
ଭାରତର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହେଉଥିଲା ବେଳେ ସୋସିଆଲ ମିଡିଆରେ ପୋଲିସର ଅତ୍ୟାଚାରର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ ଏକ ବ୍ୟକ୍ତିଙ୍କୁ ନିଜ ପାଦ ତଳେ ଡାଲି ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହା ଦିଲ୍ଲୀ ପୋଲିସ ଯେ କୃଶକ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।
ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଇଣ୍ଡିଆନ ଗୁଜ୍ବେରିସ୍ ନାମକ ଗୋଟିଏ ବ୍ଲଗ୍ ରେ ୨୬ ମାର୍ଚ ୨୦୧୬ ମସିହାରେ ଏହି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ବିଷୟରେ ଲେଖା ଯାଇଅଛି ଯେ ୨୦୧୧ ମସିହାରେ ସେ ସମୟର ଲକ୍ଷ୍ନୋ ଡିଆଇଜି ଡି.କେ ଠାକୁର, ଆନନ୍ଦ ଭଦୋରିୟାଙ୍କ ଉପରେ ଆକ୍ରମଣ କରିଥିଲେ।

ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୪ ଫେବ୍ରୁଆରି ୨୦୧୭ ମସିହାରେ କ୍ୟାଚ୍ ନ୍ୟୁଜ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ୯ ମାର୍ଚ ୨୦୧୧ ମସିହାରେ ଲକ୍ଷ୍ନୋ ପୋଲିସ ଏସଏସପି ବି.ପି.ଅଶୋକ ଅମାଉସୀ ବିମାନ ବନ୍ଦରରେ ଅଖିଲେଶ ଯାଦବକୁ ଗିରଫ କରିଥିଲେ। ଏହି ଗିରଫର ବିରୋଧ କରିବା ପାଇଁ ଆସିଥିବା ଲୋହିଆ ବାହିନୀ ମୁଖ୍ୟା ଆନନ୍ଦ ଏବଂ ସମାଜବାଦୀ ଛାତ୍ର ସଭା ଅଧ୍ୟକ୍ଷ ସୁନୀଲ ଆସିଥିଲେ। ସେହି ସମୟରେ ଲକ୍ଷ୍ନୋ ପୋଲିସ ଡିଆଇଜି ଡି.କେ ଠାକୁର ଆନନ୍ଦଙ୍କୁ ତଳେ ଠେଲି ଦେଇ ତାଙ୍କ ମୂହକୁ ଜୋଟାରେ ଡାଲି ଦେଇଥିଲେ। ଏହା ପରେ ଲାଠି ଚାର୍ଜ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ସୁନୀଲଙ୍କ ହାଥ ଭାଙ୍ଗି ଯାଇଥିଲା।

ଏହି ବିଷୟରେ ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ୧୦ ଅଗଷ୍ଟ ୨୦୧୧ ମସିହାରେ ଏହି ଘଟଣାର ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କିଛି ଲୋକେ ଅଖିଲେଶ ଯାଦବ ଜିନ୍ଦବାଦ ନାରା ଲଗାଉଥିବା ବେଳେ କିଛି ପୋଲିସ କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଦିଲ୍ଲୀ ପୋଲିସ କୃଷକଙ୍କ ଉପରେ ଆକ୍ରମଣ କରୁଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଏହି ଫୋଟୋ ୨୦୧୧ ମସିହାର ଅଟେ ଏବଂ ଫୋଟୋରେ ଥିବା ପୋଲିସ ଅଧିକାରୀ ସେହି ସମୟର ଲକ୍ଷ୍ନୋ ପୋଲିସ ଡିଆଇଜି ଡି.କେ ଠାକୁର ଅଟନ୍ତି। ପୁରୁଣା ଫୋଟୋକୁ ବର୍ତ୍ତମାନ ସମୟ ଘଟଣା ସହିତ ଯୁଡ଼ି ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ଏହି ଫୋଟୋରେ ଦିଲ୍ଲୀ ପୋଲିସ ଜଣେ କୃଷକଙ୍କୁ ନିଜ ପାଦ ତଳେ ଦଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False