କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡ଼ିକ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରେଳବାଇ ଷ୍ଟେସନର ଅଟେ? ଜାଣନ୍ତୁ ସତ୍ୟ। 

Misleading Social

ଭାରତୀୟ ରେଳବାଇ ଅଯୋଧ୍ୟା ଷ୍ଟେସନ୍ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୂଚନା ଅନୁଯାୟୀ, ନୂତନ ଷ୍ଟେସନ୍ ୧୫ ଜାନୁଆରୀ ୨୦୨୪ ସୁଧା ଶେଷ ହୋଇଯିବ। ଏହି ନୂତନ ଷ୍ଟେସନ୍ ରେ ଜନସାଧାରଣ ଲୋକଙ୍କ ପାଇଁ ଅନେକ ସୁବିଧା ରଖା ଜୀବ। ଏହି ନିର୍ମାଣ କାର୍ଯ୍ୟରେ ୨୪୦ କୋଟି ଟଙ୍କା ଲାଗିଛି। 

ନିର୍ମାଣ କାର୍ଯ୍ୟ ଶେଷ ଅବଧି ନିକଟ ଆସୁଥିବାରୁ ଏହାର କିଛି ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଅଯୋଧ୍ୟା ରେଳବାଇ ଷ୍ଟେସନର ଫୋଟୋ ଅଟେ। 

କିନ୍ତୁ ଫ୍ୟାକ୍ଟ  କ୍ରିଷେଣ୍ଡୋ ଭାଇରାଲ ଫୋଟୋ ଗୁଡ଼ିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ପ୍ରକୃତ ଫୋଟୋ ନୁହେଁ ବରଂ ଅଯୋଧ୍ୟା ଷ୍ଟେସନ୍ ର AI ଦ୍ଵାରା ସୃଷ୍ଟି କରା ଯାଇଥିବା ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଲେହୁଛନ୍ତି, “ନୂତନ ଓ ଭବ୍ୟ ରୂପରେ ଅଯୋଧ୍ୟା ରେଳଷ୍ଟେସନ – ଅଦ୍ଭୁତ, ଅକଳ୍ପନିୟ,ଚିରସ୍ମରଣୀୟ …..ଧନ୍ୟବାଦ ପ୍ରଧାନମନ୍ତ୍ରୀଜୀ

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ହେଉଥିବା ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଏଥିରେ ଅଜୋଧ୍ୟା ଶବ୍ଦରେ ବନାନ ତ୍ରୁଟି ଅଛି। ଏଠି ସହିତ ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଦୁଇଟି ଅଲଗା ଅଲଗା ଫୋଟୋରେ ଅଜୋଧ୍ୟାର ବନାନ ଭିନ୍ନ ଅଟେ। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

ଆମେ ଆମର ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଅକ୍ଷର ଗୁଡିକୁ ବୁଝିବାରେ AI ଷଫ୍ଟୱେଆର କୁ ଅସୁବିଧା ହୋଇଥାଏ। ଅକ୍ଷୟର ଗଠନରେ ଏକ ଛୋଟ ଭୁଲ ମଧ୍ୟ ଶବ୍ଦକୁ ଭୁଲ କରି ଥାଏ। ସେଥିପାଇଁ AI ଦ୍ଵାରା ସୃଷ୍ଟି କରା ଯାଇଥିବା ଫୋଟୋରେ ଅନେକ ଥର ଶରୀରର ବିଭିନ୍ନ ଅଂଶ ସଠିକ ଭାବରେ ଅଙ୍କିତ ହୋଇନଥାଏ। 

Website | Archive

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୨୮ ଅକ୍ଟୋବରର ଗୋଟିଏ ଟୁଇଟ ମିଳିଲା। ଏଥିରେ ଲେଖା ଯାଇଛି ଯେ ଏହି ଫୋଟୋ ଗୁଡ଼ିକ @Amarrrrz ନାମକ ଜଣେ ୟୁଜର AI ଦ୍ଵାରା ସୃଷ୍ଟି କରିଛନ୍ତି। ଉଲ୍ଲେଖ କରା ଯାଇଛି ଯେ, ” @Amarrrrz ଅଯୋଧ୍ୟା ରେଳ ଷ୍ଟେସନର କିଛି ଆଶ୍ଚର୍ଯ୍ୟଜନକ AI ପ୍ରତିଛବି ସୃଷ୍ଟି କରିଛନ୍ତି ଏବଂ ଏହା ମଧ୍ୟ ବ୍ୟବହାରିକ କିନ୍ତୁ ଷ୍ଟେସନ ବିଲଡିଂ ନିର୍ମାଣ ଶେଷ ହୋଇ ସାରିଛି ଓ ବର୍ତ୍ତମାନ କିଛି କରାଯାଇପାରିବ ନାହିଁ।”

ରେଳବାଇ ମନ୍ତରାଳୟ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଅଯୋଧ୍ୟା ଷ୍ଟେସନ୍ ନିର୍ମାଣ କାର୍ଯ୍ୟର କିଛି ଫୋଟୋ ସେୟାର କରିଛି। ନିମ୍ନରେ ଆପଣ ମାନେ ସେହି ଫୋଟୋ ଗୁଡ଼ିକୁ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଗୁଡ଼ିକ ପ୍ରକୃତ ଅଜୋଧ୍ୟା ଷ୍ଟେସନର ନୁହେଁ। ଏହା AI ଷଫ୍ଟୱେୟାର ବ୍ୟବହାର କରି ସୃଷ୍ଟି କରା ଯାଇଛି। 

Avatar

Title:କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡ଼ିକ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରେଳବାଇ ଷ୍ଟେସନର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *