
କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇଦେବା ନେଇ ଖବର ଭାଇରାଲ ହେଉଛି। ଯାହାଫଳରେ ଛାତ୍ରମାନେ ଇଣ୍ଟରନେଟ୍ ଏବଂ ଅନ୍ଲାଇନ୍ କ୍ଲାସ୍ ସହିତ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ। ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି।
Khabar Circle Media ନାମକ ଏକ ନ୍ୟୁଜ ପେଜରେ ଭାଇରାଲ ଦାବି ପୋଷ୍ଟ କରାଯାଇଛି। ଖବରରେ ଲେଖା ଯାଇଛି ଯେ, ମୋଦି ସରକାର କଲେ ବଡ଼ ଘୋଷଣା କରିଲେ, ହୋଇସ୍କୁଲ ଛାତ୍ରୀମାନଙ୍କୁ ଓନଲାଇନରେ ପାଠ ପଢ଼ିବା ପାଇଁ ସ୍ମାର୍ଟ ଫୋନ ମିଳିବ। ପୋଷ୍ଟରେ କିପରି ସ୍ମାର୍ଟ ଫୋନ ପାଇବେ ସେ ନେଇ ବିବରଣି ଦିଆ ଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 38 ସେୟାର କରାଯାଉଛି। ଏହା ଛଡ଼ା ପୋଷ୍ଟକୁ 274 ଲାଇକ ଏବଂ କମେଣ୍ଟ ମିଳିଛି । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୋଦି ସରକାର ସ୍କୁଲ ଛାତ୍ରୀମାନଙ୍କୁ ଦେବେ ଓନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ଦିଆଯିବା ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଖବକୁ ନେଇ କିଛି ଲିଙ୍କ ମିଳିଲା। 24 ଅଗଷ୍ଟରେ PIB ପେଜରେ ଏହାକୁ ନେଇ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ସରକାର ଏପରି କୌଣସି ଯୋଯନା କରି ନାହାନ୍ତି, ଯେଉଁଥିରେ ସ୍କୁଲ ଛାତ୍ରମାନଙ୍କୁ ଅନଲାଇନ କ୍ଲାସ ପାଇଁ ଫ୍ରିରେ ସ୍ମାର୍ଟଫୋନ ଦେବେ। ସରକାର ଏପରି କୌଣସି ଘୋଷଣା ନ କରିବା ନେଇ ସ୍ପଷ୍ଟ କରାଯାଇଛି। ଅଧକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- PIB । Archive
ଏଥିରୁ ଆମେ ସ୍ପଷ୍ଟ ହେଲୁ ଭାଇରାଲ ଖବର ମିଥ୍ୟା ଅଟେ। ଏହା ପରେ ଆମେ Dept.of school and Mass Education Odisha ସହ ସମ୍ପର୍କ କରିଲୁ ଏବଂ ଭାଇରାଲ ଖବର ସମ୍ପର୍କରେ ପଚାଲିଲାପରେ ସେ ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶା ସରକାର ମଧ୍ୟ ଏପରି କୌଣସି ଘୋଷଣା କରିନାହାନ୍ତି। ଏହାଛଡ଼ା କେନ୍ଦ୍ର ସରାକାରରୁ ମଧ୍ୟ ଛାତ୍ରମାନଙ୍କୁ ମାଗଣା ସ୍ମାର୍ଟଫୋନ ଦେବା ନେଇ କୌଣସି ଘୋଷଣା କରାଯାଇ ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଖବର ମିଥ୍ୟା ଅଟେ । ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉନାହାନ୍ତି । କେନ୍ଦ୍ର ସରକାର ଏପରି କୌଣସି ଘୋଷଣା କରିନାହାନ୍ତି।

Title:ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉଛନ୍ତି କି?
Fact Check By: Saritadevi SamalResult: False