କ’ଣ ଲୋକ ସଭା ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସ୍ଵୀକାର କରିଛନ୍ତି ଯେ ମୋଦୀ ଜି ୪୦୦ ରୁ ଅଧିକ ସିଟ୍ ଜିତିବେ? ଜାଣନ୍ତୁ ସତ୍ୟ। 

False Political

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ‘ଅବ୍କି ବାର୍ ୪୦୦ ପାର୍, ତିଶରୀ ବାର୍ ମୋଦୀ ସରକାର’ ନାରା ଘୋଷଣା କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସଂସଦ ଭବନରେ ବିଜେପିର ନାରା ‘ଅବ୍କି ବାର୍ ୪୦୦ ପାର, ତିଶରୀ ବାର ମୋଦୀ ସରକାର’ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ବିଜେପିର ସମସ୍ତ ନେତା ନିର୍ବାଚିତ ହୋଇଛନ୍ତି ବୋଲି କହିଛନ୍ତି।

ଏହି ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ମଧ୍ୟ ସ୍ଵୀକାର କରିଛି ଯେ ଆସନ୍ତା ନିର୍ବାଚନରେ ବିଜେପି ଦଳ ୪୦୦ ରୁ ଅଧିକ ସିଟ୍ ଜିତିବ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳ ପରାଜୟ ହେବ ବୋଲି କହିଛନ୍ତି। ସେ ବିଜେପି ୪୦୦ ରୁ ଅଧିକ ଆସନ ଜିତିବ ବୋଲି କହି ନାହାଁନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଅକାମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨ ଫେବ୍ରୁଆରି ରେ ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆପଣ ମାନେ ମଲ୍ଲିକାର୍ଜୁନ ଖଡଗେ ସଭାକୁ ସମ୍ବୋଧିତ କରୁଥିବା ଦେଖି ପାରିବେ। 

ଭିଡିଓର ୪୫.୫୪ ମିନିଟ ସମୟରେ ଆପଣ ମାନେ ଭାଇରାଲ ଭିଡିଓର କ୍ଳିପ୍ ଦେଖି ପାରିବେ। ଭିଡିଓରେ ମଲ୍ଲିକାର୍ଜୁନ ଖଡଗେ କହୁଛନ୍ତି, “କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ସରକାରଙ୍କୁ ମହିଳା ସଂରକ୍ଷଣ ସମ୍ପର୍କରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ କହିଥିଲେ। ତେବେ ମହିଳା ସଂରକ୍ଷଣକୁ ନେଇ ବିଜେପି ସରକାର କାହିଁକି ଏହି ଆଭିମୁଖ୍ୟ ଗ୍ରହଣ କରୁନାହାଁନ୍ତି? ବିଜେପି ସରକାର ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ, ଏହା ପୂର୍ବରୁ ବିଜେପି ୩୩୦, ୩୩୪ ସିଟ୍ର ଜିତୁଥିଲେ, ବର୍ତ୍ତମାନ ଏହା ୪୦୦ ସିଟ୍ ଜିତିବା ଦାବି କରୁଛନ୍ତି।”

ଏହା ପରେ ସଂସଦରେ ବିଜେପି ଦଳ ସଦସ୍ୟ ମାନେ ତାଳି ମାରୁଥିବା ଦେଖିବାକୁ ମିଳିଛି। ଖଡଗେ ଆହୁରି ମଧ୍ୟ ପ୍ରଶଂସାକାରୀ ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ସମସ୍ତ ନେତା ମୋଦୀଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛନ୍ତି ତେଣୁ ସେମାନେ ତାଳି ମାରୁଛନ୍ତି।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ ଶାସକ ଦଳର ପ୍ରଶଂସା କରି ଖାର୍ଗଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆପଣଙ୍କ ବିବୃତ୍ତି ପ୍ରଶଂସନୀୟ।

ଏହି ବିବୃତ୍ତିରେ ଖଡଗେ କହିଛନ୍ତି, “ବିଜେପି ସରକାର ନିଜକୁ ପ୍ରଶଂସା କରୁଛନ୍ତି। ଯଦି ତାଙ୍କର ଅନେକ ପ୍ରାର୍ଥୀ ନିର୍ବାଚିତ ହେବାକୁ ଯାଉଛନ୍ତି, ତେବେ ବିଜେପି ସରକାର କାହିଁକି ମହିଳା ସଂରକ୍ଷଣ ନେଇ ନିଷ୍ପତ୍ତି ନେଉନାହାଁନ୍ତି? ଏଥର ଆମେ (ବିଜେପି) 100 ଅତିକ୍ରମ କରିପାରିବୁ ନାହିଁ। ଭାରତ INDIA ମଞ୍ଚ ଶକ୍ତିଶାଳୀ।”

ଆପଣ ମାନେ ନିମ୍ନରେ ଥିବା ଭିଡିଓରେ ଖଡଗେଙ୍କୁ ସୂନୀ ପାରିବେ। 

ନିମ୍ନରେ ଥିବା ତୁଳନା ଭିଡିଓ ଦେଖିଲା ପରେ ଆପଣ ମାନେ ଜାଣିବାକୁ ପାଇବେ ଯେ ଅସଲି ଭିଡିଓକୁ ଏଡ଼ିଟ୍ କରି ତାହାର ଏକ ଛୋଟ ଅଂଶକୁ ସେୟାର କରା ଯାଇଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାର ଆସନ୍ତା ନିର୍ବାଚନରେ ୪୦୦ ରୁ ଅଧିକ ସିଟ୍ ଜିତିବ ଏବଂ କଂଗ୍ରେସ ପରାଜୟ ହେବ ବୋଲି ସ୍ଵୀକାର କରି ନାହାଁନ୍ତି। ଅସଲି ଭିଡିଓକୁ ଏଡ଼ିଟ୍ କରି ତାହାର ଏକ ଛୋଟ ଅଂଶ ସେୟାର କରା ଯାଉଛି। 

Avatar

Title:କ’ଣ ଲୋକ ସଭା ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସ୍ଵୀକାର କରିଛନ୍ତି ଯେ ମୋଦୀ ଜି ୪୦୦ ରୁ ଅଧିକ ସିଟ୍ ଜିତିବେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *