ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

Partly False Social

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  6ବର୍ଷ ବାଳିକା ସହ ଦୁଷ୍କର୍ମ କରିଥିବା ଅପରାଧି ମହମ୍ମଦ ନାଜିଲକୁ ହତ୍ୟା କରିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣତ ଲେହା।

23 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଉତରପ୍ରଦେଶରେ ଜଣେ ୬ ବର୍ଷ ବାଳିକାର ବଳତ୍କରୀ #ମହମ୍ମଦ_ନାଜିଲ କୁ ଗିରଫ କରିବା ସମୟରେ ଅପରାଧି ଫେରାର ହେବାଉ ଉଦ୍ୟମ କରନ୍ତେ SP #ଅଜୟ_ପାଲ_ଶର୍ମା ମହୋଦୟ ତୁରନ୍ତ ଦନାଦନ ୩ ରାଉଣ୍ଡ ଗୁଳିମାଡ କଲେ ଓ ଅପରାଧିଟା ବି ୭୨ ହୁର ପାଖରେ ପହଞ୍ଚି ଗଲା….। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 21ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ଛଡ଼ା ଏହି ଭାଇରାଲ ଖବର Laxmidhar Panigrahi, Ajit Kumar Panigrahi ଭାଇରାଲ ଫଟୋ ସମାନ ଦାବିରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ମଧ୍ୟ ଅଧିକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ୟୁପି ପୁଲିସ ଏତେ ବର୍ଷ ମଧ୍ୟରେ ବର୍ତ୍ତମାନ ଏକ ଦୁଷ୍କର୍ମକାରିକୁ ଗୁଳିକରି ହତ୍ୟା କରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ପୋଷ୍ଟର ସ୍କ୍ରିନସଟ News1India ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିଲା। ଭାଇରାଲ ଖବର 23 ଜୁନ୍ 2019 ରେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ, ଘଟଣା ବିଷୟରେ କୁହାଯାଉଛି ଯେ, ରାମପୁର ପୋଲିସ 6 ବର୍ଷ ଝିଅ ସହ କରିଥିବା ଅପରାଧ ଦୁଷ୍କର୍ମକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହା ସହିତ ଭିଡିଓରେ ମଧ୍ୟ କୁହାଯାଇଛି ଯେ ପୋଲିସ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଗିରଫ କରିଥିଲା। ପୋଲିସର ଏହି କାର୍ଯ୍ୟ ପାଇଁ ଶ୍ରେୟ ତତ୍କାଳୀନ ରାମପୁର ଏସପି ଅଜୟପାଲ ଶର୍ମାଙ୍କୁ ଦିଆଯଇଥିଲା। ଆମକୁ ମିଳିଥିବା ଖବରରେ ଦୁଷ୍କର୍ମକାରୀଙ୍କୁ ହତ୍ୟା ହେବା ଖବର ପ୍ରକାଶିତ ହୋଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- News1India

ଏହା ପରେ ଆମକୁ Hindustan times ପେଜରେ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ , ମେ 2019 ରେ, ଛଅ ବର୍ଷର ଝିଅ ରାମପୁରରେ ନିଖୋଜ ହୋଇଯାଇଥିଲା।  ଜୁନ୍ ମାସରେ ପ୍ରାୟ ଦୁଇ ମାସ ପରେ ଝିଅର ମୃତଦେହ ମିଳିଥିଲା ​​ଏବଂ ସୂଚନା ମିଲିଥିଲା ଯେ ବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ନାବାଳିକାକୁ ବଳାତ୍କାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୋଲିସ ନାଜିଲ ନାମକ ଜଣେ ବ୍ୟକ୍ତିଙ୍କୁ ମୁଖ୍ୟ ଅଭିଯୁକ୍ତେରେ ଗିରଫ କରିଥିଲା। କିନ୍ତୁ ଏକ ଏନକାଉଣ୍ଟରେ ନାଜିଲକୁ ୟୁପି ପୋଲିସ ଅପରାଧି ଗୋଡରେ ଗୁଳି ମାରିଥିଲା। ପରେ ପୋଲିସ ନାଜିଲଙ୍କୁ ଗିରଫ କରି ଡାକ୍ତରଖାନାକୁ ପଠାଇଥିଲା। ନାଜିଲ ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଥିଲେ। ଅଥିରୁ ସ୍ପଷ୍ଟ ହେଉଛି ଯେ, ୟୁପି ପୁଲିସ ଏନକାଉଣ୍ଟରେ ଅପରାଧିର ହତ୍ୟା ହୋଇନଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Hindustan timesArchiveindianexpressnews nationtv

ଏହି ଖବର News1India ଚ୍ୟାନେଲରେ ସମ୍ପୁର୍ଣ୍ଣ ଖବର ଦେଖନ୍ତୁ। ଆମ ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି ଯେ, ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି। ବଳାତ୍କାରକାରୀଙ୍କୁ ପୋଲିସ ଏନକାଉଣ୍ଟରରେ ଗୁଳି କରାଯାଇଥିଲା କିନ୍ତୁ ସେ ମରି ନଥିଲେ। ପୋଲିସ ତାଙ୍କୁ ଗିରଫ କରିଥିଲା। ତଳେ ଭିଡିଓ ଦେଖନ୍ତୁ। 

https://www.youtube.com/watch?v=g1CJ15XH1RQ

ଶେଷକଥା-

ଆମ ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି ଯେ, ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି। ବଳାତ୍କାରକାରୀଙ୍କୁ ପୋଲିସ ଏନକାଉଣ୍ଟରରେ ଗୁଳି କରାଯାଇଥିଲା କିନ୍ତୁ ଅପରାଧିର ମୃତ୍ୟୁ ହୋଇନଥିଲେ।

Avatar

Title:ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

Fact Check By: Saritadevi Samal 

Result: Partly False