
ସୋସିଆଲ ମିଡିଆରେ କୃଷି ଆନ୍ଦୋଳକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି । କିଛି ଫଟୋ ଏବଂ ଭିଡିଓରେ ମିଥ୍ୟା ଖବର ଲେଖି ଭାଇରାଲ କରାଯାଉଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଶିଖ୍ ହାତରେ ପୋଷ୍ଟରଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପଞ୍ଜାବୀ କୃଷକମାନେ ଖଲିସ୍ତାନ ମାଗୁଛନ୍ତି। କେହି କେହି ଦାବିକରିଛନ୍ତି ଯେ, କୃଷି ଆନ୍ଦୋଳନରେ ଖାଲିସ୍ତାନଙ୍କ ଦ୍ୱାରା ପ୍ରୟୋଜିତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
29 ନଭେମ୍ବରରେ Ajit Kumar Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ପଞ୍ଜାବି କୃଷକମାନେ ଖାଲିସ୍ତାନ ମାଗୁଛନ୍ତି। ଏ କି ପ୍ରକାର କୃଷି ଆନ୍ଦୋଳନ ଚାଲିଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ପଞ୍ଜାବରାଜ୍ୟର ଆଧୁନିକ କିଷାନ ଆନ୍ଦୋଳନର ମତିଗତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 85 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
କୃଷି ଆନ୍ଦୋଳନରେ କ’ଣ ପଞ୍ଜାବି କୃଷକ ମାନେ ଖାଲିସ୍ତାନ ବନାଇବାକୁ ଦାବି କରୁଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋ ସହ କିଛି ଲିଙ୍କ ମିଳିଲା। mediafax photo ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ 6 ଜୁନ 2013ର ଅଟେ। ଏଥିରୁ ସ୍ପଷ୍ଟ ହେଉଛି। ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- mediafax photo । Archive
Getty Images ପେଜେରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ସୂଚନା ଅନୁଯାୟୀ, ଫଟୋଟି 6 ଜୁନ୍ 2013 ରେ ସୁବର୍ଣ୍ଣ ମନ୍ଦିରର ‘ଅକାଲ ତାଖଟ’ରେ ନିଆଯାଇଥିଲା। ପ୍ରତିବର୍ଷ ଜୁନରେ ସୁବର୍ଣ୍ଣ ମନ୍ଦିରରେ ଘଲ୍ଲୁଘାରା ଦିବସ ପାଳନ କରାଯାଏ। ଏହି ଦିନ, 1984 ରେ ଅପରେସନ୍ ବ୍ଲୁ ଷ୍ଟାରରେ ନିହତ ହୋଇଥିବା ଲୋକଙ୍କୁ ସ୍ମରଣ କରାଯାଏ। 2013 ରେ ଅପରେସନ୍ ବ୍ଲୁ ଷ୍ଟାରକୁ 29 ବର୍ଷ ହୋଇଥିଲା ଏବଂ ଭାଇରାଲ ଫଟୋ ସେହି ସମୟର ଅଟେ। ଫଟୋରେ, ଖାଲିସ୍ତାନଙ୍କ ସମର୍ଥନରେ ପୋଷ୍ଟର ଧରିଥିବା ବ୍ୟକ୍ତି ଶିଖର ଏକ ସନ୍ତ୍ରାସବାଦୀ ସଂଗଠନର କାର୍ଯ୍ୟକର୍ତ୍ତା ଅଟନେତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ୍ ଫଟୋ ସାତ ବର୍ଷରୁ ଅଧିକ ପୁରୁଣା ଅଟେ। ଫଟୋର ବର୍ତ୍ତମାନର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Getty Images । Archive
1980 ଦଶକରେ ଖାଲିସ୍ତାନ ଆନ୍ଦୋଳନ ଏକ ଶିଖ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଥିଲା। ଏହି(refworld) ଆନ୍ଦୋଳନରେ ପଞ୍ଜାବ ଅଞ୍ଚଳର ଏକ ପୃଥକ ସ୍ୱୟଂଶାସିତ ରାଜ୍ୟକୁ ‘ଖାଲିସ୍ତାନ’ (ଖାଲସା ଦେଶ) କୁହାଯାଉଥିଲା, ତେଣୁ ଏହାର ନାମ ଖାଲିସ୍ତାନ ଆନ୍ଦୋଳନ ଅଟେ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ପଞ୍ଜବ ଚାଷୀମାନେ ବର୍ତ୍ତମାନ କୃଷି ଆନ୍ଦୋଳନରେ ଖାଲିସ୍ତାନ ବନାଇବାକୁ ଦାବିରେ ଭାଇରାଲ କରାଯାଉଥିବା ଫଟୋ 7 ବର୍ଷରୁ ଅଧିକ ପୁରୁଣା ଅଟେ। ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:କୃଷି ଆନ୍ଦୋଳନରେ କ’ଣ ପଞ୍ଜାବି କୃଷକ ମାନେ ଖାଲିସ୍ତାନ ବନାଇବାକୁ ଦାବି କରୁଛନ୍ତି ?
Fact Check By: Saritadevi SamalResult: False