ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

Coronavirus False Social

କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ  ଆଜିମ ପ୍ରେମଜି ଜାତିରେ ମୁସଲିମ ଅଟନେତ୍। ସେ କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା ଦାନ କରିଛନ୍ତି। କିନ୍ତୁ ତଥାପି ଶୁଣିବାକୁ ପଡେ ଭାରତ ମୁସଲମାନ ଦେଶ ଦ୍ରୋହି। Pritam kumar panda ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନାମ- ଆଜିମ ପ୍ରେମଜି, ଜାତି- ମୁସଲିମ, କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀ ତହବିଲ କୁ 50 ହଜୀର କୋଟି ଟଙ୍କା ଦାନ କଲେ। ସରକାରି ବଜେଟ୍ର 30% , ଆମ୍ବାନି ଓ ଆଦାନି କୁଆଡେ ଗଲେ। ତଥାପି ଶୁଣିବାକୁ ପଡେ ଭାରତର ମୁସଲମାନ ଦେଶ ଦ୍ରୋହି। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ। ଆମ ଅନୁସନ୍ଧାନ ପବର୍ବରୁ ପୋଷ୍ଟକୁ ଡିଲିଟ କରି ଦିଆ ଯାଇଥିଲା। 

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ ୱିପ୍ରୋର ମାଲିକ ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ ସରକାର ପାଣ୍ଠିକୁ 50 ହଜାର କୋଟି ଟଙ୍କା ଦାନ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ପୋଷ୍ଟ ସମ୍ପର୍କରେ ଆମେନୁ ଅନେକ ଲିଙ୍କ ମିଳିଲା। 15 ମାର୍ଚ୍ଚ 2019ରେ NDTV ପେଜରେ ଏକ ଲିଙ୍କ ମିଳିଲା। ନ୍ୟୁଜର୍ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2019 ମାର୍ଚ୍ଚରେ ୱିପ୍ରୋ ପ୍ରେମଜି 50 ହାଜାର କୋଟି ଟଙ୍କା ଦାନ କରିଥିଲେ। ନିଜ କମ୍ପାନିର 34 ପ୍ରତିଶତ ସେୟାର ଭଲ କାମ ଏଭଂ ଶିକ୍ଷା ପାଇଁ ଡୋନେ କରିଥିଲ। 2-19ର ପୁରୁଣା ଟ୍ୱିଟ୍କୁ ଏବେ ସେୟାର କରାଯାଇ ଅମ୍ବାନି ଏବଂ ଆଦାନିକୁ ଟାରଗେଟ କରି କୁହାଯାଉଛି ଯେ, ସେମାନେ ଏପରି କଣ ପାଇଁ କରୁ ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- NDTV Archive

22ମାର୍ଚ୍ଚରେ ଅଜିମ ପ୍ରେମଜି ଫାଉନ୍ଡେସନ Twitter ଆକାଉଣ୍ଟରେ ଅଜିମ ପ୍ରେମଜି କୋରୋନା ସତର୍କତା ନେଇ ବାର୍ତ୍ତା ଲେଖିଥିଲେ। ଯେଉଁଥିରେ ସେ କୋରୋନା ମୁକିବାଲା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ଦେଶ ବାଶିଙ୍କୁ କହିଥିଲେ। କିନ୍ତୁ କୋରୋନା ସହାୟତା ପାଇଁ କୌଣସି ଫଣ୍ଡ ଦାନ କରିଥିବା ନେଇଁ ସୂଚନା ଦିଆ ଯାଇନ୍ଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଲେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter 

ଏହା ପରେ ଆମକୁ Ajtak ପେଜରେ ଏକ ଖବର ପାଇଲୁ। ଯାହାକି 1 ଏପ୍ରିଲ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଅଜିମ ପ୍ରେମଜୀଙ୍କ ୱିପ୍ରୋ ଗ୍ରୁପ୍ କରୋନା ସହିତ କାରବାର କରିବାରେ 1125 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି, କିନ୍ତୁ ଗ୍ରୁପ୍ ଏହି ପରିମାଣକୁ PM କେୟାର ଫଣ୍ଡକୁ ଦାନ କରିବାକୁ କହିନାହିଁ। ଗୋଷ୍ଠୀ ଏହାର ମୂଳଦୁଆ ମାଧ୍ୟମରେ ଏହି ଅର୍ଥ ଖର୍ଚ୍ଚ କରିବ।

ୱିପ୍ରୋ ଗ୍ରୁପ୍ 1 ଏପ୍ରିଲ ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ କୋଭାଇଡ୍ – 19 ରୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ଏବଂ ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି ୱିପ୍ରୋ ଲିମିଟେଡ୍, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଏବଂ ଆଜିମପ୍ରେମଜି ଫାଉଣ୍ଡେସନ୍ ମିଳିତ ଭାବେ 1125 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଅର୍ଥ ପ୍ରଭାବିତ ଅଞ୍ଚଳରେ ମାନବିକ ସହାୟତା, ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ବ୍ୟବହୃତ ହେବ। ଆଜିମ ପ୍ରେମଜୀ ଫାଉଣ୍ଡେସନର 1600 କର୍ମଚାରୀଙ୍କ ଏକ ଟିମ୍ ଦ୍ୱାରା ଏହା କାର୍ଯ୍ୟକାରୀ ହେବ। 

ଏଠାରେ ଲିଙ୍କ  ଦେଖନ୍ତୁ- Ajtak Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ୱିପ୍ରୋ ମାଲିକ ଅଜିମ ପ୍ରେମଜି କୋରୋନା ସହାୟାତା ପାଇଁ ପ୍ରଧାନମନ୍ତ୍ରୀ ସହାୟାତା ପାଣ୍ଠିରେ 50 ହାଜାର କୋଟି ଟଙ୍କା ପ୍ରତାନ କରି ନାହାନ୍ତି। ଅଜିମ ପ୍ରେମଜି 1 ଏପ୍ରଲିରେ 1125 କୋଟି ଟଙ୍କା କୋଭାଇଡ୍ – 19 ରୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ଏବଂ ମାନବିକ ସଙ୍କଟକୁ ଦୁର କରିବା ପାଇଁ ବ୍ୟବହାର କରାଯିବ। ସେ ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରାଯାଇ ନାହିଁ। ଏହି ସହାୟତା କାର୍ଯ୍ୟ ଅଜିମ ପ୍ରେମଜି ଫାଉଣ୍ଡେସନ କର୍ମଚାରିଙ୍କ ଦ୍ୱାରା କରାଯିବା।   

Avatar

Title:ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *