କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ନିଜ ଭାଷଣ ଭୁଲି ସେଠାରୁ ଚାଲି ଗଲେ? ଜାଣନ୍ତୁ ସତ୍ୟ।

Altered Political

ରାଜନୈତିକ ଦଳ ସମର୍ଥକ ମାନେ ପରସ୍ପର ପାର୍ଟି ବିରୋଧରେ ସୋସିଆଲ ମିଡିଆରେ ପୋସ୍ତ କରି ଆସିଛନ୍ତି। ଜଣେ ପରସ୍ପର ସମର୍ଥନ କରୁ ଥିବା ପାର୍ଟିର ନିନ୍ଦା ବା ଥଟା ମଧ୍ୟ କରୁଥିବା ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳେ। ବର୍ତମାନ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ନେଇ ଏପରି ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି। 

ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। 

ଣ ଦାବି ଏହି ପୋଷ୍ଟର?

15 ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ ଭାଷଣ ଦେଉଥିବା ସମୟରେ ନିଜ ଭାଷଣ ଭୁଲି ଗଲେ ଏବଂ ନିଜ କଥା ସେଶନକରି ସେଠାରୁ ପଳାଇଲେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ “ଗଞ୍ଜେଇର ଯେତେବେଳେ ଡୋଜ୍ ତ ଟିକେ ଅଧିକ ହୋଇଯାଏ; ସିଧା ପ୍ରସାରଣ ବାଧାପ୍ରାପ୍ତ ହୋଇଥାଏ।“

Archive

ଆମ ଅନୁଅନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇ ଥିବା ଭିଡିଓ କୁ ପୁରା ଦେଖିଲୁ। ଏହା ପରେ ଆମେ ୟୁଟ୍ୟୁବ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ୩୦ ଅକ୍ଟୋବର ୨୦୧୭ ମସିହାରେ ରାହୁଲ ଗାନ୍ଧୀଙ୍କର ଅଫିସିଆଲ ୟୁଟ୍ୟୁବ ଏକାଉଣ୍ଟରେ ଏହି ଭିଡିଓ ପ୍ରସାରିତ ହେଇ ଥିବା ମିଳିଲା। ଭିଡିଓରେ ରାହୁଲ ଗାନ୍ଧୀ ଜି.ଏସ.ଟି ଏବଂ ନୋଟ୍ବନ୍ଦୀ ନେଇ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅସନ୍ତୁଷ୍ଟ ହେଇଥିବା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଦରିଦ୍ରତା ବୁଝିବା ଦରକାର ଆଉ ନରେନ୍ଦ୍ର ମୋଦୀ ନୋଟ୍ବନ୍ଦୀରେ ଜନସାଧାରଣ ଲୋକଙ୍କୁ ହେଇଥିବା କ୍ଷତି କୁ ସ୍ଵୀକାର କରୁ ନାହାନ୍ତି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଜି.ଏସ.ଟି ଗୋଟିଏ ଭଲ ପଦକ୍ଷେପ ଥିଲା କିନ୍ତୁ ଏହାର କାର୍ଜ୍ୟକାରିତା ଭୁଲ ଭାବରେ କରା ଯାଇଅଛି।

ଆମେ ପୋଷ୍ଟ କରା ଯାଇଥିବା ଭିଡିଓ ଏବଂ ପ୍ରକୃତର ଭିଡିଓ ତୁଳନା କରି ଦେଖିଲା ପରେ ଆମକୁ ପୋଷ୍ଟ କରା ଯାଇଥିବା ଭିଡିଓର ସତ୍ୟତା ଜାଣିବାକୁ ମିଳିଲା। ସତ୍ୟ ଜାଣିବା ପାଇଁ ତଳେ ଦିଆ ଯାଇଥିବା ଭିଡିଓ ଦେଖନ୍ତୁ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଜି.ଏସ.ଟି ଏବଂ ନୋଟ୍ବନ୍ଦୀ ବିଷୟରେ ରାହୁଲ ଗାନ୍ଧୀଙ୍କ ଅସଲି ଭିଡିଓକୁ ଏଡିଟ୍ କରି ନକଲି ଭିଡିଓ ପ୍ରସାରିତ କରା ଯାଇଅଛି। ଅସଲି ଭିଡିଓ ୨୦୧୭ ମସିହାର ଅଟେ।

Avatar

Title:କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ନିଜ ଭାଷଣ ଭୁଲି ସେଠାରୁ ଚାଲି ଗଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *