବିବୃତ୍ତିରେ ଲୋକଙ୍କୁ ଏପରି ମିଥ୍ୟା ଖବର ଉପରେ ବିଶ୍ଵାସ ନକରିବା ପାଇଁ ପରାମର୍ଶ ମଧ୍ୟ ଦିଆ ଯାଇଛି।

https://www.facebook.com/srjbtkshetra/posts/pfbid02RFdYRDZw2FAS2c88wUAUmKbn64oQ4wnoUvCn4485kwc1FqaAFZcz7BXQSm4C7Jgxl

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ପୁରୁଣା ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାର ଏକ ଚିକିତ୍ସାଳୟରେ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିସନ୍ ର ଅଧ୍ୟକ୍ଷ ଶ୍ରୀମତ ସ୍ଵାମୀ ଶ୍ମରଣ୍ଣାନନ୍ଦ ଜି ମହାରାଜ ଅସୁସ୍ଥ ଥିବା ସମୟରେ ତାଙ୍କ ସହ ସାକ୍ଷାତ କରିଥିଲେ। ଶିରାମ ଜନ୍ମଭୂମି କ୍ଷେତ୍ର ଅଧ୍ୟକ୍ଷ ମହନ୍ତ ଶ୍ରୀ ନୃତ୍ୟଗୋପାଳ ଦାସଜି ମହାରାଜ ସୁସ୍ଥ ଅଛନ୍ତି ଏବଂ ନିଜ ବାସଭବନରେ ଅଛନ୍ତି।

Avatar

Title:ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *