
ନିଜ ଦେଶର ସଂସ୍କୃତି ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥାଏ। ସମସ୍ତେ ନିଜ ଧର୍ମ ଏବଂ ସଂସ୍କୃତିକୁ ବଢୁଥିବା ଦେଖିବାକୁ ଚାହାନ୍ତି। ୨ ଅକ୍ଟୋବରରେ ଧନେଶ୍ଵର ସାହୁ ନାମକ ଜଣେ ଫେସବୁକ ୟୁଜର ହିନ୍ଦୁ ମହାସଂଘ ଫେସବୁକ ଗ୍ରୁପ୍ ରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ ନେଦରଲ୍ୟାଣ୍ଡ ସରକାର ପଞ୍ଚମ ଶ୍ରେଣୀରୁ ସମସ୍ତ ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବା ବାଧ୍ୟତାମୂଳକ କରିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ନେଦରଲ୍ୟାଣ୍ଡ ଦେଶର ସରକାରୀ ୱେବସାଇଟ ମିଳିଲା। ଯେତେବେଳେ ଆମେ ଏହି ସରକାରୀ ୱେବସାଇଟର ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ ପାଠ ବିଷୟରେ ଖୋଜିଲୁ, ସେତେବେଳେ ଆମକୁ ସେଠିକାର ବିଦ୍ୟାଳୟରେ ଗୀତା ପାଠ ବାଧ୍ୟତାମୂଳକ କରା ଯାଇଥିବା ଉଲ୍ଲେଖ ମିଳିଲା ନାହିଁ। ବାଧ୍ୟତାମୂଳକ ପାଠ ତାଲିକାରେ ନେଦରଲ୍ୟାଣ୍ଡର ଜାତୀୟ ଭାଷା ଡଚ୍, ଇଂରାଜୀ, ଗଣିତ, ସାମାଜିକ ଏବଂ ପରିବେଶ ଅଧ୍ୟୟନ, ସୃଜନଶିଳ ଅଭିବ୍ୟକ୍ତି (ସଙ୍ଗୀତ, ଚିତ୍ରାଙ୍କନ ଏବଂ ହସ୍ତଶିଳ୍ପ) ଏବଂ ଖେଳ କ୍ରିଡା ବିଷୟରେ ଉଲ୍ଲେଖ ହେଇଛି।

ତେବେ ଧାର୍ମିକ ବିଦ୍ୟାଳୟ ଗୁଡିକ ବିଷୟରେ ନେଦରଲ୍ୟାଣ୍ଡ ସରକାରଙ୍କ କହେ?
ନେଦରଲ୍ୟାଣ୍ଡ ସରକାରୀ ୱେବସାଇଟ ଅନୁଯାୟୀ ବେସରକାରୀ ବିଦ୍ୟାଳୟ ଗୁଡିକ ସାଧାରଣତ ପିତାମାତା ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏବଂ ପରିଚାଳିତ ହେଇଥାଏ। ସାଧାରଣ ପ୍ରକ୍ରିୟା ହେଉଛି ଏକ ଇସାଯୀ କିମ୍ବା ମୁସଲିମ ବିଦ୍ୟାଳୟ ପରି ଧାର୍ମିକ କିମ୍ବା ଆଦର୍ଶଗତ ନୀତି ଉପରେ ଆଧାର କରି ଏକ ବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏକ ଭିତ୍ତିପ୍ରସ୍ତର ସ୍ଥାପନା କରିବା। ଏହି ପ୍ରକାର ବେସରକାରୀ ବିଦ୍ୟାଳୟ ଗୁଡିକ ଶିକ୍ଷାଦାନ ସାମଗ୍ରୀ ବ୍ୟବହାର କରି ପାରନ୍ତି ଯାହା ସେମାନଙ୍କର ମୂଳ ନୀତିକୁ ସମର୍ଥନ କରେ।
ଏହି ବର୍ଗର ଅଧିକାଂଶ ବ୍ବିଦ୍ଯାଲୟ ବିଶ୍ଵାସ ଆଧାରିତ ବିଦ୍ୟାଳୟ ଅଟେ ଯାହାର ଅନ୍ତର୍ଭୁକ୍ତ: ପ୍ରୋଟେଷ୍ଟାଣ୍ଟ, ରୋମାନ କେଥୋଲିକ୍, ହିନ୍ଦୁ ମୁସଲିମ ଏବଂ ଯୀହୁଡି ଅଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନେଦେରଲ୍ୟାଣ୍ଡ ସରକାର ପଞ୍ଚମ ଶ୍ରେଣୀରୁ ସମସ୍ତ ବିଦ୍ୟାଳୟରେ ଭାଗବଦ ଗୀତା ପାଠ କରିବା ବାଧ୍ୟତାମୂଳକ କରିଥିବା ଦାବି ମିଥ୍ୟା ଅଟେ। ନେଦରଲ୍ୟାଣ୍ଡ ସରକାରୀ ୱେବସାଇଟରେ ଭାଗବଦ ଗୀତା ବିଦ୍ୟାଳୟରେ ମୁଖ୍ୟ ବିଷୟ ବୋଲି କୌଣସି ସୂଚନା ଦେଇ ନାହିଁ।

Title:କ’ଣ ନେଦରଲ୍ୟାଣ୍ଡ ଦେଶ ନିଜ ବିଦ୍ୟାଳୟରେ ଗୀତା ପଢିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
