
ରାମ ମନ୍ଦିରରୁ ଦାନ ପାଣ୍ଠି ଚୋରିକୁ ନେଇ ବିବାଦ ଚାଲିଥିବା ବେଳେ, ଜଣେ ପୂଜାରୀ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି କରୁଥିବାର ଅଭିଯୋଗର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ରାମ ମନ୍ଦିର ଦାନ ଚୋରୀ ହେଉଥିବାର ଏକ ଭିଡିଓ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁମିଥ୍ୟା ବୋଲି ପାଇଲା। ଏହା ବେଙ୍ଗାଲୁରୁର ଏକ ପୁରୁଣା ଘଟଣା। ଗାଲି ଅଞ୍ଜନେୟ ମନ୍ଦିରର ଦାନରୁ ଚୋରୀ ହେଉଥିବା ଘଟଣାକୁ ରାମ ମନ୍ଦିର ଦାନ ପାଣ୍ଠିରୁ ଚୋରୀ ହେଉଥିବା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “#RAMMANDIR #CHOR ଏଥି ଲାଗି କଂଗ୍ରେସ କହୁଥିଲା ରାମ ମନ୍ଦିର ହେବନି, ଆଜି ଜାଣିବାକୁ ପାଇଲୁ, ଗୋବର ମୂତ୍ର ଖିଆ ଅନ୍ଧଭକ୍ତ ଏମିତି କହୁଥିଲ ହିନ୍ଦୁ ରାଷ୍ଟ୍ର କରିବ, ଆଖି ଖୋଲି ଦେଖ ଏଠି ଚୋରି କଉ ମୁସଲମାନ କି କଂଗ୍ରେସ କରୁନି, ରାମଚନ୍ଦ୍ର କୁ ବିକ୍ରି କରି ଟଙ୍କା କମାଉଛ, ଥୁ ଥୁ ଥୁ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩୦ ସେପ୍ଟେମ୍ବର ୨୦୨୪ ରେ ଇଣ୍ଡିଆ ଟୁଡେ ୱେବସାଇଟରେ ପ୍ରକାଶ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ଗାଲି ଅଞ୍ଜନେୟ ସ୍ୱାମୀ ମନ୍ଦିରର ସିସିଟିଭି ଫୁଟେଜରେ ମନ୍ଦିରର ଦାନ ଗଣନା ସମୟରେ ଲୋକମାନେ ନଗଦ ଦାନ ଚୋରି କରୁଥିବାର ଦେଖାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଇଥିଲା ଯେ କିଛି ବ୍ୟକ୍ତି ଗୁପ୍ତ ଭାବରେ ଗଣନା ଟେବୁଲରୁ ଟଙ୍କା ଗଦା ନେଇ ଲୁଚାଇ ରଖୁଥିଲେ କିମ୍ବା ଅନ୍ୟମାନଙ୍କୁ ଦେଉଥିଲେ। ପୋଲିସ ଭାଇରାଲ ଭିଡିଓ ଆଧାରରେ ଏକ ଏଫଆଇଆର ପଞ୍ଜିକୃତ କରିଥିଲା ଏବଂ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୭ ସେପ୍ଟେମ୍ବର ୨୦୨୪ ରେ ଟିଭି୯ କନ୍ନଡ଼ ଭାଇରାଲ କ୍ଲିପର ଏକ ଲାମ୍ବା ସଂସ୍କରଣ ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ଗାଲି ଅଞ୍ଜନେୟ ମନ୍ଦିରର ଏକ ଚୋରୀର ଘଟଣା। ନିମ୍ନରେ ଆପଣ ମାନେ ଭିଡିଓଟି ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ବେଙ୍ଗାଲୁରୁର ଏକ ପୁରୁଣା ଘଟଣା। ଗାଲି ଅଞ୍ଜନେୟ ମନ୍ଦିରର ଦାନରୁ ଚୋରୀ ହେଉଥିବା ଘଟଣାକୁ ରାମ ମନ୍ଦିର ଦାନ ପାଣ୍ଠିରୁ ଚୋରୀ ହେଉଥିବା ଦାବି ସହିତ ସେୟାର କରା ଯାଉଛି।

