
14 ଜୁଲାଇ କାଲୁ ଭାଇ ନାମକ ଜେଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ପଟା ମୁଣ୍ଡେଇ ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ରାସ୍ତା ଉପରେ କୃଷି କାମ ଆରମ୍ଭ ହୋଇ ଗଲାଣି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ପଟା ମୁଣ୍ଡାଇ ର ଚିତ୍ର ମାନ୍ୟବର ସାଂସଦ ଙ୍କ ସଡକ କୃଷି କାମ ଯୋଜନା ଆରମ୍ଭ କରି ଦେଇଛନ୍ତି ଆପଣ ମାନେ ଖୁସି ତ. SHARE POST. ଅନୁସନ୍ଧାନର 20 ଘଣ୍ଟା ପୂର୍ବରୁ ପୋଷ୍ଟକୁ 41ଥ ସେୟାର ଏବଂ 6 କମେଣ୍ଟ ମିଳଇଛି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ଖରାପ ରାସ୍ତାରେ ଲୋକ ଧାନ ଲଗାଉଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 24 ମାର୍ଚ୍ଚରେ 2018ରେ jateng.tribunnews ନାମକ ଏକ ପେଜରେ ଭାଇରାଲ ଫୋଟୋର ଲିଙ୍କ ପାଇଲୁ। ଯେଉଁଥିରେ ଲେଖା ଯାଇଛିଲା ଯେ, ଭାଇରାଲ ଫୋଟୋ ଇଣ୍ଡୋନେସିଆର ଅଟେ। ପୋଷ୍ଟରେ ଏକ ଟ୍ୱିଟର ଆକାଉଣ୍ଟ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାଇରାଲ ଫୋଟୋ ଇଣ୍ଡୋନେସିଆର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ ।

ଏଠାରେ ଲିଙ୍କ ଦେଖନ୍ତୁ- jateng.tribunnews । Archive
ଏହା ଛଡ଼ା ଆମକୁ ଭାଇରାଲ ଫୋଟୋ Portalbuana ପେଜରୁ ପାଇଲୁ। ପେଜରେ ଭାଇରାଲ ଫୋଟୋ 26 ଏପ୍ରିଲ 2016ରେ ପ୍ରକାଶ ପାଇଥିଲା। ଯେଉଁଥିରେ ଲେଖା ଯାଇଛି ଯେ, Sungai Penuh Cityର ରାସ୍ତା ଖରାପ ଥିବା ସତ୍ୱେ ସେଠାକାର ସରକାର ଏହାର ସମାଧାନ ନ କିଢିବାରୁ ସେଠାକାର ଲୋକମାନେ ଏପରି ପଦକ୍ଷପ ନେଇଥିଲେ। ସଙ୍ଗାଇ ପିଞ୍ଚ ସହର ଇଣ୍ଡୋନେସିଆରେ ଅଟେ। ରାସ୍ତା ଖରାପ ଥିବା ଯୋଗୁଁ ନାଳର ପାଣି ରାସ୍ତାରେ ଭରିଯାଏ। ଏହାକୁ ନେଇ ସ୍ଥାନିୟ ଲୋକ ଏହି ପଦକ୍ଷପ ନେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Portalbuana । Archive
ଏହା ପରେ ଆମେ ସଙ୍ଗାଇ ପିଞ୍ଚ ସହର ଇଣ୍ଡୋନେସିଆର ନା ନାହିଁ ତାହା ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ୍ଚ କରିଲୁ। Wikipediaରୁ ଆମକୁ ଜାଣିବାକୁ ମିଳିଲା ଯେ, ସଙ୍ଗାଇ ପିଞ୍ଚ ସହର ଇଣ୍ଡୋନେସିଆର। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Wikipedia
ଏହା ପରେ ଆମେ ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ କେବେ ହେଲେ ଏହାକୁ ନେଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ପଇଲୁ ଯେ, ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ 23 ମେ 2019ରେ ବନିଥିଲେ। କିନ୍ତୁ ଭାଇରାଲ ଫୋଟୋ 2016 ମସିହାରୁ ସୋସିଆଲ ମିଡିଆରେ ବୁଲୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଅନୁଭବ ମହାନ୍ତି କେନ୍ଦ୍ରାପଡା ସାଂସଦ ହେବା ସମୟର ନୁହେଁ । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Wikipedia
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କାଦୁଅ ରାସ୍ତାରେ ଧାନ ଲଗାଉଥିବା ଫୋଟୋ ଅନୁଭବ ମହାନ୍ତି ସାଂସଦିୟ କ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ନୁହେଁ। ଭାଇରାଲ ଫୋଟୋ ଇଣ୍ଡୋନେସିଆର ଅଟେ। ଏହା 2016 ମସିହାରୁ ସୋସିଆଲ ମିଡିଆରେ ଅଛି।

Title:କ’ଣ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ଖରାପ ରାସ୍ତାରେ ଲୋକ ଧାନ ଲଗାଉଛନ୍ତି ?
Fact Check By: Saritadevi SamalResult: False