
ଜନ୍ମ ମୃତ୍ୟୁର ନିଷ୍ପତି ଭଗବାନଙ୍କ ଛଡ଼ା ଆଉ କାହା ପାଖରେ ନଥାଏ। କିନ୍ତୁ ୮ ଜାନୁଆରୀରେ ଫେସବୁକର ଓଡ଼ିଆ ସ୍କ୍ରାପ୍ସ ପେଜରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବ୍ରିଟେନର ବୈଜ୍ଞାନିକ ମାନେ ଏବେ ମୃତ ଲୋକକୁ ଜୀବିତ କରିବା ପଦ୍ଧତି ବାହାର କରି ସାରିଛନ୍ତି। ଏଠାକାର ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ହେଡ଼ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ। ବ୍ରିଟେନର ଜଣେ ପୂର୍ବତନ ନ୍ୟୁରୋସର୍ଜନ ଏବଂ ରୋବୋଟିକ୍ସ ବିଶେଷଜ୍ଞ ଏହା ଉପରେ ଗବେଷଣା କରିଛନ୍ତି। ସୂଚନା ଅନୁଯାୟୀ ୨୦୧୭ ମସିହାରେ ଜିଓଫିଙ୍ଗ ରେନ ନାମକ ଜଣେ ଚିନୀ ବୈଜ୍ଞାନିକ ଦାବି କରିଥିଲେ ଯେ ସେ ଏକ ସଫଳ ହେଡ଼ ଟ୍ରାନ୍ସପ୍ଳାଣ୍ଟ କରାଇଛନ୍ତି। ସେ ଜଣେ ମୃତ ବ୍ୟକ୍ତିର ମୁଣ୍ଡକୁ ଅନ୍ୟଜଣେ ମୃତ ବ୍ୟକ୍ତିର ଶରୀରରେ ଟ୍ରାନ୍ସପ୍ଳାଣ୍ଟ କରାଇଥିଲେ। ତେବେ ଚୀନର ହାର୍ବିନ ମେଡିକାଲ ବିଶ୍ଵବିଦ୍ୟାଳୟରେ କରା ଯାଇଥିବା ଏହି ସର୍ଜେରୀ ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା। ସର୍ଜେରୀ ପରେ ସ୍ପାଇନ ନର୍ଭ ଏବଂ ବ୍ଲଡ଼ ଭେସେଲ୍ସକୁ ଦୁଇତ୍ୟ ଥର ଯୋଡା ଯାଇଥିଲା।
ଏହି ପୋଷ୍ଟଟି ଫେସବୁକରେ ମଧ୍ୟଭାଇରାଲ ହେଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇନ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ଜଡିତ କିଛି ଖବର କାଗଜରେ ଛପି ଥିବା ଅନୁଛେଦ ମିଳିଲା।
୧୮ ନଭେମ୍ବର ୨୦୧୭ରେ ଲାଇଭ ହିନ୍ଦୁସ୍ତାନ ନ୍ୟୁଜରେ ଏହା ଲେଖା ଯାଇଅଛି ଯେ ପ୍ରୋଫେସର ସର୍ଜିଓ କାନାଭେରୋ ଭିଏନ୍ନାରେ ହେଇଥିବା ଗୋଟିଏ ପ୍ରେସ କଂଫେରେନ୍ସରେ ଏହି ବିଷୟ ନେଇ କହି ଥିଲେ। ସେ କହିଥିଲେ ଯେ ସେ ନିଜ ଟିମ ସହିତ ମିସି ହେଡ଼ ଟ୍ରାନ୍ସପ୍ଳାଣ୍ଟ କରିଥିଲେ। ଏହି ଗବେଷଣା ଗୋଟିଏ ମୃତ ବ୍ୟକ୍ତି ଉପରେ କରା ଯାଇଥିଲା କିନ୍ତୁ ଶୀଘ୍ର ଏହା ଗୋଟିଏ ଜୀବିତ ବ୍ୟକ୍ତି ଉପରେ କରା ଜୀବ ଯେଉଁଥିରେ ଜଣେ ବ୍ରେନ ଡେଡ ଲୋକ ମୁଣ୍ଡକୁ ଗୋଟିଏ ବିକଳାଙ୍ଗ ବ୍ୟକ୍ତି ଶରୀରରେ ଟ୍ରାନ୍ସପ୍ଳାଣ୍ଟ କରା ଜୀବ। ବିଶ୍ଵରେ ପ୍ରଥମ ଥର କରା ଯାଇଥିବା ହେଡ଼ ଟ୍ରାନ୍ସପ୍ଳାଣ୍ଟ ୧୮ ଘଣ୍ଟା ଚାଲିଥିଲା। ଏହି ଚିକିତ୍ସା ଚୀନର ହେବ୍ରାନ ମେଡିକାଲ ବିଶ୍ଵବିଦ୍ୟାଳୟରେ କରା ଯାଇଥିଲା। ଗତ ବର୍ଷ (୨୦୧୬) ରେ ଗୋଟିଏ ମାଙ୍କଡ ଉପଫ୍ରେ ଏହି ଗବେଷଣା କରା ଯାଇଥିଲା। କାନଭେରୋ ଏହା ମଧ୍ୟ କହିଛନ୍ତି ଯେ ଯଦି ଗୋଟିଏ ବ୍ବିକଳାଙ୍ଗ ବ୍ୟକ୍ତିର ହେଡ ଟ୍ରାନ୍ସପ୍ଳାଣ୍ଟ କାରା ଯାଏ ତ ଏହା ତାଙ୍କ ପାଇଁ ଗୋଟିଏ ନୂଆ ଆଶା ନେଇ ଆସିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଚିକିତ୍ସା କେବଳ ମେଡିକାଲ ଏବଂ ନେୟୁରୋସରଜିକାଳ ରୋଗୀ ମାନଙ୍କ ପାଇନ ହେବା ଓ ଏହା କାହାର ଜୀବନ ଆୟୁ ବଢାଇବା ପାଇଁ ହେଇପାରିବା ନାହିଁ।
୧୭ ନଭେମ୍ବର ୨୦୧୭ ମସିହାରେ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଇଟାଲୀ ବୈଜ୍ଞାନିକ କାନାଭେରୋ କହିଛନ୍ତି ଯେ ସେ ହେଡ ଟ୍ରାନ୍ସପ୍ଳାଣ୍ଟ ବିଷୟରେ ଗବେଷଣା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ଗବେଷଣା ସଫଳ ହେବ ତ ମଣିଷ ଅମର ହେଇପାରିବ। କିନ୍ତୁ ଏହି ଚିକିତ୍ସାର ବହୁତ ମହଙ୍ଗା ହେବ। ଏହି ଚିକିତ୍ସାକୁ ପାଖ ପାଖି $୧୦୦ କୋଟି ଲାଗିଯିବ। ୨୦୧୫ ମସସିହାରେ ସେ ଗୋଟିଏ ମାଙ୍କଡର ମୁଣ୍ଡ ଟ୍ରାନ୍ସପ୍ଳାଣ୍ଟ କରିଛନ୍ତି। କାନଭେରୋ ଏହା ମଧ୍ୟ କହିଛନ୍ତି ଯେ ଯଦି ଗୋଟିଏ ବ୍ବିକଳାଙ୍ଗ ବ୍ୟକ୍ତିର ହେଡ ଟ୍ରାନ୍ସପ୍ଳାଣ୍ଟ କାରା ଯାଏ ତ ଏହା ତାଙ୍କ ପାଇଁ ଗୋଟିଏ ନୂଆ ଆଶା ନେଇ ଆସିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଚିକିତ୍ସା କେବଳ ମେଡିକାଲ ଏବଂ ନେୟୁରୋସରଜିକାଳ ରୋଗୀ ମାନଙ୍କ ପାଇନ ହେବା ଓ ଏହା କାହାର ଜୀବନ ଆୟୁ ବଢାଇବା ପାଇଁ ହେଇପାରିବା ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ହେଡ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବାର ଚିକିତ୍ସା ଉପଲବ୍ଧ ହେବା ଗୋଟିଏ ମିଥ୍ୟା କଥା। ଏହହୀ ବିଷୟ ନେଇ ଆହୁରି ଗବେଷଣା ହେବା ବାକି ଅଛି ଓ ଏହି ଚିକିତ୍ସା ଦ୍ଵାରା ବିକଳାଙ୍ଗତା ଦୂର କରି ହେବ, ଜୀବନ ଆୟୁ ବଢାଇ ହେବ ନାହିଁ।

Title:କ’ଣ ହେଡ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ? କ’ଣ ଏପରି ଗୋଟିଏ ପଦ୍ଧତି ଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False