
ମାହାରାଷ୍ଟ୍ର ର ପାଲଘର ଆଞ୍ଚଲରେ ଦୁଇଟି ସାଧୁଙ୍କ ନିରଦୟୀ ଭାବରେ ହତ୍ୟା ହେଲା ପରେ ମାହାରାଷ୍ଟ୍ର ସରକାରଙ୍କୁ ଖୁବ ସମାଲୋଚିତ କରା ଯାଇଅଛି। ଅର୍ନବ ଗୋସ୍ଵାମୀ ଏବଂ ରିପବ୍ଲିକ ଛେନାଲ ସର୍ବପ୍ରଥମେ ଏହି ବିଷୟ ନେଇ ନିଜ ଛେନାଲରେ ନ୍ୟୁଜ ପ୍ରସାରିତ କରିଥିଲେ। ଏହି ସମୟରେ ଅର୍ନବ ନିଜେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିୟା ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ସେ କଂଗ୍ରେସ ଦଳ ସଦସ୍ୟଙ୍କ ଉପରେ ଏହି ବିଷୟ ନେଇ ହିଂସା କରିବା ଦୋଷ ଲଗାଇଥିଲେ। ଅର୍ନବଙ୍କ ବିରୂଢରେ ଏନ.ଏମ ପୋଲିସ ଥାନାରେ ମାମଲା ରୁଜୁ କରା ଯାଇଥିଲା। ପୋଲିସ ଅର୍ନବଙ୍କୁ ଥାନା ଡାକି ୧୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପଚରାଉଚରା କରି ଥିଲେ। ବର୍ତମାନ ସୋସିଆଲ ମିଡିଆରେ ଏହି ଫୋଟୋ ଭାଇରାଲ ହେଉଅଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ପୋଲିସ ପଚରାଉଚରା କରିବା ସମୟରେ ଅର୍ନବ ନିଜ ପ୍ୟାଣ୍ଟରେ ପରିସ୍ରା କରି ଦେଇ ଥିଲେ। ଏହି ଫୋଟୋ ଫେସବୁକ ରେ ଖୁବ ଭାଇରାଲ ହେଉଛି।
ଆମ ଅନୁସନ୍ଧାନ:
ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “ଅର୍ନବ ଗୋସ୍ଵାମୀ ଇଣ୍ଟେରୋଗେସନ୍” ଲେଖି ସର୍ଚ କରିଲୁ। ପୋଷ୍ଟ କରା ଯାଇଥିବା ଫୋଟୋ ଅନେକ ଖବର ପତ୍ରିକାରେ ଦେଖିବାକୁ ମିଳିଲା। କିନ୍ତୁ ଏହି ପତ୍ରିକାରେ ଚାପା ଯାଇଥିବା ଫୋଟୋ ଟି ପୋଷ୍ଟ କରା ଯାଇଥିବା ଫୋଟୋ ଏକା ପରି ନୁହେଁ। ଆମେ କିଛି ବାସ୍ତବିକ ଫୋଟୋ ବାହାର କରି ତଳେ ପୋଷ୍ଟ କରୁଛୁ।
ଉପରେ ଦେଖା ଯାଇଥିବା ଫୋଟୋରେ ଆମେ ପ୍ୟାଣ୍ଟର ରଙ୍ଗ ଅଲଗା ଅଲଗା ଥିବା ସଫା ସଫି ଦେଖି ପରୁଛୁ। ଏହି ଇମେଜ ଅନ୍ୟ ଅନଲାଇନ ନ୍ଯୁଜ ଛେନାଲରେ ମଧ୍ୟ ଦେଖିବା କୁ ପାଇଲୁ।
ଏହି ଫୋଟୋ ଦେଖି ସାରିଲା ପରେ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ କୁ କମ୍ପ୍ୟୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏଡିଟ କରା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଅର୍ନବ ଗୋସ୍ଵାମୀଙ୍କ ଏଡିଟ କରା ଯାଇଥିବା ଫୋଟୋ ସୋସିଆଲ ମିଡିଆରେ ଭୁଲ ହିସାବରେ ଭାଇରାଲ କରା ଯାଉଅଛି। ବାସ୍ତବରେ ଅର୍ନବଙ୍କ ପ୍ୟାଣ୍ଟ ଉଦା ହେବା ଦେଖା ଯାଉ ନାହିଁ।

Title:କ’ଣ ପୋଲିସ ପଚରାଉଚରା ସମୟରେ ଆର୍ନବ ଗୋସ୍ଵାମୀଙ୍କ ପ୍ୟାଣ୍ଟ ଓଦା ହୋଇଗଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False