ଜାଣନ୍ତୁ ଅକ୍ଷ୍ୟ କୁମାର ABVPର ପତକା ଧରିଥିବା ଫୋଟୋର ସତ୍ୟତା।

Social

ଦିପିକା ପାଦୁକୋନ CAA ବିରୋଦ୍ଧରେ JNUକୁ ସମର୍ଥନ ଜଣାଇଲା ପର ଠାରୁ ସୋସିଆଲ ମିଡିଆରେ ଅକ୍ଷ୍ୟକୁମାରର ଏକ ଫୋଟୋ ଭାଇରାଲ ହେଇଛି। ଅକ୍ଷ୍ୟ କୁମାରଙ୍କର ଏହି ଭାଇରାଲ ଫୋଟୋରେ ଅକ୍ଷ୍ୟ କୁମାର ABVPର ପତକା ଧରି ମାଇକରେ କିଛି କହୁଥିବାର ଦେଖା ଯାଉଛନ୍ତି। ଭାଇରାଲ ପୋଷ୍ଟରେ ଦିପିକା ପାଦୁକୋନ CAA ବିରୋଦ୍ଧରେ ସମର୍ଥନ ଦେଲା ପରି ଅକ୍ଷ୍ୟ କୁମାର ମଧ୍ୟ ABVPକୁ ସମର୍ଥନ କଲାପରି ସୂଚନା ଦେବାର ଦାବି କରାଯାଇଛି। ଏହି ପୋଷ୍ଟ  8 ଜାନୁଆରିରେ ଓଡ଼ିଶାର Chowkidar Sidharth Maharana ନାମକ ଜଣେ ଫେସବୁକ ୟୁଜର ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି ଯେ, JNU କୁ ସମର୍ଥନ କରୁଥିବା ଲୋକମାନେ ଦେଖ ଏକୁଟିଆ ବାଘ ଆସିଲା, @akshay kumar ଲେଖା ଯାଇଛି। 

ଏଠାରେ ଲିଙ୍କ୍ ଦେଖନ୍ତୁ-FacebookArchive

ଆମ ଅନୁସନ୍ଧାନ କରିବା ପୂର୍ବରୁ ଏହି ପୋଷ୍ଟ 150 ଥର ସେୟାର କରାଯାଇଛି ଏବଂ ପୋଷ୍ଟକୁ 420 ଲାଇକ୍ ମିଳିଛି। ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ 23 ଜାନୁଆରି 2018ରେ India Today ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଅକ ଅନୁଚ୍ଛେଦ ପାଇଲୁ।  ଅକ୍ଷ୍ୟକୁମାରର ABVP ପତକା ଧରି ଛିଡ଼ା ହୋଇଥିବା  ଭାଇରାଲ ଫୋଟୋ ପ୍ରକୃତରେ 2018 ମସିହାର ଅଟେ। ଅକ୍ଷ୍ୟକୁମାର 2018ରେ ନିଜର ଅହି ଫୋଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ଏଠାରେ ଲିଙ୍କ୍ ଦେଖନ୍ତୁ-  India Today  । Archive 

ମିଳିଥଖିବା ଅନୁଚ୍ଛେଦ ମୁତାବକ ଜାନୁଆରି 2018ରେ ଅକ୍ଷ୍ୟକୁମାର ନିଜ ଫିଲ୍ମ ପ୍ୟାଡମେନର ପ୍ରମୋଶନ କରିବା ପାଇଁ ଦିଲ୍ଲି ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେହି ସମୟରେ ସେ ABVPର ମହିଳା ମାରାଥନ ରାଲ୍ଲିର ପତକା ଦେଖାଇ ଶୁଭ ଆରମ୍ଭ କରିଥିଲେ। ଏହା ଛଡ଼ା ଏହାର ଅନ୍ୟ ଏକ ଲିଙ୍କ୍ ଆମକୁ Prokeraia ପେଜରେ ପାଇଲୁ। 2018ରେ ଯେବେ ଅକ୍ଷ୍ୟକୁମାର ଏହି ଫୋଟୋ ପୋଷ୍ଟ କରିଥିଲେ ସେହି ସମୟରେ ମଧ୍ୟ ସୋସିଆଲ ମିଡିଆରେ ଅକ୍ଷ୍ୟ କୁମାରଙ୍କର ଏହି ଫୋଟୋ ଅଧିକ ଟ୍ରୋଲ ହୋଇଥିଲା। କିନ୍ତୁ ଏବେ ଅକ୍ଷ୍ୟକୁମାର AVBP ପତକା ଧରିଥିବାର ଦୁଇ ବର୍ଷ ପୁରୁଣା ଫୋଟୋକୁ ଆଣି ଅକ୍ଷ୍ୟକୁମାର CAA ଏବଂ AVBPକୁ ସମର୍ଥନ କରୁଥିବାର  ସୂଚନା ଭାଇରାଲ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ- ProkeraiaArchive

ଏହା ଛଡ଼ା ଏହି ନ୍ୟୁଜ ଦି ଲ୍ଲନ ଟୋପ ମଧ୍ୟ କରିଛନ୍ତି ଏବଂ କିଛି ଅନ୍ୟ ତଥ୍ୟ ମଧ୍ୟ ଦିଆ ଯାଇଛି। ତେଳେ ଦିଆ ଯାଇଥିବା ଭିଡିଓରେ ଦେଖନ୍ତୁ।

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅକ୍ଷ୍ୟକୁମାରର ABVP ପତକା ଧରିଥିବା ଫୋଟୋ ଦୁଇବର୍ଷ ପୁରୁଣା ଅଟେ। ଜାନୁଆରି 2018ରେ ପ୍ୟାଡମ୍ୟାନ ଫିଲ୍ମର ପ୍ରମୋଶନ କରିବା ପାଇଁ ଅକ୍ଷ୍ୟ କୁମାର ଦିଲ୍ଲି ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ସେ ABVPର ଏକ ମହିଳା ମାରାଥନ ରାଲ୍ଲିର ABVP ପତକା ଦେଖାଇ ଶୁଭ ଆରମ୍ଭ କରିଥିଲେ। 

Title:ଜାଣନ୍ତୁ ଅକ୍ଷ୍ୟ କୁମାର ABVPର ପତକା ଧରିଥିବା ଫୋଟୋର ସତ୍ୟତା।

Fact Check By: Saritadevi Samal 

Leave a Reply

Your email address will not be published. Required fields are marked *