ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

False Political

ଉଚ୍ଚଶିକ୍ଷା କ୍ୟାମ୍ପସରେ ସମାନତାକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ନିୟମାବଳୀ ପାଇଁ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟରେ ଜାତିଭେଦ ଘଟଣା ରୋକିବା ପାଇଁ ଲାଗୁ ହୋଇଥିବା ନୂତନ ନିୟମ ସାମାଜିକ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି। ଏହା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟରରେ ଲୋକମାନେ କାଳୀ ଫିଙ୍ଗୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଦାବି କର ଯାଉଛି ଯେ ଏହା ୟୁଜିସି ନିୟମାବଳୀ ବିରୋଧରେ ପ୍ରତିବାଦର ସାମ୍ପ୍ରତିକ ଘଟଣା ଯେଉଁଠାରେ ଲୋକମାନେ ସରକାର ବିରୁଦ୍ଧରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

Facebook | Archive

ସମାନ ଦାବି ସହିତ ଏକ ଭିଡିଓ ମଧ୍ୟ ଇଂଷ୍ଟାଗ୍ରାମରେ ଭାଇରାଲ ହେଉଛି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୨ ଡିସେମ୍ବର ୨୦୨୫ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, “ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏକ ବ୍ୟକ୍ତିଗତ ଏଫଆଇଆର ଆଧାରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ନ୍ୟାସନାଲ ହେରାଲ୍ଡ ମାମଲାର ଶୁଣାଣି କରିବାକୁ ମନା କରିବା ପରେ କଂଗ୍ରେସ ଶିବିର ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି”।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଦୈନିକ ଭାସ୍କର ର ଏକ ରିପୋର୍ଟ ମିଳିଲା। ଏଥିରେ ଉଲ୍ଲେଖ କରା ଯାଇଛି ଯେ କଂଗ୍ରେସ ଦଳ ନ୍ୟାସନାଲ ହେରାଲ୍ଡ ମାମଲାର ପ୍ରତିକ୍ରିୟାରେ ଛତିଶଗଡ଼ର ରାୟପୁରରେ ଏକ ପ୍ରତିବାଦ ଆୟୋଜନ କରିଥିଲା।

ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ସମୟରେ ବହୁ ସଂଖ୍ୟକ ନେତା ଏବଂ କର୍ମୀ ସ୍ଲୋଗାନ ଦେଇଥିଲେ। ପ୍ରତିବାଦ ସମୟରେ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟରଗୁଡ଼ିକୁ କଳା କାଳିରେ ରଙ୍ଗ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ପ୍ରତିବାଦକାରୀମାନେ ବ୍ୟାରିକେଡ୍ ଭାଙ୍ଗିଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ରୋକିବା ପାଇଁ ଶୀଘ୍ର ହସ୍ତକ୍ଷେପ କରିଥିଲା।

ଏହି ସମସ୍ତ ପ୍ରମାଣକୁ ଆଧାର କରି, ଏହା ସ୍ପଷ୍ଟ ହେଉଛି ଯେ ଭିଡିଓଟି ପୁରୁଣା ଏବଂ ଏହାକୁ ନୂଆ UGC ନିୟମାବଳୀ ବିରୋଧରେ ସାମ୍ପ୍ରତିକ ପ୍ରତିବାଦ ସହିତ ମିଥ୍ୟା ଭାବରେ ଯୋଡାଯାଉଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

Avatar

Title:ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *