
2019 UPSC ରେଜଲ୍ଟ ବାହାରିଲା ପରେ ଟପର ଏବଂ ଭଲ ମାର୍କ ରଖି ପାସ କରିଥିବା ଛାତ୍ରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 2019 UPSC ରେ ପ୍ରଦୀପ ସିଂ ନାମକ ଜଣେ ଯୁବକ ଦେଶରେ ପ୍ରଥମ ସ୍ଥାନ ହାସଲ କରି ଟୋପ କରିଛନ୍ତି। ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେହି ଯୁବକ ହିଁ ପ୍ରଦୀପ ସିଂ ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 4 ଅଗଷ୍ଟରେ Kanak news room ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ଫୋଟୋରେଥିବା ଯୁବକର ନାମ ପ୍ରଦୀପ ସିଂ ଅଟେ ଏବଂ ସେ UPSC ପରୀକ୍ଷାରେ ଟୋପ କରିଛନ୍ତି।
5 ଅଗଷ୍ଟରେ Sanskarnetwork ନାମକ ପେଜରେ 2019ର ଆଇଏଏସ ଟପର ପ୍ରଦୀପ ସିଂ ନାମରେ ଭାଇରାଲ ଫୋଟୋ ପୋଷ୍ଟ କରାଯାଇଛି। ଖବରରେ ଭାଇରାଲ ଫୋଟୋରେଥିବା ଯୁବକକୁ ଆଇଏଏସ ଟପର ବୋଲି ଦାବି କରାଯାଇଛି। ଏହା ସହ ଯୁବକର ସଫଳତାର କାହାଣି ସମ୍ପର୍କରେ ଲେଖା ଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। shapathnews ନାମକ ନ୍ୟୁଜ ପେଜ ମଧ୍ୟ ଭାଇରାଲ ଖବର ପ୍ରକାଶିତ କରିଛି।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Sanskarnetwork । Archive, shapathnews । Archive
ତେବେ କଣ ପ୍ରଦୀପ ସିଂହ ନାମକ ଏହି ଯୁବକ UPSC -2019ରେ ଟପ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Zee Madhya Pradesh chhattisgarh ୟୁଟ୍ୟୁବ ଚ୍ୟାନେଲରେ UPSC -2019 ଟପର ପ୍ରଦିପ ସିଂ ନାମରେ ଭାଇରାଲ ହେଉଥିବା ଯୁବକଙ୍କର ଏକ ଭିଡିଓ ପାଇଲୁ। ଯେଇଁଥିରେ ସେ ମିଡିଆକୁ ତାଙ୍କ ସଫଳତା ସମ୍ପର୍କରେ କହୁଛନ୍ତି। ତାଙ୍କ ମିଡିଆ ସାମ୍ବାଦିକ UPSC -2019 ଟପର ପ୍ରଦିପ ସିଂ କହିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, ସେ UPSC -2019 ଟପର ନୁହେଁନ୍ତି। ତାଙ୍କର ଅଲ ଇଣ୍ଡିଆ ରାଙ୍କ 26 ଅଟେ। ଏବଂ ତାଙ୍କ ନାମ ମଧ୍ୟ ପ୍ରଦୀପ ସିଂ ଥିବାରୁ ଲୋକଙ୍କ ଏହା ଭୁଲ ଧାରଣା ହେଉଛି ଯେ, ସେ ଟୋପର ଅଛନ୍ତି। UPSC -2019 ଟପରଙ୍କ ନାମ ମଧ୍ୟ ପ୍ରଦିପ ସିଂ ଅଟେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
ତେବେ UPSC -2019 ଟପର ପ୍ରଦିପ ସିଂ କିଏ ?
UPSC -2019 ଟପର ପ୍ରଦିପ ସିଂ କିଏ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ The lalantop ୟୁଟ୍ୟୁବ ଚ୍ୟାନେଲ ପାଇଲରେ UPSC -2019 ଟପର ପ୍ରଦିପ ସିଂଙ୍କ ଭିଡିଓ ପାଇଲୁ। ଯେଉଁଥିରେ ସେ ତାଙ୍କ ସଫଳତା ସମ୍ପର୍କରେ କହୁଛନ୍ତି। ସେ କହିଛନ୍ତି ତାଙ୍କ ବାପା ଜଣେ କୃଷକ ଅଟନ୍ତି। ଏବଂ ତାଙ୍କ ବାପାଙ୍କ ସପ୍ନ ସେ ପୁରା କରିଛନ୍ତି। ଏହା ଛଡ଼ା ଏହି ଖବରକୁ flipboard ନ୍ୟୁଜ ପେଜରେ ମଧ୍ୟ ଦେଖି ପାରିବେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, UPSC ଟପ୍ପର ପ୍ରଦୀପ ସିଂଙ୍କ ଭୁଲ ଫୋଟୋ ଭାଇରାଲ ହେଉଛି।