ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

False Social

ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରା ଯାଇଥିଲା।

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ବିଦୀୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ର ଉପକୂଳରେ ପାଣି ତରଂଗ ମାଡ଼ିଆସୁଛି। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଜାପାନ, ରୁଷ, ଆଲକ୍ସା ରେ ୮. ୭ ତୀବ୍ରତର ଭୁକମ୍ପ ପରେ ସୁନାମି ଭଳି ସ୍ଥିତି ଦେଖିବାକୁ ମିଳିଛି”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୫ ବର୍ଷ ପୂର୍ବରୁ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ଛୋଟ ସୁନାମି ଦ୍ୱାରା ଡର୍ବାନ ପ୍ରଭାବିତ।” ଉଲ୍ଲେଖ କରା ଯାଇଛି ଯେ ବାତ୍ୟା ଯୋଗୁଁ ଡର୍ବାନ ଉତ୍ତର ସମୁଦ୍ର ଉପକୂଳରେ ବିରାଟ ଲହଡ଼ି ଆସିଥିଲା। 

୧୪ ମାର୍ଚ୍ଚ ୨୦୧୭ ରେ ଦି ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡର୍ବାନର ଉତ୍ତର ବିଚ୍ ଏକ “ମିନି-ସୁନାମି” ଅନୁଭବ କରିଥିଲା ଯେତେବେଳେ ଏକ ବିରାଟ ଲହରୀ ଉପକୂଳରେ ଧକ୍କା ଦେଇଥିଲା। ଏହି ଘଟଣାରେ ବେଳାଭୂମି ବ୍ୟବସାୟକୁ କ୍ଷତି ପହଞ୍ଚାଇଥିଲା ଏବଂ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଡର୍ବାନର ଉତ୍ତର ବେଳାଭୂମିରେ ଝଡ଼ ପାଇଁ ମାଡାଗାସ୍କର ଉପକୂଳରେ ଥିବା ଘୂର୍ଣ୍ଣିବାତ୍ୟା ପାଣିପାଗ ବ୍ୟବସ୍ଥା ଦାୟୀ ଥିଲା, ଯାହା ‘ମିନି ସୁନାମି’ ସୃଷ୍ଟି କରିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

Avatar

Title:ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *