କ’ଣ ଭିଡିଓରେ ବିଜେପି ବିଧାୟକ ମାନେ ରାଜନାଥ ସିଂହଙ୍କୁ କୃଷି ଆଇନ ଫେରାଇ ନେବା ପାଇଁ ନିବେଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

କୃଷକ ଆନ୍ଦୋଳନ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେକ୍ଟ କୃସେଣ୍ଡୋ ଏହି ଘଟଣା ନେଇ ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଥରେ ଭାଇରାଲ ହେବାଊ ଲାଗୁଛି। ଏହି ଭିଡିଓରେ କିଛି ଲୋକେ ରାଜନାଥ ସିଂହଙ୍କୁ କିଛି ନିବେଦନ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହି ଲୋକ ମାନେ ବିଜେପି ବିଧାୟକ ଏବଂ କୃଷି ଆଇନ ଫେରାଇ ନେବାକୁ ନିବେଦନ କରୁଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

Archive Link

Twitter | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓର ସ୍କ୍ରିନଶଟ ନେଇ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଅନେକ ଫେସବୁକ ପୋଷ୍ଟ ମିଳିଲା ଯେଉଁଥିରେ ୨୦୧୮ ମସିହାରେ ଏହି ଭିଡିଓ ଦେଖିବାକୁ ମିଳିଛି। 

face.png

ଆମେ ଏହି ବିଷୟ ନେଇ ଆମ ଅନୁସନ୍ଧାନ ଆଗକୁ ବାଡେଇଲୁ। ସର୍ଚର ଫଳାଫଳରେ ଆମକୁ ଜାଣିବାକୁ ମିଳିଲା ଯେ ଏହି ଭିଡିଓ 2018 ମସିହାରୁ ଇଣ୍ଟରନେଟ୍ ରେ ଉପଲବ୍ଧ ଅଛି। ତଳେ ଦିଆ ଯାଇଥିବା ଲିଙ୍କରେ ଆପଣ ଏହି ଭିଡିଓକୁ ଦେଖି ପାରିବେ। 

https://youtu.be/ME6OmIOKZ2c

ଆମର ପରବର୍ତ୍ତୀ ଅନୁସନ୍ଧାନରେ, ଆମେ ୱାନ୍ ଷ୍ଟାର୍ ନ୍ୟୁଜ ଠାରୁ ସୂଚନା ପାଇଥିଲୁ ଯେ ଏହି ଭିଡିଓଟି ତାଙ୍କର ୟୁଟ୍ୟୁବ ଚ୍ୟାନାଲରେ ୮ ସେପ୍ଟେମ୍ବର ୨୦୧୮ ମସିହାରେ ପୋଷ୍ଟ ହେଇଥିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଇସ୍ତଫା ଦେବା ପୂର୍ବରୁ ବିଜେପି ବିଧାୟକ ରାଜେନ୍ଦ୍ର ସିଂହ ସେହି ସମୟର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ କହିଛନ୍ତି, “ଆପଣ ସମସ୍ତଙ୍କ କଥା ଶୁଣନ୍ତୁ ନାହିଁ, ୨୨% ଙ୍କ କଥା ମାନି ୭୫% ଙ୍କୁ ନିରାଶ କରନ୍ତୁନୀ। ଏହା ଦ୍ଵାରା ଆସନ୍ତା ପିଢୀ ବରବାଦ ହେଇଯିବ। ମୁଁ ଆପଣଙ୍କୁ ଅନୁରୋଧ କରୁଛି। “

ଏହି ଭିଡିଓ ଗତ ବର୍ଷ ସିଏଏ ଏବଂ ଏନଆରସି ସମୟରେ ମଧ୍ୟଭାଇରାଲ ହେଇଥିଲା। ଫେକ୍ଟ କୃସେଣ୍ଡୋ ଗୁଜୁରାତି ଦଳ ବିଜେପି ପ୍ରବକ୍ତା ଭରତ ପାଣ୍ଡ୍ୟାଙ୍କ ସହିତ କଥାବାର୍ତ୍ତା କୃଲୁ। ସେ ପୋଷ୍ଟରେ କରା ଯାଇଥିବା ଦାବିକୁ ଖଣ୍ଡନ କରି ଆମକୁ କହିହାନ୍ତି ଯେ ବିଜେପିର ସମସ୍ତ ଲୋକ ସିଏଏ କୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ତେଣୁ ସିଏଏ କିମ୍ବା ଏନଆରସି କୁ ପ୍ରତ୍ୟାହାର କରିବା ପାଇଁ କୌଣସି ନିବେଦନ ଏହି ଭିଡିଓରେ କରା ଯାଉନାହିଁ। ଏହା ଏକ ପୁରୁଣା ଭିଡିଓ ଅଟେ ଯାହାକି ବିଜେପି ବିରୋଧୀ ଉପାଦାନ ମାଧ୍ୟମରେ ଭୁଲ ତଥ୍ୟସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

ଶେଷକଥା

ତେଣୁ, ଆମର ଅନୁସନ୍ଧାନରୁ ଉପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି କାରଣ ପୋଷ୍ଟ କରା ଯାଇଥିବା ଭିଡିଓ ସାମ୍ପ୍ରତିକ ନୁହେଁ, ୨୦୧୮ ମସିହାର ଅଟେ। ଏହି ଭିଡିଓର କୃଷି ବିଲ୍ ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଭିଡିଓରେ ବିଜେପି ବିଧାୟକ ମାନେ ରାଜନାଥ ସିଂହଙ୍କୁ କୃଷି ଆଇନ ଫେରାଇ ନେବା ପାଇଁ ନିବେଦନ କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *