
ରାମ ମନ୍ଦିର ନିର୍ମାଣ ନେଇ ଦେଶରେ ଉତ୍ସାହ ଲାଗି ରହିଛି। କୋରୋନା ସଂକ୍ରମଣ ସଂଙ୍କଟ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଲୋକଙ୍କ ସାନ୍ତତ୍ୱନା ଦେଉଛି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭର ପରେ ଦେଶରେ କୋରୋା ସଂକ୍ରମଣ ସଂଖ୍ୟା କମିବାରେ ଲାଗିବ। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେବାରେ ଲଗିଛନ୍ତି।
ଏଥମଧ୍ୟରେ ସୋସିଆଲ ମିଡିଆରେ ମୁସ୍ଲିମ ମହିଳାଙ୍କ କିଛି ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଚି ଯେ, ବନାରସରେ ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ମୋଦିଙ୍କ ପାଇଁ ରାକ୍ଷି ବନଉଛନ୍ତି। ଏବଂ ଅନ୍ୟ କିଛି ମହିଳା ରାମକି ରାକ୍ଷୀ ତିଆରି କରୁଛନ୍ତି। 26 ଜୁଲାଇରେ Jagannath Samal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଦାବି ସହ ଫୋଟୋ ପୋଷ୍ଟ କରିଛନ୍ତି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, #EkBharatShreshthaBharat #ବନାରସର_ମୁସଲମାନ_ମହିଳାମାନେ #ତିନି_ତାଲାକକୁ_ଅପରାଧିକ_ଶ୍ରେଣୀଭୁକ୍ତ କରିଥିବାରୁ କୃତଜ୍ଞତା ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସ୍ପେଶଲ୍ ରାକ୍ଷୀ ତିଆରି କରୁଛନ୍ତି ।ଆହୁରି କେତେକ #ରାମମନ୍ଦିର_ଭୂମିପୂଜନ ଖୁସି ମନାଇବା ପାଇଁ #ରାମକି_ରାକ୍ଷୀ ତିଆରି କରୁଛନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ବନାରସରେ ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ମୋଦିଙ୍କ ପାଇଁ ରାକ୍ଷି ବନଉଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫୋଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପାକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଦୁଇଟି ଫୋଟୋର ଲିଙ୍କ ମିଳିଲା। ଆମେ ପ୍ରଥମ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିବାରୁ ଆମକୁ Amarujala ପେଜରେ 26 ଅଗଷ୍ଟ 2018ରେ ପ୍ରକାଶିତ ହୋଇଥିବା ଏକ ଖବରରେ ପାଇଲୁ। ଖବର ଅନୁସାରେ 2018 ମସିହାରେ ତିନି ତଲାଖ ଉଠାଇବା ଖୁସିରେ ମୁସ୍ଲିମ ମହିଳାମାନେ ମୋଦିଙ୍କୁ ରାଖି ବନାଇ ପଠାଇଥିଲେ। ଭାଇରାଲ ଫୋଟୋ 3 ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Amarujala । Archive
ଫୋଟୋ-2
ଏହା ପରେ ଦ୍ୱିତିୟ ଫୋଟୋକୁ ମଧ୍ୟ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ 6 ଫେବୃଆରି 2017ରେ Satyavijayi ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଖବର ଅନୁସାରେ ବିଜେପି ସରକାର ତିନି ତଲାଖ ହଟାଇବା ନେଇ କରିଥିବା ନିସ୍ପତିକୁ ମୁସ୍ଲିମ ମହିଳାମାନେ ହାତରେ ବିଜେପି ଚିହ୍ନ କରି ସମର୍ଥନ ଜଣାଇଥିଲେ। ଭାଇରାଲଫୋଟୋ 2017 ମସିହାର ଅଟେ। ଫୋଟୋର ବର୍ତ୍ତମାନ ରାମ ମନ୍ଦିର ଭୂମି ପୂଜନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Satyavijayi । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ମୋଦିଙ୍କ ପାଇଁ ରାକ୍ଷି ଏବଂ ହାତରେ ବିଜେପି ଚିହ୍ନ କରିଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ବର୍ତ୍ତମାନର ନୁହେଁ ଦୁଇ , ତିନି ବର୍ଷ ପୁରୁଣା ଅଟେ।

Title:ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ରାକ୍ଷୀ ଏବଂ ହାତରେ ବିଜେପି ଚିହ୍ନ କରିଛନ୍ତି ?
Fact Check By: Saritadevi SamalResult: False