କର୍ଣ୍ଣାଟକରେ ବିଜେପି କର୍ମୀ ପାକିସ୍ତାନୀ ପତାକା ଉଡାଇ ଧରାପଡିଥିବା ଦାବି ମିଥ୍ୟା ଅଟେ।

False Social

17 ଜୁଲାଇରେ Amar Ravan ନାମକ ଜଣେ ଫେସବୁକ ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହା ବ୍ୟକ୍ତି କର୍ଣ୍ଣାଟକରେ ବୁର୍ଖା ପିନ୍ଧି ପାକିସ୍ତାନ ପତକା ଉଡାଉ ଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକଜୁ ଅନେକଥର ସେୟାର କରାଯାଇଛି। ପୋଷ୍ଟରେ ବ୍ୟକ୍ତିର ଫେସବୁକ ପେଜ ଫୋଟୋ ପୋଷ୍ଟ କରାଯାଇଛି। ଯୋଉଁଥିରେ ଦାବି କରାଯାଇଛି ଯେ, ବ୍ୟକ୍ତି ବିଜେପି କର୍ମି ଅଟେ। ବ୍ୟକ୍ତିର ନାମ Siddu Paragond ଅଟେ। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କର୍ଣ୍ଣାଟକରେ ପାକିସ୍ତାନ ପତକା ଉଡାଉଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 14 ଜୁଲାଇରେ The Hind ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ 11 ଜୁନ 2000ରେ ସିନ୍ଦଗିର ଏକ ବ୍ୟାଙ୍କ  ବାହାରେ ଏହି ଘଟଣା ଘଟିଥିଲା। ଏହି ବ୍ୟକ୍ତି ବୁର୍ଖା ପିନ୍ଧି ବ୍ୟାଙ୍କ ବାହାରେ  ଠିଆ ହୋଇଥିବା ମହିଳାଙ୍କ ସହିତ ଅତି ନିକଟତର ହେବାକୁ ଚେଷ୍ଟା କରୁଥିଲା। ଏହା ଦେଖି ମହିଳାମାନେ ସନ୍ଦେହ କରିଥିଲୋ।  ପରେ କିଛି ସ୍ଥାନୀୟ ଲୋକ ବୁର୍ଖା ପିନ୍ଦା ଏହି ବ୍ୟକ୍ତି ସହ କଥା ହେବା ମାତ୍ରେ ବ୍ୟକ୍ତିର ଆଚରଣରୁ ଜାଣିପାରିଲେ, ବୁର୍ଖାରେଥିବା ମହିଳା ପ୍ରକୃତରେ ପୁରୁଷ ଅଟେ। ପରେ ସ୍ଥାନିୟ ଲୋକମାନେ ବ୍ୟକ୍ତିକୁ ମାଡ ମାରିଥିଲେ। ଏବଂ ସ୍ଥାନିୟ ପୋଲିସକୁ ସୂଚନା ଦେଇ ବ୍ୟକ୍ତି ନାମରେ ମାମଲା ରଜୁ କରାଯାଇଥିଲା। 

ଖବରରେ ଭାଇରାଲ ଫୋଟୋରେଥିବା ବ୍ୟକ୍ତି ବ୍ୟକ୍ତି ଜଣେ ବିଜେପି କର୍ମୀ ଅଟନ୍ତି ଏବଂ ପାକିସ୍ତାନ ପତାକା ଉଡାଉଥିବାରୁ ପୋଲିସ ଗିରଫ କରିଥିଲା ନେଇ କେଉଁଠି ମଧ୍ୟ ସୂଚନା ଦିଆଯାଇ ନାହିଁ.  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- The Hindu Archive

ଫ୍ୟାକ୍ଟ କ୍ରିସେଣ୍ଡୋ ଏହି ଘଟଣାରେ ବିଜୟପୁରା ଏସପି ଅନୁପ ଅଗରୱାଲ ସହ ସମ୍ପର୍କ କରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଦିଆଯାଇଥିବା ଦାବୀ ମିଥ୍ୟା ଅଟେ। ଏହି ବ୍ୟକ୍ତି ବିଜେପି କର୍ମୀ ନୁହଁନ୍ତି କିମ୍ବା ସେ ପାକିସ୍ତାନୀ ପତାକା ଉଡାଉନିଥିଲେ। ବୁର୍ଖା ପିନ୍ଧି ମହିଳାଙ୍କୁ ହଇରାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ସାମ୍ପ୍ରଦାୟିକ ସହ  କୌଣସି ସମ୍ପର୍କ ନାହିଁ । ଅଭିଯୁକ୍ତ ଜଣକ ବୁର୍ଖା ପିନ୍ଧି ଅନ୍ୟ ମହିଳାଙ୍କୁ ହଇରାଣ କରିଥିଲେ। ଘଟଣାର ତଦନ୍ତ ଚାଲିଛି।

ଏହା ପରେ ଆମେ ଭାଇରାଲ ହେଉଥିବା ବିଜେପି କର୍ମିର ଫୋଟୋ ଏବଂ ଅପରାଧିର ଫୋଟୋକୁ ବିଶ୍ଳେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା-ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେଥିବା ବିଜେପି ବ୍ୟକ୍ତି କର୍ଣ୍ଣାଟକରେ ପାକିସ୍ତାନ ପତକା ଉଡାଉଥିବା ଦାବି ମିଥ୍ୟା ଅଟେ। ଦୁଇ ଜଣ ବ୍ୟକ୍ତି ଅଲଗା ଅଟନ୍ତି। ଅପରାଧି  ପାକିସ୍ତାନ ପତକା ଉଡାଉଥିବା ଅପରାଧରେ ନୁହେଁ ବରଂ ଅନ୍ୟ କାରଣ ପାଇଁ ଗିରଫ ହୋଇଥିଲେ।

Avatar

Title:କର୍ଣ୍ଣାଟକରେ ବିଜେପି କର୍ମୀ ପାକିସ୍ତାନୀ ପତାକା ଉଡାଇ ଧରାପଡିଥିବା ଦାବି ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *