
ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଅଧିକ ବଢ଼ିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ୟଶ ବାତ୍ୟାର ଭିଡିଓ ପୋଷ୍ଟ ହେଉଛି। ଯେଉଁଥିରେ ବାତ୍ୟା ଭୟଙ୍କର ଦେଖାଯାଉଛି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ହସ୍ଟେଲ ସହିତ ଅନେକ ବଡ଼ବଡ଼ ଘର ଖସୁଥିବାର ଦେଖିବାକୁ ମିଳୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଇଛି।
26 ମଇରେ Shi ନାମକ ଜଣେ ଫେସବୁକୟୁଜର ତାଙ୍କ ଆକାଉଣ୍ଟରେଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଓଡ଼ିଶାରେୟଶସାଇକ୍ଲୋନ(Yess cyclone in Odisha)। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 2000ରୁ ଅଧିକ ଲୋକ ଦେଖିଥିବା ବେଳେ ପୋଷ୍ଟକୁ ଅନେକ ଲୋକ ସେୟାର ଏବଂ ଲାଇକ ମଧ୍ୟ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓ ୟଶ ବାତ୍ୟାର ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓର କିଛି ଅଂଶ ଆପଣ Economic times ପେଜରେ ଦେଖିପାରିବେ। ଯାହାକି 3 ମଇ 2019ରେ ପୋଷ୍ଟ କରାଯାଇଥିଲା। ଏହା ଫନି ବାତ୍ୟା ସମୟର ଭିଡିଓ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Konark Liveୟୁଟ୍ୟୁବଚ୍ୟାନେଲରେଭାଇରାଲ ଭିଡିଓର କିଛି ଅଂଶ ଦେଖିପାରିବେ । ଯେଉଁଥିରେ ବାତ୍ୟା ସମୟରେ ଲେଡିଜହସ୍ଟେଲର କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଖବର ଅନୁସାରେ ଭାଇରାଲ ଭିଡିଓ 2019 ମେ ମାସର ଅଟେ। 3 ମଇ 2019ରେ ଭୁବନେଶ୍ୱରରେଲ୍ୟାଣ୍ଡଫଲ କରିଥିବା ଫନି ବାତ୍ୟା। ଯାହା ଦ୍ୱାରାଓଡ଼ିଶା ରାଜଧାନୀ ଭୂବନେଶ୍ୱରରଇନେକ କ୍ଷୟକ୍ଷତି ହୋଇଥିଲା। timesofindia ପେଜରେ ଫନି ବାତ୍ୟା ସମ୍ପର୍କରେ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଭାଇରାଲ ଭିଡିଓର ସମ୍ପୁର୍ଣ୍ଣ ଭିଡିଓ Gemini recordୟୁଟ୍ୟୁବଚ୍ୟାନେଲରେ ଦେଖନ୍ତୁ। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, (Back To Back Highlights Of Fani Cyclone In Odisha..Latest Live Updates 2019) । ଭାଇରାଲ ଭିଡିଓର ୟଶ ବାତ୍ୟା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

Title:ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
