କ’ଣ ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ମୋଦୀ ଏବଂ ଅମିତ ଶାହ ଶାସନକୁ ଆସିଲେ ତେବେ ସେମାନେ ପାକିସ୍ତାନକୁ ନଷ୍ଟ କରି ଦେବେ? ଜାଣନ୍ତୁ ସତ୍ୟ। 

Altered Political

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ୨୦୧୯ ରେ ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି କେଜ୍ରିୱାଲଙ୍କୁ କହୁଥିବା ଶୁଣିବାକୁ ମିଳିଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି।

ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ ୨୦୧୯ ରେ ଫେରି ଆସିବେ, ଯଦି ଅମିତ ଶାହା ଏବଂ ମୋଦୀ ୨୦୧୯ ନିର୍ବାଚନରେ ଫେରି ଆସୁଛନ୍ତି ତେବେ ସେମାନେ ପାକିସ୍ତାନକୁ ବରବାଦ କରି ଦେବେ, ନଷ୍ଟ କରି ଦେବେ।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ଅସଲି ଭିଡିଓ ରେ ସେ କହିଛନ୍ତି ଯେ ଯଦି 2019 ରେ ପିଏମ ମୋଦୀ ଏବଂ ଅମିତ ଶାହା ଶାସନକୁ ଫେରି ଆସନ୍ତି ତେବେ ସେମାନେ ଦେଶକୁ ନଷ୍ଟ କରିଦେବେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ କ୍ଲିପର ମୂଳ ଭିଡିଓ ଇଟିଭି ତେଲେଙ୍ଗାନା ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ୧୯ ଜାନୁଆରୀ ୨୦୧୯ ରେ ପ୍ରସାରିତ ହେଇଥିବା ମିଳିଲା। 

ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ସେମାନେ ପାକିସ୍ତାନ ବଦଳରେ ଭାରତକୁ ଧ୍ୱଂସ କରିଦେବେ।

ଉପରୋକ୍ତ ଭିଡିଓର ୪.୫୧ ମିନିଟ୍ ପରେ କେଜ୍ରିୱାଲ କହୁଛନ୍ତି ଯେ, “ଗତ ୭୦ ବର୍ଷ ମଧ୍ୟରେ ପାକିସ୍ତାନ ଆମ ଦେଶକୁ ବିଭାଜନ କରିବାର ସ୍ୱପ୍ନ ଦେଖି ଆସୁଛି, ଗତ ୭୦ ବର୍ଷ ମଧ୍ୟରେ ପାକିସ୍ତାନ ଯାହା କରିପାରି ନାହିଁ ତାହା ମୋଦୀ ଏବଂ ଅମିତ ଶାହା କରିଛନ୍ତି। ସେମାନେ ଏହି ଦେଶର ଲୋକଙ୍କୁ ୫ ବର୍ଷ ମଧ୍ୟରେ ବିଷ ଦେଇଛନ୍ତି। ହିନ୍ଦୁ-ମୁସଲମାନ, ମୁସଲମାନ-ଖ୍ରୀଷ୍ଟିଆନ ମଧ୍ୟରେ ଝଗଡା ଆରମ୍ଭ କରିଛନ୍ତି। ୭୦ ବର୍ଷରେ ପାକିସ୍ତାନ ଯାହା କରି ପାରି ନାହିଁ, ୫ ବର୍ଷରେ ତାହା ମୋଦୀ ଏବଂ ଅମିତ ଶାହା କରିଛନ୍ତି। ବନ୍ଧୁଗଣ, ଏହି ଦୁଇଜଣ ଏହି ଦେଶକୁ ନଷ୍ଟ କରିଦେବେ। ମୁଁ ଯେତେ ଅଧିକ ଚିନ୍ତା କରେ, ମୋ ଦେହ ଅଧିକ କମ୍ପିତ ହୁଏ। ଯଦି ୨୦୧୯ ରେ ଉଭୟ କ୍ଷମତାକୁ ଆସନ୍ତି… ମୋଦୀ ଏବଂ ଅମିତ ଶାହ ୨୦୧୯ ରେ ପୁନର୍ବାର କ୍ଷମତାକୁ ଆସନ୍ତି… ବନ୍ଧୁଗଣ, ତେବେ ଏହି ଦେଶ (ଭାରତ) ବଞ୍ଚିବ ନାହିଁ। ସେମାନେ ଏହି ଦେଶକୁ ଧ୍ୱଂସ କରି ଦେବେ।”

ଏହାର ଲାଇଭ୍ ଭିଡିଓ ୟୁନାଇଟେଡ୍ ଇଣ୍ଡିଆ ରାଲିର ଫେସବୁକ୍ ପେଜରେ ଉପଲବ୍ଧ ଅଛି| ଦିଆଯାଇଥିବା ସୂଚନା ଅନୁଯାୟୀ, ଭାଇରାଲ ଭିଡିଓ କୋଲକାତାରେ ଆୟୋଜିତ ଏକ ଟିଏମସି ରାଲିର ଅଟେ।

ଉପରୋକ୍ତ ତଥ୍ୟରୁ ପ୍ରମାଣିତ ହେଲା ଯେ ମୋଦୀ ଏବଂ ଅମିତ ଶାହ ପାକିସ୍ତାନକୁ ନଷ୍ଟ କରି ଦେବେ ବୋଲି ଅରବିନ୍ଦ କେଜ୍ରିୱାଲ ଚିନ୍ତାନବ୍ୟକ୍ତ କରୁ ନାହାଁନ୍ତି। ସେ ନିଜ ଭାଷଣରେ କହିଛନ୍ତି ଯେ ମୋଦୀ ଏବଂ ଅମିତ ଶାହ ଆମ ଦେଶକୁ ନଷ୍ଟ କରି ଦେବେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଭିଡିଓକୁ ଏଡିଟ୍ କରା ଯାଇଛି। ଅସଲି ଭିଡିଓ ରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ଶାସନକୁ ଫେରି ଆସନ୍ତି ତେବେ ସେମାନେ ଭାରତକୁ ନଷ୍ଟ କରିଦେବେ।

Avatar

Title:କ’ଣ ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ମୋଦୀ ଏବଂ ଅମିତ ଶାହ ଶାସନକୁ ଆସିଲେ ତେବେ ସେମାନେ ପାକିସ୍ତାନକୁ ନଷ୍ଟ କରି ଦେବେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *