କ’ଣ ଏହି ଭିଡିଓରେ ଜଣେ ବିଜେପିକର୍ମୀ କୃଷକ ମାନଙ୍କୁ ଟ୍ରାକ୍ଟର ତକେ ଦଳି ଚକଟି ଦେଇ ପଳେଇଲେ? ଜାଣନ୍ତୁ ସତ୍ୟ।

False Social

ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକ ଏବଂ ପୋଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରା ଯାଇଅଛି ଯେ ଆନ୍ଦୋଳନରେ ଭାଗ ନେବାକୁ ଆସିଥିବା ଜଣେ ବୃଦ୍ଧ ମହିଳାଙ୍କୁ ବିଜେପି କର୍ମୀମାନେ ଟ୍ରାକ୍ଟରରେ ଦଳି ଦେଇ ପଳେଇଲେ। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

Archive Link

Facebook | Archive

ଏହି ଘଟଣା ଲଜ୍ଜାଜନକ ବୋଲି କହି କଂଗ୍ରେସ ସଦସ୍ୟ ଅଳକା ଲାମ୍ବା ମଧ୍ୟ ତାଙ୍କ ଟୁଇଟର ହେଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ କହିଛନ୍ତି, “ହେ ରାମ…. ଏହା ଏକ ଚରମ ଦୁଷ୍କର୍ମ ଯେ କ୍ରୋଧିତ ବିଜେପି କର୍ମୀ କୃଷକ ଆନ୍ଦୋଳନରେ ଭାଗ ନେବାକୁ ଯାଉଥିବା ବୃଦ୍ଧ ମହିଳା ଚାଷୀଙ୍କୁ ଦଳି ଦେଲେ। ବିଜେପି ନେତା ମାନଙ୍କୁ ପ୍ରଶ୍ନ କରିବା ପାଇଁ କୌଣସି ଗଣମାଧ୍ୟମ ଏହି ଚିତ୍ର ଦେଖାଇଥିଲେ?”

https://twitter.com/LambaAlka/status/1355046507615907844

Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ଏହି ଭିଡିଓ ସହ ଜଡ଼ିତ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳସ୍ୱରୂପ ଆମକୁ ଅନେକ ଖବର ମିଳିଲା ଏହା ମଧ୍ୟରୁ ୨୬ ଜାନୁଆରୀରେ ଅମର ଉଲାଲା ସମ୍ବାଦ ଅନୁଯାୟୀ ପଞ୍ଜାବର ଅମ୍ରିତସରରେ ମଙ୍ଗଳବାର ଦିନ ଚାଷୀଙ୍କ ସମର୍ଥନରେ ଏକ ଟ୍ରାକ୍ଟର ରେଲିରେ ଗୋଟିଏ ବଡ଼ ଦୁର୍ଘଟଣା ଘଟିଛି। ଅନିୟନ୍ତ୍ରିତ ଟ୍ରାକ୍ଟର ରେଲିରେ ଗୋଟିଏ ଟ୍ରାକ୍ଟର କିଛି ମହିଳା ମାନଙ୍କୁ ପଦଦଳିତ କରିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହେଇଥିବା ବେଳେ ୫ ଜଣଆହତ ହେଇଛନ୍ତି। ପୋଲିସ ଅନୁସନ୍ଧାନରୁ ଖବର ସାମନାକୁ ଆସିଛି ଯେ ଅଭିଯୁକ୍ତ କେଉଁ ପରି ଟ୍ରାକ୍ଟର ଚଲା ଯାଏ ଜାଣନ୍ତି ନାହିଁ ଏବଂ ତାଙ୍କର କୌଣସି ଲାଇସେନ୍ସ ମଧ୍ୟ ନଥିଲା। 

AU.jpg

Amar Ujjala | Archive

ଫେକ୍ଟ କୃସେଣ୍ଡୋ ୱଲ୍ଲାହ ଅଞ୍ଚଳର ଏସଏଚଓ ସଂଜୀବ କୁମାରଙ୍କ ସହିତ ଯୋଗାଯୋଗ କରିଲା। ସଂଜୀବ କୁମାରଙ୍କ କହିବା ଅନୁଯାୟୀ, “ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣାର କୌଣସି ରାଜନୈତିକ ଦଳ ସହ କୌଣସି ସମ୍ପର୍କ ନାହିଁ। ଆମେ ଡ୍ରାଇଭରକୁ ଗିରଫ କରିଛୁ। ୱଲ୍ଲାହ ପୋଲିସ ଷ୍ଟେସନରେ ମଧ୍ୟ ଏହି ଘଟଣା ନେଇ ମାମଲା ରୁଜୁ କରା ଯାଇଅଛି। ଟ୍ରାକ୍ଟର ଚଲାଉଥିବା ବ୍ୟକ୍ତି ଜଣେ ମେକାନିକ୍ ହେବା ସହିତ ଏକ ଛୋଟ କଣ୍ଟ୍ରାକ୍ଟର ମଧ୍ୟ ଅଟେ। ତାଙ୍କ ଶ୍ରମିକ ମାନେ ଉକ୍ତ ସ୍ଥାନରେ କାମ କରୁଥିଲେ ଏବଂ ସେମାନଙ୍କୁ ଜଳର ଆବଶ୍ୟକ ଥିବାରୁ ବ୍ୟକ୍ତି ଜଣକ ଟ୍ରାକ୍ଟରରେ ପାଣି ନେଇ ଯାଉଥିଲେ। ସେ ଟ୍ରାକ୍ଟର ଡ୍ରାଇଭର ନୁହନ୍ତି ଏବଂ ଟ୍ରାକ୍ଟରକୁ ସଠିକ୍ ଭାବରେ ଚଳାଇବାକୁ ଜାଣି ନଥିଲେ ଯାହା ଫଳରେ ଦୁର୍ଘଟଣା ଘଟି ଥିଲା। ଆମ ଅନୁସନ୍ଧାନକୁ ଆଧାର କରି ମୁଁ ଆପଣଙ୍କୁ ସ୍ପଷ୍ଟ ଭାବରେ କହି ପାରିବି ଯେ ସେ ଜଣେ ବିଜେପି କର୍ମୀ ନୁହନ୍ତି। ଆମେ ତାଙ୍କୁ ଗିରଫ କରି ସାରିଛୁ ଏବଂ ସେ ଦୁଇ ଦିନ ପୋଲିସ ରିମାଣ୍ଡରେ ମଧ୍ୟ ଥିଲେ ଏବଂ ବର୍ତ୍ତମାନ ସେ ନ୍ୟାୟୀକ ହେପାଜତରେ ଅଛନ୍ତି।“

ଶେଷକଥା: 

ତଥ୍ୟ ଯାଞ୍ଚ କରିବା ପରେ ଆମେ ଉପରୋକ୍ତ ପୋଷ୍ଟକୁ ଭୁଲ ବୋଲି ଜାଣିଲୁ। ଏହି ଘଟଣା ୨୬ ଜାନୁଆରୀରେ ଅମୃତସରରେ ଘଟିଥିଲା। ଅମ୍ରିତସର ନଗର ପୋଲିସ ନିଶ୍ଚିତ କରିଛନ୍ତି ଯେ ଏହା ଏକ ସ୍ଥାନୀୟ ଦୁର୍ଘଟଣା ଏବଂ ଏହି ଘଟଣାର କୌଣସି ରାଜନୈତିକ ଦଳ କିମ୍ବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ପର୍କ ନାହିଁ। ଡ୍ରାଇଭର ଟ୍ରାକ୍ଟର ନିୟନ୍ତ୍ରଣ ହରରାଇବାରୁ ଏହି ଦୁର୍ଘଟଣା ଘଟିଛି।

Avatar

Title:କ’ଣ ଏହି ଭିଡିଓରେ ଜଣେ ବିଜେପିକର୍ମୀ କୃଷକ ମାନଙ୍କୁ ଟ୍ରାକ୍ଟର ତକେ ଦଳି ଚକଟି ଦେଇ ପଳେଇଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *