
Photo Credit: Jagran
୨୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ସନାତନ ହିନ୍ଦୁ ସମରଥଙ୍କ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇ ଯନ୍ତ୍ରଣା ସହିଛନ୍ତି। ମିଛ ପ୍ରେମର ଶିକାର ହୋଇ ବର୍ତମାନ ଏହି ମହିଳା ମାନଙ୍କ ଉପରେ ନିର୍ଯାତନା କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥି ଫୋଟୋକୁ ବିଭାଜିତ କରିଲୁ। ଏହି ପୋଷ୍ଟରେ ୪ ଟି ଫୋଟୋ ଅଛି।
ଫୋଟୋ ୧:
ପୋଷ୍ଟରେ ଥିବା ଏହି ପ୍ରଥମ ଫୋଟୋର ଆମେ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୪ ଜୁନ ୨୦୧୮ ମସିହାରେ ମେଟ୍ରୋ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ରେଶମ ଖାନ ତାଙ୍କ ଭାଇ ସହିତ ଲଣ୍ଡନର ଗୋଟିଏ ଟ୍ରାଫିକ ସିଗ୍ନାଳ ରେ ଗାଡ଼ିରେ ବସି ଥିବା ସମୟରେ ଜନ୍ ଟମ୍ଲିନ ନାମକ ବ୍ୟକ୍ତି ତାଙ୍କ ଉପର ଏସିଡ୍ ଫିଙ୍ଗି ଥିଲେ। ଏହି ଘଟନା ପରେ ରେଶମ ଖାନ ଏବନ ତାଙ୍କ ଭାଇଙ୍କୁ ହସ୍ପିଟାଲ ନିୟା ଯାଇଥିଲା। ଜନ୍ ଟମ୍ଲିନଙ୍କୁ ଏହି ଘଟଣା ପାଇଁ ୧୬ ବର୍ଷ କାରାଦଣ୍ଡ ଦିୟା ଯାଇଅହି।
ଏହୋ ଘଟଣା ନେଇ ଜଣେ ଟୁଇଟର ୟୁଜର ୨୯ ଜୁନ ୨୦୧୭ ମସିହାରେ ଅଭିଯୋଗୀ ଏବଂ ରେଶମ ଖାନଙ୍କ ଫୋଟୋ ଟୁଇଟ କରି କହିଛନ୍ତି ଯେ ପୋଲିସ ଏହି ବ୍ୟକ୍ତିଙ୍କୁ ବର୍ତମାନ ଖୋଜୁଛି।
ଫୋଟୋ ୨:
ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୯ ମାର୍ଚ ୨୦୧୯ ମସିହାରେ ଜିଓ ଟିଭି ନାମକ ୱେବସାଇଟରେ ଏହି ଘଟଣା ବିଷୟରେ ବର୍ଣନା ହେଇଥିବା ମିଳିଲା। ଏହାରେ କୁହା ଯାଇଅଛି ଯେ ଡାକ୍ତରୀ ପରୀକ୍ଷା ପରେ ଜଣା ପଡ଼ିଡିଛି ଯେ ଆସମା ଏବଂ ହାଜରା ନାମକ ଦୁଇ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ଯନ୍ତ୍ରଣା ସହିବାକୁ ପଡ଼ିଥିଲା। ଆସମାଙ୍କ କାନରେ ଏବଂ ଗାଲରେ ଆହାତ ହେଇଥିବା ଚିହ୍ନ ଦେଖିବାକୁ ମିଳିଥିଲା। ତାଙ୍କ ମୁହଁ ଏବଂ ଆଖିରେ ମଧ୍ୟ ଆହତ ହେଇଥିଲା। ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ହାଜରାଙ୍କ ସ୍ଵାମୀଙ୍କୁ ଲାହୋରେ ପୋଲିସ ଗିରଫ କରିଥିଲା। ହାଜରାଙ୍କ ସ୍ଵାମୀ ତାଙ୍କୁ ନିଜ ଘରୁ ପଇସା ଆଣିବା ପାଇଁ ଜୋର କରୁଥିଲେ। ମନା କରିଲା ପରେ ତାଙ୍କ ସ୍ଵାମୀ ସାଙ୍ଗରେ ଝଗଡ଼ା ହେଇ ତାଙ୍କ ନାକ ହାଡ଼ ଭାଙ୍ଗି ଯାଇଥିଲା ଏବଂ ମୁହଁରେ ମଧ୍ୟ ଆଘାତ ଆସିଥିଲା। ତାଙ୍କ ଆଖି ବେକ, ମୁଣ୍ଡ ଏବଂ ଅନ୍ୟ ଅଙ୍ଗରେ ଯନ୍ତ୍ରଣାର ଚିହ୍ନ ଥିଲା।
ଫୋଟୋ ୩:
୪ ସେପ୍ଟେମ୍ବର ୨୦୧୬ ମସିହାରେ ଗୋଆ ପ୍ରିଜମ ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଗୋଟିଏ ୧୯ ବର୍ଷ ଇଞ୍ଜିନିୟରିଙ୍ଗ ଚାତରାଙ୍କ ସହିତ ତାଙ୍କ ବୟଫ୍ରେନ୍ଡର ସାଙ୍ଗ ଦୁଷ୍କର୍ମ କରିବା ଚେଷ୍ଟା କରିଥିଲେ। ଏହି ଦୁଷ୍କର୍ମ ବିରୋଦ୍ଧ କରିବାରୁ ୱାଗ୍ରୀ (ବୟଫ୍ରେନ୍ଡର ସାଙ୍ଗ) ନାମକ ଯୁବକ ଛୁରି ମାରି ତାଙ୍କ ହତ୍ୟା କରି ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗୀଙ୍କୁ ଗିରଫ କରି ଥିଲେ। ପୋଲିସ କହିବା ଅନୁଯାୟୀ ସେହି ଛାତ୍ରୀ ଦୁଇପହର ୨ ତ ସମୟରେ ତାଙ୍କ ବୟଫ୍ରେନ୍ଡ ଶେଖ ସହିତ ୱାଗ୍ରୀଙ୍କ ଘରେ ଦେଖା ହେବା ଯୋଜନା ବନେଇଥିଲେ। ଶେଖ ଆସିନଥିବା ଦେଖି ୱାଗ୍ରୀ ଦୁଷ୍କର୍ମ କରିବା ପ୍ରୟାସ କରି ଥିଲେ। ଯୁବତୀଙ୍କ ବିରୋଦ୍ଧ କରିଥିବା ରୁ ୱାଗ୍ରୀ ରାଗି ତାଙ୍କ ହତ୍ୟା କରି ଦେଇଥିଲେ।
ଫୋଟୋ ୪:
ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କଟିଲା ପରେ ଆମକୁ ୨୭ ଜୁନ ୨୦୨୦ରେ ଢାକା ଟ୍ରାଇବ୍ୟୁନ ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଶୁକ୍ରବାର ଦିନ ଦୁଇପହର ୩ ଟା ସମୟରେ ସୁମାୟା ହସନ ନାମକ ଜଣେ ମହିଳା ତାଙ୍କ ସ୍ଵାମୀ, ସାସୁ ଏବଂ ଶଶୁର ଦ୍ଵାରା କରା ଯାଇଥିବା ଯନ୍ତ୍ରଣାର ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ନେଇ ସିଏ ପୋଲିସ ପାଖରେ ମଧ୍ୟ ମାମଲା ରୁଜୁ କରିଥିଲେ କିନ୍ତୁ ତାଙ୍କ ଘର ଲୋକେ ଯନ୍ତ୍ରଣା ବନ୍ଦ କରୁନଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଥିବା ସବୁ ମହିଳା ମୁସ୍ଲିମ ଅଟନ୍ତି। ବିଭିନ୍ନ ଘଟଣାରେ ତାଙ୍କ ସହିତ ଯନ୍ତ୍ରଣା ହେଇଥିଲା କିନ୍ତୁ ଲବ୍ ଜିହାଦ ମାମଲା ନୁହେଁ। ବିଭିନ୍ନ ଘଟଣାକୁ ଲବ୍ ଜିହାଦ ନାମ ଦେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ପୋଷ୍ଟରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False