ହମାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣର ପୁରୁଣା ଭିଡିଓକୁ ପାକିସ୍ତାନ ଉପରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣ ଭାବରେ ସେୟାର କରାଯାଇଛି। 

False Satyameva Jayate

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ପ୍ରତିଶୋଧ ନେଇ ଆକାଶ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନର ଲଢ଼ୁଆ ବିମାନ JF-17କୁ ଖସାଇ ଦେଇଥିଲା ଏବଂ ୭ ଟି ସହରରେ ୯ ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା।

ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବୋମା ବିସ୍ଫୋରଣ ହେବା ସମୟରେ କିଛି ଲୋକ ପ୍ରାଣ ରକ୍ଷା କରିବା ପାଇଁ ଦଉଡ଼ୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଭାରତର ପାକିସ୍ତାନ ଉପରେ ଅପରେସନ୍ ସିନ୍ଦୁର ସମୟରେ ଆକ୍ରମଣର ଦୃଶ୍ୟ ଅଟେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୯ ନଭେମ୍ବର ୨୦୨୩ ରେ ଅଲ୍ ଯଜିରାର ୟୁଟ୍ୟୁବ ଏବଂ ଫେସବୁକ ପେଜରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ଉତ୍ତର ଗାଜା ଷ୍ଟ୍ରିପରେ ଏକ ଇଣ୍ଡୋନେସିଆନ୍ ହସ୍ପିଟାଲ ନିକଟରେ ହିଂସାତ୍ମକ ବିମାନ ଆକ୍ରମଣ ହୋଇଥିଲା।

୯ ନଭେମ୍ବର ୨୦୨୩ରେ, ଇସ୍ରାଏଲୀ ବିମାନ ଆକ୍ରମଣ ଗାଜାର ଅନେକ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଇଣ୍ଡୋନେସିଆନ୍ ହସ୍ପିଟାଲ, ଅଲ୍-ରାଣ୍ଟିସି ଶିଶୁ ଚିକିତ୍ସାଳୟ ଏବଂ ଅଲ୍-ଶିଫା ମେଡିକାଲ୍ କମ୍ପଲେକ୍ସ ଅନ୍ତର୍ଭୁକ୍ତ। ଏହି ଆକ୍ରମଣ ଯୋଗୁଁ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଚିକିତ୍ସା ସୁବିଧାଗୁଡ଼ିକୁ ଗୁରୁତର କ୍ଷତି ହୋଇଥିଲା।

ଏହା ହମାସ ବିରୁଦ୍ଧରେ ଇସ୍ରାଏଲର ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନର ଅଂଶ ଥିଲା। ଆପଣ ଏଠାରେ, ଏଠାରେ ଏବଂ ଏଠାରେ ଅଧିକ ସମ୍ପର୍କିତ ସୂଚନା ପଢ଼ିପାରିବେ।

The Sun

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ହମାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣର ପୁରୁଣା ଭିଡିଓକୁ ପାକିସ୍ତାନ ଉପରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣ ଭାବରେ ସେୟାର କରାଯାଇଛି। 

Avatar

Title:ହମାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣର ପୁରୁଣା ଭିଡିଓକୁ ପାକିସ୍ତାନ ଉପରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣ ଭାବରେ ସେୟାର କରାଯାଇଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *