
କୃଷକ ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶିତ ହେବା ସମୟରେ ଏହାକୁ ନେଇ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପଞ୍ଜାବି ଲେକ ଜଣେ ବ୍ୟକ୍ତିକୁ ଧକା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣତ ହେଲା।
17 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 27ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳି ସାରିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସନି ଦେଓଲଙ୍କୁ କୃଷକମାନେ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ Jansatta ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର କିଛି ଅଂଶ ମିଳିଲା। ଭିଡିଓରେ ଆମକୁ ଭାଇରାଲ ଭିଡିଓର କିଛି ଅଂଶ ମିଳିଲା। ଯେଉଁଥିରେ ଭିଡିଓରେ ଦେଖାଯାଉଥିବା ସନି ଦେଓଲ ସମାନ ଡ୍ରେସ ପିନ୍ଧିଥିବାର ଦେଖାଯାଉଛନ୍ତି। ଖବର ଅନୁସାରେ ମେ 2019 ରେ ଅନୁଷ୍ଠିତ ଲୋକସଭା ନିର୍ବାଚନର ଭିଡିଓ ଅଟେ। ସନ୍ନି ଦେଓଲ ଗୁରୁଦାସପୁର ଗୁରୁଦ୍ୱାରାରେ ଦର୍ଶନ କରିବା ପାଇଁ ଯାଇଥିଲେ। ଏହି ସମୟରେ, ତାଙ୍କ ପ୍ରଶଂସକମାନେ ସନିଙ୍କ ଝଲକ ପାଇବା ପାଇଁ ଭିଡ଼ରେ ପରସ୍ପରକୁ ଧକ୍କା ମାରୁଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହାପରେ ଆମକୁ ANI News ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓର ଖବର ପାଇଲୁ। ଖବର ଅନୁସାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁରର ଗୁରୁଦ୍ୱାରା ଡେରା ବାବା ନାନକ ଠାରେ ପ୍ରାର୍ଥନା କରିଥିଲେ। ସେ ଗୁରୁଦାସପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିର ଲୋକସଭା ପ୍ରାର୍ଥୀଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
2 ମଇ 2019 IndianExpressOnline ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର ଖବର ପାଇଲୁ। ଖବର ଅନୁସାରେ ସନ୍ନି ଦେଓଲଙ୍କୁ ଦେଖି ଲୋକମାନେ ଅନିୟନ୍ତ୍ରିତ ହୋଇଗଲେ ଏବଂ ତାଙ୍କୁ ସମ୍ଭାଳିବା ବହୁତ କଷ୍ଟସାଧ୍ୟଥିଲା। ଭିଡିଓରେ ଏହା ମଧ୍ୟ ସ୍ପଷ୍ଟ ଦେଖାଯାଉଛି ଯେ ସୁରକ୍ଷା କର୍ମୀମାନେ ସନି ଦେଓଲଙ୍କୁ କଭର୍ କରୁଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଯେ ସନ୍ନି ଦେଓଲର ଝଲକ ପାଇବା ପାଇଁ ଲୋକମାନେ ପରସ୍ପରକୁ ଠେଲା ପେଲା ହେଉଥିବାର ଦେଖାଯାଉଛି।
ଏହା ପରେ ଆମେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓରେ ସନି ଦେଓଲଙ୍କ ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ଆମକୁ ମିଳିଥିବା ଭିଡିଓ ସହ ଭାଇରାଲ ଭିଡିଓ ସମାନ ବୋଲି ସ୍ପଷ୍ଟ ହେଉଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସନି ଦେଓଲଙ୍କୁ ପ୍ରଶଂସକମାନେ ତାଙ୍କ ଝଲକ ପାଇବା ପାଇଁ ଲଗାଇଥିବା ଭିଡିଓକୁ କୃଷକମାନେ ତାଙ୍କୁ ମାଡ଼ମାରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ପଞ୍ଜାବ ବିଜେପି ସାସଂଦ ଏବଂ ବଲିଉଡ଼ ସ୍ଟାର ସନି ଦେଓଲଙ୍କୁ କୃଷକ ମାନେ ମାଡ଼ମାରୁଛନ୍ତି ?
Fact Check By: Saritadevi SamalResult: False
