
ସୋସିଆଲ ମିଡିଆରେ ଏପରି କିଛି ଖବର ଭାଇରାଲ ହେବାରେ ଲାଗିଛି ଯାହା ବିଶ୍ୱାସ କରିବା ଅସମ୍ଭବ ହୁଏ। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦିବା କରାଯାଉଛି ଯେ, ଏକ ଘୁଷୁରି ମଣିଷ ଛୁଆ ଜନ୍ମ କରିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Amazing World in Odia ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦିବା କରାଯାଇଛି ଯେ, ଘୁଷୁରି ମଣିଷ ଛୁଆ ଜନ୍ମ ଦେଇଛି। ଭିଡିଓରେଥିବା ଫଟୋ ଘୁଷୁରି ଛୁଆ ପରି ଦେଖାଯାଉଛି, କିନ୍ତୁ ତାର ଶରିରର ଆକାର ମଣିଷ ଛୁଆପରି ଦେଖାଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ସାତ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- youtube । Archive
ତେବେ କଣ ଘୁଷୁରି ଦେଇଛି ମଣିଷ ଛୁଆ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟେରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟେକୁ ନେଇ କିଛି ଲିଙ୍କ ମିଳିଲି। Lairamanganuco ଇନଷ୍ଟାଗ୍ରାମ ପଜେରେ ଭାଇରାଲ ଫଟୋ ପାଇଲୁ। ପୋଷ୍ଟରେ ଆମେ ଜାଣିବାକୁ ପାଇଲୁ ଯେ, ଏହା ଏକ ଜୀବନ୍ତ ପ୍ରାଣୀ ନୁହେଁ ବରଂ ଇଟାଲୀର ଜଣେ ପ୍ରସିଦ୍ଧ କଳାକାର ଲାଇରା ମାଗାନୁକୋଙ୍କ ଦ୍ୱାରା ରବର ଏବଂ ସିଲିକନ୍ ଦ୍ୱାରା ନିର୍ମିତ ଏକ ମଡେଲ୍ ଅଟେ। ଏହି ପରି ଅନେକ ସିଲିକନରରେ ବନାଯାଇଥିବା କିଛି କଣ୍ଡେଇର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଇଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Laira Maganuco ପେଜରେ ସିଲିକନ କଣ୍ଡେଇର ଅନ୍ୟାନ୍ୟ ଫଟୋ ମଧ୍ୟ ଦେଖିପାରିବେ। adrenaline project ପେଜରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ଫଟୋରେଥିବା ଘୁଷୁରି ଛୁଆ ସିଲିକନରେ ନିର୍ମିତ ଅଟେ। ଏହା ଏକ ଖେଳନା ପରି କଣ୍ଡେଇ ଅଟେ। ଯାହାକୁ ଲାଇରା ମାଗାନୁକୋ ନାମକ କଳାକାର ପ୍ରସ୍ତୁତ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- adrenaline project । Archive
laira maganuco ପେଜରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖାଯାଇଛି , ଫଟୋରେଥିବା ଘୁଷୁରି ଛୁଆ ସିଲିକନରେ ବନାଯାଇଛି। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- laira maganuco । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଘୁଷୁରି ମଣିଷ ଛୁଆ ଦେଇଥିବା ଦାବିରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ଫଟୋରେଥିବା ଘୁଷୁରି ଛୁଆ ସିଲିକନ ନିର୍ମିତ କଣ୍ଡେଇ ଅଟେ।

Title:କ’ଣ ଘୁଷୁରି ଜନ୍ମ ଦେଇଛି ମଣିଷ ଛୁଆ ? ଜାଣନ୍ତୁ ସତ୍ୟତା ।
Fact Check By: Saritadevi SamalResult: False