
ୱ୍ହାତ୍ସ ଏପ୍ ରେ ଭାଇରାଲ ହେଉଥିବା ଗୋଟିଏ ଫୋଟୋର ଫେକ୍ଟ ଚେକ୍ କରିବା ଅନୁରୋଧ ଆସିଲା। ଏହି ଫୋଟୋରେ ରାମ ମନ୍ଦିର ଭୂୟ ପୂଜନ ହେଉଥିବା ବେଳେ ଆଜ ତକ ଚ୍ଯାନେଲରେ ବର୍ନଲର ବିଜ୍ଞାପନ ଦେଖିବା କୁ ମିଳିଛି। ଏହି ବିଜ୍ଞାପନରେ ଏହା ମଧ୍ୟ ଲେଖା ଯାଇଅଛି ଯେ “ଜଳିବ ଯଦି ବର୍ନଲ ହି ଚାଲିବ (ଜଲେଗା ତୋ ବର୍ନଲ ହି ଚଲେଗା)”
ଆମ ଅନୁସନ୍ଧାନ:
ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ପୋଷ୍ଟ ବିଷୟରେ ସର୍ଚ କରିଲୁ। ସ୍ସର୍ଚ କରିଲା ପରେ ଆମେ ଆଜ ତକ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ସମ୍ବାଦ ପାଇଲୁ। ଏହି ଭିଡିଓ ୟୁଟ୍ୟୁବରେ ୫ ଅଗଷ୍ଟକୁ ପ୍ରସାରିତ ହେଇଥିଲା। ଏହା ଗୋଟିଏ ଲାଇଭ୍ ଭିଡିଓ ଯେଉଁଥିରେ ରାମ ମନ୍ଦିର ଭୂମି ପୂଜନ ପ୍ରସାରିତ ହେଇଛି। ଆମେ ଏହି ଭିଡିଓ ପୁରା ଦେଖିଲୁ କିନ୍ତୁ ଏହାରେ ବର୍ନଲର ବିଜ୍ଞାପନ ପ୍ରସାରିତ ହେଇଥିବା ମିଳିଲା ନାହିଁ।
ଏହି ବିଷୟରେ ଆମେ ଟୁଇଟରରେ ମଧ୍ୟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ପାଇଲୁ ଯେ ଆଜ ତକ ୬ ଅଗଷ୍ଟ ରେ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହି ବିଷୟରେ ଟୁଇଟ କରିଛି। ଆଜ ତକ ଏହି ଟୁଇଟ ରେ କହିଛି ଯେ ୫ ଅଗଷ୍ଟରେ ଅଜୋଧ୍ୟା ରାମ ମନ୍ଦିର ଭୂମି ପୂଜନ ପ୍ରସାରଣ ସମୟରେ ସେ ବର୍ନଲର ବିଜ୍ଞାପନ ଦେଖେଇ ନାହିଁ। ଏହି କଥା ଖଣ୍ଡନ କରି ଆଜ ତକ କହିଛି ଯେ ଏହି ଫୋଟୋ ଏଡିଟେଡ ଅଟେ।
ସେହକଥା:
ଆମ ଅନୁସନ୍ଧାନରୁ ଆମେ ଯାନନିବା କୁ ପାଇଲୁ ଯେ ଭାଇରାଲ ହେଇଥିବା ଏହି ଫୋଟୋରେ କୌଣସି ସତ୍ୟତା ନାହିଁ। ଆଜ ତକ ନିଜେ ଟୁଇଟ କରି ଦାବି ଖଣ୍ଡନ କରି କହିଛି ଯେ ଭୂମି ପୂଜନ ସମୟରେ ବର୍ନଲ ବିଜ୍ଞାପନ ପ୍ରସାରଣ କରା ଯାଇ ନଥିଲା।

Title:କ’ଣ ରାମ ମନ୍ଦିର ଭୂମି ପୂଜନ ଦିନ ଆଜ ତକ ନିଜ ଚ୍ଯାନେଲରେ ବର୍ନଲ ବିଜ୍ଞାପନ ପ୍ରସାରିତ କରି ଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False