କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

False Political

ଭାରତ ଚାଇନା ବଏଂ ଭାରତ ନେପାଳ ସହ ଚାଲୁ ରହିଥିବା ବିବାଦ  ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ବନିଯାଇଛି। ଏହା ଛଡ଼ା ନେପାଳର ପ୍ରଥାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିବାଦ ଘେରି ରହିଛି। ଏଥି ମଧ୍ୟରେ  Tridip Kumar nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଦେଲା ଇସ୍ତଫା, ଭାରତ ସହିତ ଶତୃତା ପଡ଼ିଲା ମହଙ୍ଗା। 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 15 ଥର ସେୟାର କରାଯିବା ସହ 22 କମେଣ୍ଟ ଏବଂ 157 ଲାଇକ ମିଳି ସାରିଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ ନେପାଳର ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇ ଦେଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବିକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ତଥ୍ୟ ମିଳିଲା। 2 july ରେ India today ୟୁଟ୍ୟୁବ ଚ୍ୟାନେଲରୁ ଜାଣିବାକୁ ପାଇଲୁ ଯେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତ ଉପରେ ସରକାର ଖସାଇବାର ଷଡ଼ଯନ୍ତ୍ର କରୁଥାବାର ଅପରାଧ ଲଗାଇଲା ପରେ ତାଙ୍କ ନିଜ ଦଳର ନେତା ମାନେ କେପି ଓଲିଙ୍କୁ ବିରୋଧ କରିଛନ୍ତି। ଏବଂ କେପି ଶର୍ମା ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତିଫା ଦେବା ପାଇଁ ଦାବି କରୁଛନ୍ତି। ଏହା ପରେ ଆଲୋଚନା ଜୋର ଧରିଥିଲା। 2 ଜୁଲାଇ ପର୍ଯ୍ୟନ୍ତ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦବିରୁ ଇସ୍ତଫା ଦେଇ ନଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ABP news ୟୁଟ୍ୟୁବ ଚ୍ୟାନେଲରେ ଏକ ପୋଷ୍ଟ ମିଳିଲା। ଯାହାକି 4 ଜୁଲାଇରେ  ପୋଷ୍ଟ କରାଯାଇଥିଲା।   ଯେଉଁଥିରେ ସ୍ପଷ୍ଟ କରାଯାଇଛି, ନେପାଳର ପ୍ରଧାନମନ୍ତ୍ରୀ ତାଙ୍କ ପଦବିରୁ ଇସ୍ତଫା ଦେବା ପାଇଁ ମନା କରିଦେଲେ। ଖବର ଅନୁସାରେ ନେପାଳର ରାଷ୍ଟ୍ରପତି ସହ ଏହି ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ 4 ଜୁଲାଇ ପର୍ଯ୍ୟନ୍ତ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ  ମନା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ନେପାଳର ପ୍ରଧାନମନ୍ତ୍ରୀ  କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଦାବି ମିଥିୟା ଅଟେ। 4 ଜୁଲାଇରେ ପ୍ରଧାନମନ୍ତ୍ରୀ  କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ମନା କରିଥିଲେ। 

Avatar

Title:କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *