କ’ଣ ଫ୍ଲିପକାର୍ଟ ନିଜ 15 ବାର୍ଷିକୀରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

False Social

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ଫ୍ଲିପ୍କାର୍ଟ ନିଜ 15 ବର୍ଷ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା। 

ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା। 

wite.jpg

WhatsApp Link | Archive

ଆମ ଅନୁସନ୍ଧାନ: 

ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପୂର୍ବରୁ ମଧ୍ୟ ଆମେ ଏହି ପରି ଅନ୍ୟ କମ୍ପାନୀ ନାମରେ ଭାଇରାଲ ହେଉଥିବା ଗୁଜବକୁ ମିଥ୍ୟା ପ୍ରମାଣିତ କରିଛୁ। ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଦୁଇଟି କମ୍ପାନୀ ହେଉଛି ଆମାଜନ ଏବଂ ଟାଟା ମୋଟର୍ସ। 

ଫ୍ଲିପକାର୍ଟ ନାମରେ ଭାଇରାଲ ହେଉଥିବା ଲିଙ୍କ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଆଗେ ସର୍ଚ କରିଲୁ ଯେ ଫ୍ଲିପକାର୍ଟର ୧୫ ତମ ବାର୍ଷିକୀ କେବେ ଥିଲା। ଏହା ଜାଣିବା ପାଇଁ ଆମେ ଫ୍ଲିପକାର୍ଟ ୱେବସାଇଟ ଯାଇ ତାଙ୍କ ଏବାଉଟ୍ ଅସ୍ ପ୍ୟାଜରେ ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ଏହା ତଥ୍ୟ ମିଳିଲା ଯେ ଫ୍ଲିପକାର୍ଟର ସ୍ଥାପନା ଅକ୍ଟୋବର ୨୦୦୭ ମସିହାରେ ହୋଇଥିଲା। ତେଣୁ ଏହି କମ୍ପାନୀର ୧୫ ତମ ବାର୍ଷିକୀ ୨୦୨୨ ମସିହାରେ ହେବାକୁ ଯାଉଛି। ଚଳିତ ବର୍ଷରେ ୧୫ ତମ ବାର୍ଷିକୀ ପାଳନ କରିବା ଦାବି ମିଥ୍ୟା ଅଟେ। 

FK.jpg

Flipkart | Archive

ଟୁଇଟରରେ ମଧ୍ୟ ଆମେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୧୬ ଜୁଲାଇ ଦିନ ଆମକୁ ଫ୍ଲିପକାର୍ଟ ଦ୍ଵାରା ଏକ ଟୁଇଟ ମିଳିଲା। ଏହି ଟୁଇଟରେ ଫ୍ଲିପକାର୍ଟ ସ୍ପଷ୍ଟ କରିଛି ଯେ ସେ ଠକମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନ୍ଗତ ଦଳ ସହିତ ନିକଟ ଭାବରେ କାର୍ଯ୍ୟ କରୁଛି। ସେ ଗ୍ରାହକ ମାନଙ୍କୁ ଏହି ପରି ଲିଙ୍କକୁ ଅନଦେଖା ଏବଂ ଏହାରୁ ସତର୍କ ରହିବାକୁ ଅନୁରୋଧ କରିଛି। 

Archive

ଶେଷକଥା: 

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଲିଙ୍କ ଫ୍ଲିପକାର୍ଟ କମ୍ପାନୀ ଦ୍ଵାରା ସୃଷ୍ଟି କରା ଯାଇ ନାହିଁ। ଫ୍ଲିପକାର୍ଟ କମ୍ପାନୀର ୧୫ ତମ ବାର୍ଷିକୀ ନାମରେ କ୍ଷତିକାରକ ଲିଙ୍କ ଭାଇରାଲ ହେଉଛି।

Avatar

Title:କ’ଣ ଫ୍ଲିପକାର୍ଟ ନିଜ 15 ବାର୍ଷିକୀରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *