ଏହି ଭିଡିଓଟି ସ୍ପେନର ବାର୍ସିଲୋନାରେ ଥିବା ପିଏରା ମସଜିଦରେ ହୋଇଥିବା ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣା ନୁହେଁ।

Misleading Social

ସ୍ପେନର ଟୋରେ ପାଚେକୋ ରେ ପ୍ରବାସୀ ବିରୋଧୀ ହିଂସା ଘଟିଛି। ଦକ୍ଷିଣ ସ୍ପେନର ଏକ ଛୋଟ ସହରରେ ଜଣେ ପେନସନଭୋଗୀଙ୍କ ଉପରେ ଆକ୍ରମଣ ପରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଉତ୍ତେଜନା ମଧ୍ୟରେ, ବାର୍ସିଲୋନାର ପିଏରା ମସଜିଦ ଉଦଘାଟନ ହେବାର ଗୋଟିଏ ଦିନ ପୂର୍ବରୁ ନିଆଁ ଲାଗିଯାଇଥିଲା। କିଛି ମିନିଟ୍ ପରେ, ଜରୁରୀକାଳୀନ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ଏବଂ କୌଣସି ଆଘାତ ହେବାର ସମ୍ଭାବନାକୁ ଏଡାଇ ଦେଇଥିଲେ।

ଏହା ମଧ୍ୟରେ ଏକ ମସଜିଦରେ ନିଆଁ ଲାଗିଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ସ୍ପେନର ଏକ ମସଜିଦରେ ନିଆଁ ଲାଗିଥିବା ଦୃଶ୍ୟ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୨୨ ମସିହାରେ ଇଣ୍ଡୋନେସିଆ ର ଜାକର୍ତାର ଘଟଣା ଯାହାର ସ୍ପେନରେ ମସଜିଦରେ ନିଆଁ ଲାଗିଥିବା ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ସ୍ପେନ୍ ରେ ବି ଦିନେ ମାନବତା ,ସେକୁଲାରିଜମ୍‌,ଭାଇଚାରା ଖୁବ୍ ଉଚ୍ଚରେ ଥିଲା ।ଶେଷରେ ଅନୁପ୍ରବେଶକାରୀ ମୁସଲମାନ ଙ୍କ ଦ୍ବାରା ଏତେ ବିପଦ ସୃଷ୍ଟି ହେଲା କି ଦେଶରୁ ମୁସଲମାନଙ୍କୁ ବାହାର କରିବା ପାଇଁ ଆନ୍ଦୋଳନ ହେଲା । ଆନ୍ଦୋଳନରେ ସେମାନେ କରିଥିବା ନୂଆ ସବୁଠୁ ବଡ ମସଜିଦ୍ ଉଦ୍ଘାଟନ ପୂର୍ବରୁ ଜାଳି ଧ୍ବଂସ କରିଦେଲେ ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିବଜାହିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୦ ଅକ୍ଟୋବର ୨୦୨୨ ରେ ଟିକଟକ୍ ରେ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ଇଣ୍ଡୋନେସିଆ ଦେଶ ଭାଷାରେ ଏକ କ୍ୟାପ୍ସନ ଦିଆ ଯାଇଛି। କ୍ୟାପ୍ସନରେ କୁହା ଯାଇଛି, “ଜାକର୍ତ୍ତା ଇସଲାମିକ୍ ସେଣ୍ଟର ମସଜିଦର ଗମ୍ବୁଜରେ ଅଗ୍ନିକାଣ୍ଡ।”

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓଟି ନିକଟରେ ସ୍ପେନରେ ଘଟିଥିବା ଘଟଣାର ନୁହେଁ। 

ଅଧିକ ସର୍ଚ୍ଚ କରିବା ପରେ ଆମେ ଏହି ଘଟଣା ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁସାରେ, “ଇଣ୍ଡୋନେସିଆର ରାଜଧାନୀର ଉତ୍ତରରେ ଥିବା ଜାକର୍ତ୍ତା ଇସଲାମିକ୍ ସେଣ୍ଟର ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜରେ ଅଗ୍ନିକାଣ୍ଡ ପରେ ତା’ହା ଭୁଶୁଡ଼ି ପଡ଼ିଥିଲା। ପୋଲିସର କହିବା ଅନୁଯାୟୀ, ମସଜିଦଟି ନବୀକରଣ ପ୍ରକ୍ରିୟାରେ ଥିଲା ବେଳେ ଏଥିରେ ନିଆଁ ଲାଗିଯାଇଥିଲା, ଏବଂ ସେମାନେ ଚାରି ଜଣ କର୍ମଚାରୀଙ୍କୁ ପଚରାଉଚରା ପାଇଁ ନିଆଯାଇଛି।”

୨୦ ଅକ୍ଟୋବର, ୨୦୨୨ ରେ ପ୍ରକାଶିତ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଇଣ୍ଡୋନେସିଆର ଜାକର୍ତ୍ତା ଇସଲାମିକ୍ ସେଣ୍ଟର ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜ ଏକ ବଡ଼ ଅଗ୍ନିକାଣ୍ଡ ପରେ ଭୁଶୁଡ଼ି ପଡ଼ିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ୨୦୨୨ ମସିହାରେ ଇଣ୍ଡୋନେସିଆ ର ଜାକର୍ତାର ଘଟଣା ଯାହାର ସ୍ପେନରେ ମସଜିଦରେ ନିଆଁ ଲାଗିଥିବା ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ଏହି ଭିଡିଓଟି ସ୍ପେନର ବାର୍ସିଲୋନାରେ ଥିବା ପିଏରା ମସଜିଦରେ ହୋଇଥିବା ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣା ନୁହେଁ।

Fact Check By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *